ବେଲଜିୟମରୁ ଠିକଣା ଖୋଜି ଖୋଜି.କନ୍ଧମାଳରେ ପହଞ୍ଚିଲେ ଓଡ଼ିଆ ଝିଅ ମାମିନା: ଓମଟିଭି

କନ୍ଧମାଳ ରାଇକିଆ ଗୁଜାପଙ୍ଗା ଗାଁର ମାମିନା। ଆଜକୁ ପ୍ରାୟ ୩୦ ବର୍ଷ ତଳେ କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ କୋଳମଣ୍ଡନ କରିଥିଲେ। ଜନ୍ମର ୩ ମାସ ପରେ ଆଖି ବୁଜିଥିଲେ ତାଙ୍କ ମାଆ।

ବେଲଜିୟମରୁ ଠିକଣା ଖୋଜି ଖୋଜି.କନ୍ଧମାଳରେ ପହଞ୍ଚିଲେ ଓଡ଼ିଆ ଝିଅ ମାମିନା: ଓମଟିଭି

ବେଲଜିୟମରୁ ଠିକଣା ଖୋଜି ଖୋଜି.କନ୍ଧମାଳରେ ପହଞ୍ଚିଲେ ଓଡ଼ିଆ ଝିଅ ମାମିନା
(ଓମ ): କନ୍ଧମାଳ ରାଇକିଆ ଗୁଜାପଙ୍ଗା ଗାଁର ମାମିନା। ଆଜକୁ ପ୍ରାୟ ୩୦ ବର୍ଷ ତଳେ କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ କୋଳମଣ୍ଡନ କରିଥିଲେ। ଜନ୍ମର ୩ ମାସ ପରେ ଆଖି ବୁଜିଥିଲେ ତାଙ୍କ ମାଆ। #ପରିବାରରେ ଦାରିଦ୍ର୍ୟ ଓ ଲାଳନ ପାଳନରେ କଷ୍ଟ ଅନୁଭବ କରି ବାପା କୃଷ୍ଣଚନ୍ଦ୍ର ଝିଅକୁ #ବଞ୍ଚାଇବାକୁ ଯାଇ ଜି.ଉଦୟଗିରିରସ୍ଥିତ ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଆସିଥିଲେ।ମାମିନାଙ୍କୁ #ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ #ବେଲଜିୟମ୍‌ ଏକ ଦମ୍ପତି। ମାତ୍ର ୩ ମାସ ବୟସରେ ଭିଟାମାଟି ଛାଡ଼ି ବେଲଜିୟମରେ ଚାଲି ଯାଇଥିଲେ। ମାମିନା ସେଠାରେ ପଢ଼ିଲେ ଓ ବଢ଼ିଲେ। #ବେଲ୍‌ଜିୟମ୍‌ #ଦମ୍ପତିଙ୍କ ଲାଳନ ପାଳନରେ ଉଣା ହୋଇନଥିବାରୁ ଜନ୍ମକଲା ମାଆଙ୍କ କଥା କେବେ ଭାବିନଥିଲେ ମାମିନା।ତା’ପରେ ତାଙ୍କ ପରିଚୟ ଜାଣିବା ପାଇଁ ପୋଷ୍ୟ ସନ୍ତାନଙ୍କ ଉପରେ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା ଏଗ୍‌ନେଷ୍ଟ ଚାଇଲଡ୍‌ ଟ୍ରାଫିକିଙ୍ଗ(ଆକ୍ଟ) ସହ ଯୋଗାଯୋଗ କରିଥିଲେ। ଆଉ ସେହି ସଂସ୍ଥାର ଭାରତୀୟ କର୍ମକର୍ତ୍ତା ମୁମ୍ବାଇର ଆଇନଜୀବୀ ଅଞ୍ଜଳି ପାଓ୍ୱାର, ମାମିନାଙ୍କ ପରିଚୟ ଖୋଜି ବାହାର କଲେ। ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରେ ପହଞ୍ଚାଇ ଦେବାରେ ସଫଳ ହୋଇଥିଲେ। ଏହାପରେ ସେ ରାଇକିଆର ଗୁଜାପଙ୍ଗା ଗାଁକୁ ଆସିଥିଲେ। ସାଥୀରେ ଥିଲେ ତାଙ୍କ ସ୍ୱାମୀ ଅର୍ଣ୍ଣଡ୍‌।ଦୀର୍ଘ ୩୦ ବର୍ଷ ପରେ ଜନ୍ମ ମାଟିରେ ପାଦ ଦେବା ପରେ ଭାବବିହୋଳ ହୋଇପଡ଼ିଥିଲେ ମାମିନା। ବଡ଼ ଭଉଣୀ, ଭାଇ, ଭାଉଜ ଓ ବାପାଙ୍କୁ ପାଖରେ ପାଇ କୁଣ୍ଢାଇ ପକାଇ ଥିଲେ। କିଛି ଦିନର ରହଣୀ ପରେ ସେ ଫେରି ଯାଇଛନ୍ତି। ଆଉ ମଝିରେ ମଝିରେ ଆସିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଯାଇଛନ୍ତି ମାମିନା।