ମଞ୍ଚେଶ୍ବର ଅଞ୍ଚଳ ପ୍ଲାଷ୍ଟିକ ଫ୍ରି... ସଚେତନତା ବାର୍ତା ବାଣ୍ଟୁଛନ୍ତି ପ୍ଲାଷ୍ଟିକ ମଉସା (Ommtv Round The Clock)

ମଞ୍ଚେଶ୍ବର ଅଞ୍ଚଳ ପ୍ଲାଷ୍ଟିକ ଫ୍ରି... ସଚେତନତା ବାର୍ତା ବାଣ୍ଟୁଛନ୍ତି ପ୍ଲାଷ୍ଟିକ ମଉସା (Ommtv Round The Clock)

ମଞ୍ଚେଶ୍ବର ଅଞ୍ଚଳ ପ୍ଲାଷ୍ଟିକ ଫ୍ରି... ସଚେତନତା ବାର୍ତା ବାଣ୍ଟୁଛନ୍ତି ପ୍ଲାଷ୍ଟିକ ମଉସା (Ommtv Round The Clock)

ମଞ୍ଚେଶ୍ବର ଅଞ୍ଚଳ ପ୍ଲାଷ୍ଟିକ ଫ୍ରି... ସଚେତନତା ବାର୍ତା ବାଣ୍ଟୁଛନ୍ତି ପ୍ଲାଷ୍ଟିକ ମଉସା (Ommtv Round The Clock)

