ବିକାଶ ଫାଉଣ୍ଡେସନ ପକ୍ଷରୁମେଗା ସ୍ଵାସ୍ଥ ଶିବିର : Ommtv

ବିକାଶ ଫାଉଣ୍ଡେସନ ପକ୍ଷରୁମେଗା ସ୍ବାସ୍ଥ ସେବା ଶିବିର

ବିକାଶ ଫାଉଣ୍ଡେସନ ପକ୍ଷରୁମେଗା ସ୍ଵାସ୍ଥ ଶିବିର : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ବିକାଶ ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷା ମୃଦଳା ପ୍ରଧାନ ଙ୍କ ନିର୍ଦ୍ଦେଶରେ ଆଜି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ କଲ୍ଯାଣ ମଣ୍ଡପ ରେ ଏକ ମେଗା ସ୍ଵାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଏହି ଶିବିର କୁ ଉଦଘାଟନ କରିଥିଲେ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରତିକାନ୍ତ ଗଡନାୟକ, ବରିଷ୍ଠ ନାଗରିକ ଦିବାକର ପଟ୍ଟନାୟକ, ପଣ୍ଡିତ ରମେଶ ରଥ ଶର୍ମା ପ୍ରମୂଖ ଯୋଗଦାନ କରିଥିଲେ। ଉଦଘାଟକ ଶ୍ରୀମତୀ ବେହେରା ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ହିନ୍ଦୋଳ ବିଭିନ୍ନ ଗ୍ରାମରୁ ବହୁ ଗରିବ ଜନସାଧାରଣଙ୍କ ସ୍ଵାସ୍ଥ୍ଯ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ବିକାଶ ଫାଉଣ୍ଡେସନ ର କର୍ମକର୍ତ୍ତାମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ସ୍ଵାସ୍ଥ୍ଯ ଶିବିର ଅନୁଷ୍ଠିତ ହେବାରୁ ଦୁଦୁରକୋଟ ପଞ୍ଚାୟତବାସୀ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବାବେଳେ ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।