ଯାତ୍ରା କୁ ଜିଲ୍ଲାରେ ଶୃଙ୍ଖଳିତ ଭାବେ ପାଳନ କରିବ : Ommtv

BoolBoom

ଯାତ୍ରା କୁ ଜିଲ୍ଲାରେ ଶୃଙ୍ଖଳିତ ଭାବେ ପାଳନ କରିବ : Ommtv

ଯାତ୍ରା କୁ ଜିଲ୍ଲାରେ ଶୃଙ୍ଖଳିତ ଭାବେ ପାଳନ କରିବ : Ommtv

( ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଶ୍ରାବଣ ମାସ କାଉଡିଆ ଯାତ୍ରା କୁ ଜିଲ୍ଲାରେ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର ପରିମଳ ବ୍ୟବସ୍ଥା କୁ ଗୁରୁତ୍ଵ ଆରୋପ ସହ ଯାତ୍ରା ସମୟରେ ଭକ୍ତମାନେ ଡିଜେ ସାଉଣ୍ଡ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥର ତିନି ସୋମବାର ମହାପ୍ରଭୁ ଙ୍କ ନିକଟରେ ଜଳ ଲାଗି ହେବ। କପିଳାସ ଶିବ ମନ୍ଦିର ପରିସରରେ ପଲିଥିନ୍ ବ୍ୟାଗ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି। ଧାର୍ଯ୍ୟ ଭଡା ଠାରୁ ଅଧିକ ଆଦାୟ ହୋଇ ପାରିବ ନାହିଁ ବୋଲି ପରିବହନ ବିଭାଗ କୁ ନିର୍ଦ୍ଦେଶ ଦିଆ ଯାଇଛି।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ନାୟକ ବୋଲବମ ଭକ୍ତଙ୍କ ଶୃଙ୍ଖଳା ପାଇଁ ସମସ୍ତ ସରକାରୀ କର୍ମଚାରୀ ମାନେ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ। ବୈଠକରେ ଜିଲ୍ଲା ଏସ୍ପି ଜ୍ଞାନ ରଞ୍ଜନ ମହାପାତ୍ର, ଡିଏଫଓ ସୁନିତ କୁମାର କର କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ନାୟକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। #Ommtv #OmTV #NBPC #PhotoNews #KalingaCineArts #Dhenkanal