: ଆଖିଆଗରେ ଯେଉଁଠାରେ ପ୍ଲାଷ୍ଟିକ ବୋତଲ, ଗ୍ଲାସ୍ ହେଉ କିମ୍ବା ପଲିଥିନ୍ ଦେଖିଲାମାତ୍ରେ ସେଗୁଡ଼ିକୁ ଉଠାଇ ମୁଣାରେ ଭର୍ତିକରି ନେଇଯାଆନ୍ତି ପ୍ଲାଷ୍ଟିକ ମଉସା। ଏସବୁ ପ୍ଲାଷ୍ଟିକ ଯେଉଁସ୍ଥାନରେ ପଡ଼ିଥାଏ ସେଠାକାର ଲୋକଙ୍କୁ ଆଖପାଖ ଅଞ୍ଚଳରେ ଏପରି ପ୍ଲାଷ୍ଟିକ ଏତେତେଣେ ଫୋପାଡ଼ନ୍ତୁ ନାହିଁ ବୋଲି ସଚେତନ ମଧ୍ୟ କରିଥାନ୍ତି। ଯାହାଙ୍କ ପ୍ରୟାସରେ ବର୍ତମାନ ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ଆଖପାଖ ଅଞ୍ଚଳହୋଇ ଉଠିଛି ପ୍ଲାଷ୍ଟିକ୍ ଫ୍ରି ଅଞ୍ଚଳ। ହେଲେ ଏଭଳି ଏକ ଜନହିତକର ସେବା କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣଙ୍କ କୌଣସି ସଫେଇ କର୍ମୀ ନୁହଁନ୍ତି କିମ୍ବା ବିଏମସିର କୌଣସି କର୍ମଚାରୀ ନୁହଁନ୍ତି। ବ୍ୟକ୍ତି ଜଣଙ୍କ ନାମ ସ୍ଥାନୀୟ ଅଞ୍ଚଳରେ ପ୍ଲାଷ୍ଟିକ ମଉସା ବୋଲି ବେସ ପରିଚିତ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ମାନସିକ ବିକୃତ ବୋଲି ନିଜର ସଠିକ୍ ନାମ ଓ ପରିଚୟ ସହିତ ଠିକଣା କିଛି କହି ପାରନ୍ତି ନାହିଁ। ମାତ୍ର କେହି ପଚାରିଲେ ସେ ନିଜର ନାମ ସାଧୁଆ ବୋଲି କହିଥାନ୍ତି। ପାଖାପାଖି କୋ‌ରୋନା ମହାମାରି ପରେ ପ୍ଲାଷ୍ଟିକ ମଉସା ଟ୍ରେନ୍ ଯୋ‌ଗେ କେଉଁଠାରୁ ମଞ୍ଚେଶ୍ବର ଷ୍ଟେସନକୁ ଚାଲିଆସିଥିଲେ। ପାଖ ବଜାରରେ ବ୍ୟବସାୟୀମାନେ ତାଙ୍କୁ ଖାଇବାପାଇଁ ଦେବାପରେ ସେ ପ୍ରଥମେ ବଜାରରେ ଆରମ୍ଭ କରିଥିଲେ ସଫେଇ କାମ । ପରେ ବ୍ୟବସାୟୀମାନେ ତାଙ୍କ ଅବସ୍ଥାଦେଖି ପାଳିକରି ଦିନକୁ ଦୁଇବେଳା ଖାଦ୍ୟ ଦେବା ଆରମ୍ଭକଲେ। ଯାହାନେଇ ପ୍ଲାଷ୍ଟିକ ମଉସା ମଞ୍ଚେଶ୍ବର ବଜାର ଓ ଏହାର ନିକଟରେ ଥିବା ରଙ୍ଗମାଟିଆ, ଭୋଟପଡ଼ା, ତଳସାହି, ଲାଇନସାହି ଏବଂ ମୁଣ୍ଡାବସ୍ତିରେ ମୁଣିଧରି ପ୍ଲାଷ୍ଟିକ୍ ସଂଗ୍ରହକରିବା ଆରମ୍ଭ କରିଥିଲେ। ସଂଗ୍ରହ କରୁଥିବା ପ୍ଲାଷ୍ଟିକଗୁଡ଼ିକୁ ସେ କାହାକୁ ନଦେଇ ମଞ୍ଚେଶ୍ବର ସିମେଣ୍ଟ ଗୋଦାମ ନିକଟରେ ଏକାଠି କରୁଛନ୍ତି। ସଂଧ୍ୟାରେ ସେଗୁଡ଼ିକ ମଧ୍ୟରୁ କିଛି ନିଆଁ ଲଗାଇଦେଉଛନ୍ତି। ମଉସାଙ୍କର ଏହି ଅଭ୍ୟାସ ଫଳରେ ବର୍ତମାନ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକ ସଚେତନହୋଇ ବିଏମସି ଦ୍ବାରା ନିର୍ଧାରିତ ସ୍ଥାନରେ ପ୍ଲାଷ୍ଟିକ ‌ଫୋପାଡ଼ିବା ଆରମ୍ଭ ‌କରିଛନ୍ତି। ଯା‌ହାଦେଖି ପ୍ଲାଷ୍ଟିକ ମଉସା ବର୍ତମାନ ଆଉ ପ୍ଲାଷ୍ଟିକ ନପାଇ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଲୋକଙ୍କ ବିଭିନ୍ନ ଭୋଜି କାର୍ଯ୍ୟକ୍ରମକୁ ଯାଇ ସେଠାରେ ପଡ଼ିଥିବା ପ୍ଲାଷ୍ଟିକକୁ ସଂଗ୍ରହକରି ଆଣିବା ଆରମ୍ଭ କରିଛନ୍ତି। ମଉସାଙ୍କ ଏଭଳି ଜନ‌ହିତକର କାର୍ଯ୍ୟକୁ ଦେଖି ଲୋକମାନେ ବର୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସହିତ ରହିବା ଓ ଖାଇବା କଥା ବୁଝୁଛନ୍ତି। ମାତ୍ର ସେ ସାମାନ୍ୟ ମାନସିକ ବିକୃତ ହୋଇଥିବାରୁ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ କରିପାରୁ ନାହାଁନ୍ତି। ସେ କିପରିଭାବେ ନିଜ ପରିବାରଲୋକ ତାଙ୍କୁ ପାଇପାରିବେ ଓ ପରିବାରଲୋକ ତାଙ୍କୁ ଚିହ୍ନଟକରି ମଞ୍ଚେଶ୍ବର ଠିକଣାରେ ଆସି ପହଞ୍ଚି ତାଙ୍କୁ ସାଥିରେ‌ନେବେ ତାହାନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଫଟୋ ଅପଲୋଡ଼କରି ଆରମ୍ଭ କରିଛନ୍ତି।