କିସ୍ ଅଛି ଯାହାର କି ଆନନ୍ଦ ତାହାର : ଓମଟିଭି

#କିସ ! KI​​SS - Kalinga Institute of Social Sciences କେବଳ ଆମ ରାଜ୍ୟ ଓଡିଶା କି ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଏକ #ଜନଜାତି_ଶିକ୍ଷାନୁଷ୍ଠାନ I ଆମ ରାଜ୍ୟ ପାଇଁ ଗର୍ବ ଗୌରବ ପାଲଟି ଥିବା ଏହି ଶିକ୍ଷାନୁଷ୍ଠାନ ସମ୍ପର୍କରେ ଆଜି ବିଶ୍ୱବ୍ୟାପୀ ଚର୍ଚ୍ଚା I ଏହି ଭବ୍ୟ, ବିଶାଳ ଓ ସର୍ବଦୃଷ୍ଟି ଆକର୍ଷଣକାରୀ ଶିକ୍ଷାନୁଷ୍ଠାନ 'କିସ' ସମାଜର ଦଳିତ, ନିଷ୍ପାପ, ଜନଜାତି ଶିଶୁଙ୍କ ଆଖିରେ ସମ୍ଭାବନାର ଆଲୋକ ଦେଖାଉଛି I

କିସ୍ ଅଛି ଯାହାର କି ଆନନ୍ଦ ତାହାର : ଓମଟିଭି
#କିସ ! KI​​SS - Kalinga Institute of Social Sciences କେବଳ ଆମ ରାଜ୍ୟ ଓଡିଶା କି ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଏକ #ଜନଜାତି_ଶିକ୍ଷାନୁଷ୍ଠାନ I ଆମ ରାଜ୍ୟ ପାଇଁ ଗର୍ବ ଗୌରବ ପାଲଟି ଥିବା ଏହି ଶିକ୍ଷାନୁଷ୍ଠାନ ସମ୍ପର୍କରେ ଆଜି ବିଶ୍ୱବ୍ୟାପୀ ଚର୍ଚ୍ଚା I ଏହି ଭବ୍ୟ, ବିଶାଳ ଓ ସର୍ବଦୃଷ୍ଟି ଆକର୍ଷଣକାରୀ ଶିକ୍ଷାନୁଷ୍ଠାନ 'କିସ' ସମାଜର ଦଳିତ, ନିଷ୍ପାପ, ଜନଜାତି ଶିଶୁଙ୍କ ଆଖିରେ ସମ୍ଭାବନାର ଆଲୋକ ଦେଖାଉଛି I ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଛୋଟିଆ ବିଜଟିଏ ବପନ କରିଥିଲେ ବିଶିଷ୍ଟ ଶିକ୍ଷାବିତ, ସମାଜ ସୁଧାରକ ତଥା ଓଡ଼ିଶାର ବରପୁତ୍ର Dr. Achyuta Samanta I ଯତ୍ନରେ ସେଥିରେ ପାଣି ସିଞ୍ଚିଥିଲେ I ନିଷ୍ଠାର ସହ ଲଗାତାର ଲାଳନ ପାଳନ କରିଥିଲେ I ତାଙ୍କର ସ୍ବପ୍ନ ଓ ବିଶ୍ୱାସ ଶେଷରେ ସୁନ୍ଦର ଆକାର ଗ୍ରହଣ କଲା I ଵୀଜରୁ ଅଙ୍କୁରୋଦଗମ, ତା' ପରେ ବୃକ୍ଷ ହୋଇ ଏବେ ମହାବୃକ୍ଷର ରୂପ ନେଇଛି କିସ I ଶାଖା ପ୍ରଶାଖା ମେଲି ଦମ୍ଭରେ ଠିଆ ହୋଇଛି I ଚାହିଁଲେ ଆଖି ପାଉନାହିଁ, ଦେଖିଲେ ବିଶ୍ୱାସ ହେଉ ନାହିଁ; ଜଣେ ଲୋକର କୃତି ଇଏ !
ବର୍ତ୍ତମାନ 'କିସ' କେବଳ ଅନୁଷ୍ଠାନଟିଏ ହୋଇ ରହିଯାଇନାହିଁ ବରଂ ଏହା ଗୋଟିଏ ଆନ୍ଦୋଳନରେ ପରିଣତ ହୋଇଛି I ଏହି ଆନ୍ଦୋଳନ ମାଧ୍ୟମରେ ମାନବତାର ପ୍ରସାର ହୋଇପାରିବା ସହ ଶିକ୍ଷାର ଏକ ନୂତନ ଦିଗ ଉନ୍ମୋଚନ ହୋଇଛି I ଆମ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର କଥା ପୃଥିବୀର ପ୍ରଥମ ଓ ଏକମାତ୍ର ଜନଜାତି ବିଶ୍ୱ ବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ' UNESCO King Sejong Literacy Prize 2022'ରେ ସମ୍ମାନିତ କରାଯାଇଛି I ଏଭଳି ଏକ ସମ୍ମାନଜନୀୟ ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ପଞ୍ଚମ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି I ଏହା କେବଳ ଆମ ରାଜ୍ୟ ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର କଥା I ୟୁନେସ୍କୋ ପୁରସ୍କାର ପ୍ରାପ୍ତ ନିମିତ୍ତ କିଟ-କିସର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ (ମୋର ଭାଇ) ଙ୍କୁ ଆଜି ରବୀନ୍ଦ୍ର ମଣ୍ଡପଠାରେ #ଓଡିଶା_ସଚେତନ_ନାଗରିକ_ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଏହି ଉତ୍ସବରେ ଓଡ଼ିଶାର #ମହାମହିମ ରାଜ୍ୟପାଳ ମାନନୀୟ #ପ୍ରଫେସର_ଗଣେଶୀ_ଲାଲ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି I ଏହି ଅବସରରେ #ମହାମହିମ ରାଜ୍ୟପାଳ ମହୋଦୟଙ୍କ ନିକଟରେ ଗଭୀର #କୃତଜ୍ଞତା ଜ୍ଞାପନ କରୁଛି I ଏହା ସହିତ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦେଶକ #ଶ୍ରୀଯୁକ୍ତ_ରଞ୍ଜନ_କୁମାର_ଦାସ I ଓଡିଶା ସଚେତନ ନାଗରିକ ଫୋରମର ସଭାପତି ପ୍ରଦୋଷ ପଟନାୟକ ଏବଂ ଏହାର ସାଧାରଣ ସମ୍ପାଦକ ଦିଲ୍ଲୀପ ହାଲିଙ୍କ ସମେତ ସମଗ୍ର ଓଡିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି I   
ଜଣେ ବହୁତ ଭଲ ମଣିଷ ମୋର ଭାଇ ଡ଼. ଅଚ୍ୟୁତ ସାମନ୍ତ I ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଭଉଣୀ ହୋଇଥିବାରୁ ମୁଁ ଈଶ୍ୱରଙ୍କ ନିକଟରେ ତଥା ମୋ ମା' ନିକଟରେ ବହୁତ ବେଶୀ କୃତଜ୍ଞ I ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି, ଓଡିଶା ପାଇଁ ସବୁବେଳେ ଏହି ଭଳି ଭାବରେ ଗର୍ବ ଗୌରବ ଆଣୁଥିବା ବ୍ୟକ୍ତିଙ୍କ ଚଲାପଥ ସୁଗମ କରାନ୍ତୁ। ରାଜ୍ୟର, ଦେଶର ସର୍ବୋପରି ସମାଜର ହିତ ସାଧନ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ସିଏ I

