ଆରପିଏଫ୍ ଜଗିଛି, ଚୋର ଚୋରି କରୁଛି , ରେଳକର୍ମଚାରୀ ଦୁର୍ବୃତଙ୍କୁ ଧରି ଆରପିଏଫକୁ ଜିମାଦେଲେ : Ommtv

ଆରପିଏଫ୍ ଜଗିଛି, ଚୋର ଚୋରି କରୁଛି , ରେଳକର୍ମଚାରୀ ଦୁର୍ବୃତଙ୍କୁ ଧରି ଆରପିଏଫକୁ ଜିମାଦେଲେ : Ommtv

ଆରପିଏଫ୍ ଜଗିଛି, ଚୋର ଚୋରି କରୁଛି , ରେଳକର୍ମଚାରୀ ଦୁର୍ବୃତଙ୍କୁ ଧରି ଆରପିଏଫକୁ ଜିମାଦେଲେ : Ommtv

ଆରପିଏଫ୍ ଜଗିଛି, ଚୋର ଚୋରି କରୁଛି , ରେଳକର୍ମଚାରୀ ଦୁର୍ବୃତଙ୍କୁ ଧରି ଆରପିଏଫକୁ ଜିମାଦେଲେ : Ommtv

ଭୁବନେଶ୍ବର, ୨୪/୧୨ (କବି): କଥାରେ ଅଛି ରକ୍ଷକ ଯଦି ଭକ୍ଷକହେବ ତେବେ ଗୁହାରି କରିବ କାହାକୁ। ଏପରି ଏକ ଉଦାହରଣଦେଖାଯାଇଛି ଆଜି ସକାଳୁ ମଞ୍ଚେଶ୍ବର ଷ୍ଟେସନ୍ ନିକଟରେ। ମଞ୍ଚେଶ୍ବର ଷ୍ଟେସନ୍ ନବିକରଣ ନିର୍ମାଣଧିନ କାର୍ଯ୍ୟଚାଲିଥିଲା ବେଳେ ଲକ୍ଷ ଲକ୍ଷ ଟଙ୍କାର ରେଳ ଲୁହା ଓ ଅନ୍ୟାନ ସାମଗ୍ରୀ ଷ୍ଟେସନ୍ ପରିସରରେ ପଡ଼ିରହିଛି। ତାହାକୁ ଆରପିଏଫ୍ ଗୁରୁତର ସହ ଜଗିଛି। ମାତ୍ର ଆରପିଏଫ ସିକ୍ୟୁରିଟି ସାଜି ବସିଥିଲା ବେଳେ ପ୍ରତିଦିନ କିଛି ଦୁର୍ବୃତ ଷ୍ଟେସନ୍ ନିକଟରେ ଗାଡ଼ି ଲଗାଇ ସାମଗ୍ରୀ ଚୋରିକରୁଥିବା ଲଗାତାର ଅଭିଯୋଗ ହେଉଛି। ଆଜି ସମାନ ଢ଼ଙ୍ଗରେ ଆରପିଏଫ ଏକ ବୁଲେଟରେ ବସିଥିଲା ବ‌େଳେ ଦୁବୃର୍ତ ଏକ ଅଟୋ (ଓଡ଼ି ୦୨ ୮୯୪୮) ଲଗାଇ ଲକ୍ଷାଧିକ ଟଙ୍କାର ଲୁହା ଗାଡ଼ିରେ ବୋଝେଇକରି ନେଉଥିଲା ବେଳେ ଜଣେ ରେଳ କର୍ମଚାରୀ ସେମାନଙ୍କୁ ସନ୍ଦେହକରି ପଚରା ଉଚରା କରିଥିଲେ। ଫଳରେ ଦୁର୍ବୃତମାନେ ସେଠାରୁ ପଳାଇବାପାଇଁ ଚେଷ୍ଟାକରିବାରୁ ରେଳକର୍ମଚାରୀଜଣଙ୍କ ୩ଜଣ ଦୁର୍ବୃତଙ୍କୁ ମାଡ଼ିବସି ସ୍ଥାନୀୟଲୋକଙ୍କୁ ଡ଼ାକିଥିଲେ। ଯାହାନେଇ ଚୋରମାନେ କେହି କୁଆଡ଼େ ଯାଇପାରିନଥିଲେ। ପରେ ନିକଟରେ ବୁଲେଟ ଉପରେ ବସିଥିବା ଆରପିଏଫ ଜଣଙ୍କ ଘଟଣାସ୍ଥଳକୁ ଚାଲିଆସିବାରୁ ଲୋକମାନେ ଚୋରଙ୍କୁ ଆରପିଏଫ ଜିମାଦେଇଥିଲେ। ଏଠାରୁ ସ୍ଥାନୀୟଲୋକ ସନ୍ଦେହ କରିଥିଲେ ବୋଧହୁଏ ଆରପିଏଫ ସୁରକ୍ଷା ବଳରେ ଚୋରମାନେ ଏଠା‌ରୁ ପ୍ରତିଦିନ ଲୁହା ଚୋରିକରୁଛନ୍ତି ଏବଂ ଅଠା ବୋଳିଛନ୍ତି ଲୋକାଲ ପିଲାଙ୍କ ଉପରେ। ଆଜି ଚୋରମାନେ ଗିରଫହୋଇ ଯିବାବେଳେ ସେମାନେ ସାଲିଆସାହି, ତାରେଣୀ ବସ୍ତି, ସିତାରାମ ବସ୍ତି ଓ ଅରବିନ୍ଦ ବସ୍ତିର ବୋଲି ଜଣାପଡ଼ିଛି। ଆରପିଏଫ ସେମାନଙ୍କୁ ଗିରଫକରି ସେମାନଙ୍କ ପୂର୍ବ ତଥ୍ୟ ଖୋଜି ତଦନ୍ତକରୁଥିବା କହିଛି। ଅନ୍ୟ ପକ୍ଷରେ ସୂଚନା ଅନୁଯାୟୀ ଗତ ୪ଦିନ ପୂର୍ବେ ଆରପିଏଫ ସିଆଇବି ‌ଖୋର୍ଦ୍ଧା ଟିମ୍ ଡ଼ମଣାର ଏକ କବାଡ଼ିଆ ଗୋଦାମରୁ ବିପୁଳ ପରିମାଣର ରେଳବାଇ ସାମ୍ରଗୀ ଜବତକରିବା ସହ ୪ଜଣଙ୍କୁ ଗିରଫକରିଥିଲା। ହେଲେ କାହାକୁ କୋର୍ଟ ଚାଲଣନକରି ଅର୍ଥ କାରବାର ହୋଇ ରଫାଦଫା କରିଦେଲା। ସେହି ଦଳ ପୁଣିଥରେ ମଞ୍ଚେଶ୍ବରରେ ଆଜି ଚୋରିକରୁଥିଲା ବେଳେ ସବୁ ପୋଲ ଖୋଲିଯାଇଥିଲା। ଫଳରେ ଆରପିଏଫ ଆଉ ରଫାଦଫା କରିବା ମଉକା ପାