ବାଂଲଦେଶରେ ଖୋଲିଲା କିସ୍ର ଶାଖା ‘ଡିସ୍’ ବୈଷୟିକ ସହାୟତା ଦେଇଛି କିସ୍ : Ommtv
KISS’ New Overseas Campus in Dhaka, Bangladesh Inaugurated By Dr. Achyuta Samanta The Campus Known as DISS Has Been Set Up With Technical Support from KISS
KISS’ New Overseas Campus in Dhaka, Bangladesh Inaugurated By Dr. Achyuta Samanta
The Campus Known as DISS Has Been Set Up With Technical Support from KISS
Bhubaneswar, Nov 14: The first International replica of the Kalinga Institute of Social Sciences (KISS, Bhubaneswar) has been inaugurated in Dhaka, Bangladesh. The new campus, known as Daffodil Institute of Social Sciences (DISS), was inaugurated by the Founder of KIIT-KISS University and Lok Sabha MP Dr. Achyuta Samanta on Sunday.
The residential campus has been modelled after KISS and has been set up with technical support. It will be a constituent of the Daffodil International University (DIU), the largest university in Bangladesh.
The idea of setting up a campus for the tribal students in Bangladesh took shape during the visit of the founder of DIU Dr. Mohammad Sabur Khan to the KISS campus. Dr. Samanta has a long-standing association with DIU. He was elated by Dr. Khan’s proposal to set up a replica of KISS in Bangladesh and committed his support to the new campus. Inspired by the KISS campus, Dr. Khan expressed his keen desire to set up a residential school for poor children in Bangladesh.
In the first phase, about 600 poor students will be admitted to the campus and provided education for free. KISS, on its part, will only extend technical support.
Inaugurating the campus, Dr. Samanta said he was delighted to see the enthusiasm of Dr. Khan, the well-known educationist of Bangladesh, to set up DISS, which is modelled after KISS. Officials of various universities from across the globe participated in the inaugural function.
ବାଂଲଦେଶରେ ଖୋଲିଲା କିସ୍ର ଶାଖା ‘ଡିସ୍’ ବୈଷୟିକ ସହାୟତା ଦେଇଛି କିସ୍ : Ommtv
ଭୁବନେଶ୍ୱର,୧୪ ।୧୧: ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (ଡିସ୍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ କରିଛନ୍ତି। ଡାଫୋଡିଲ୍ ଇଣ୍ଟରନ୍ୟାସ୍ନାଲ୍ ୟୁନିଭରସିଟି ହେଉଛି ବାଂଲାଦେଶର ସର୍ବବୃହତ ବିଶ୍ୱବିଦ୍ୟାଳୟ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଏହି ବିଶ୍ୱବିଦ୍ୟାଳୟର ଦୀର୍ଘ ଦିନର ସୁସମ୍ପର୍କ ରହିଆସିଛି। କିଛି ବର୍ଷ ତଳେ ଡାଫୋଡିଲ୍ ଇଣ୍ଟରନ୍ୟାସ୍ନାଲ୍ ୟୁନିଭରସିଟିର ପ୍ରତିଷ୍ଠାତା ଡ. ମହମ୍ମଦ ସବୁର ଖାଁ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ। କିଟ୍ ଓ କିସ୍ ପରିଦର୍ଶନ କରିବା ସମୟରେ ସେ କିସ୍ ଦେଖି ବିମୋହିତ ହୋଇପଡ଼ିଥିଲେ। ବାଂଲାଦେଶରେ କିସ୍ ଢ଼ାଞ୍ଚାରେ ଗରିବ ପିଲାଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ଡ. ସବୁର ଖାଁ ଇଚ୍ଛା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଶ୍ରୀ ସାମନ୍ତଙ୍କୁ ଜଣାଇବା ପରେ ଶ୍ରୀ ସାମନ୍ତ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଢ଼ାକାଠାରେ ଡିସ୍କୁ ଶ୍ରୀ ସାମନ୍ତ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୬ଶହ ଗରିବ ଛାତ୍ରଛାତ୍ରୀ ବିନାଦେୟରେ ପାଠ ପଢ଼ିବେ। ଡିସ୍ ପାଇଁ କିସ୍ କେବଳ ଆବଶ୍ୟକ ବୈଷୟିକ ପରାମର୍ଶ ପ୍ରଦାନ କରିଛି। ଏହା ବ୍ୟତୀତ କିସ୍ ଭୁବନେଶ୍ୱରକୁ ଅନ୍ୟ କୌଣସି ଦାୟିତ୍ୱ ବହନ କରିବା ପାଇଁ ପଡ଼ିବ ନାହିଁ। ଏହି କ୍ୟାମ୍ପସ୍କୁ ଉଦ୍ଘାଟନ କରି ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି, କିସ୍ କାର୍ଯ୍ୟରେ ପ୍ରଭାବିତ ହୋଇ ବାଂଲାଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାମାଜିକ ଉଦ୍ୟୋଗୀ ଢ଼ାକାଠାରେ କିସ୍ ଢ଼ାଞ୍ଚାରେ ଏକ ଅନୁଷ୍ଠାନ ଖୋଲି ପାରିଛନ୍ତି। ଆଜି ଡିସ୍ ଉଦ୍ଘାଟନୀ ଉତ୍ସବରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ପଦାଧିକାରୀମାନେ ଯୋଗ ଦେଇଥିଲେ।