KISS - Kalinga Institute of Social Sciences A tribal educational institution that has gained fame not only in our state Odisha or India, but all over the world. Today, the world is talking about this educational institution, which has now become the pride and glory of our state. With the hope of showing the possibility of light in the eyes of the downtrodden, marginalized and tribal children of the society, educationist, philanthropist, social reformer & Pride son of Odisha Dr. Achyuta Samanta dreamed and planted a seed & watered it with due care in Bhubaneswar - Smart City the capital city of our state Odisha. He sprinkled and poured water very carefully into it. His dream and faith finally turned into a beautiful tree now.  The branches have crossed around the vast area and now stands strong. His dream, faith, care with determination finally took a beautiful shape as a world class University .
Now 'KISS' is not just an institution but it has become a movement. Through this movement humanity can be spread and a new dimension of education has been opened. It is a matter of pride and glory for our state to be the first and only tribal University in the world to be recognized by the United Nations for outstanding work in the field of education. Awarded with the world's highest education honour 'UNESCO King Sejong Literacy Prize 2022'. KISS Became the first tribal institution in the world to receive such a prestigious international education award and became the fifth institution in India among all private and public institutions. This is not only a matter of pride for our state, but It’s glory for the entire country. For this glorious achievement Dr. Achyuta Samanta (my brother) founder KIIT & KIIS has been felicitated today at Rabindra Mandapa by the ‘Odisha Sachetan Citizens Forum’. On this occasion His Excellency the Governor of Odisha Honourable Professor Ganesh Lal joined as the Chief Guest and felicitated him. For this I express my heartfelt thanks and gratitude to his Excellency also to Chief Speker, Director Odia language, literature & Culture Mr. Ranjan Das, Mr. Pradosh Patnaik, Mr. Dillip Hali & to the entire people of Odisha.
My brother Dr. Achyuta Samanta is a very good Human Being. I am very grateful to God and also my mother for giving me the opportunity of being the sister of such a great personality. I pray to God, make the path smooth for him who always brings pride and glory to our state. He is fully committed to serve the welfare of the society above all of the state & the country.