ଢେଙ୍କାନାଳ ଜିଲ୍ଲାରେ ୭୪ ତମ ବନ ମହୋତ୍ସବ : Ommtv

BanaMahoshav

ଢେଙ୍କାନାଳ ଜିଲ୍ଲାରେ ୭୪ ତମ ବନ ମହୋତ୍ସବ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ; ଢେଙ୍କାନାଳ ଜିଲ୍ଲାରେ ୭୪ ତମ ବନ ମହୋତ୍ସବ ସଦର ବ୍ଲକ୍ ସଦେଇବରଣି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅରଣ୍ୟ ସମ୍ପଦ ର ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଅନଗୁଳ ରିଜିଓନାଲ ଚିଫ୍ କଞ୍ଜରଭେଟର ଫରେଷ୍ଟ ତଥା ଚଳଚ୍ଚିତ୍ର ନିର୍ଦେଶକ ସୁଧାଂଶୁ ଶେଖର ଖୋରା ଯୋଗଦେଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଉପରେ ସଚେତନ କରାଇଥିଲେ। ଢେଙ୍କାନାଳ ଜିଲ୍ଲା ମଧ୍ୟରେ ଥିବା ହଜାରେ ଏକର ଖୋଲା ଜାଗା ରେ ଚଳିତ ବର୍ଷ 5.5 ଚାରା ରୋପଣ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି ବୋଲି ପ୍ରକାଶ କରିଥିଲେ। ସମସ୍ତ ଗ୍ରାମବାସୀ, ବନ ବିଭାଗ କର୍ମଚାରୀ, ମହିଳା ଏସଏଚଜି ମାନେ ଚାରା ରୋପଣ କରିଥିଲେ। ଜିଲ୍ଲା ଏସ୍,ପି ଜ୍ଞାନ ରଞ୍ଜନ ମହାପାତ୍ର, ଡିଏଫଓ ସୁନିତ କୁମାର କର, ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ନାୟକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। #Ommtv #trending #Omtv #Photonews #viral #trend #viralreels #Dhenkanal #NBPC #Banamahoshav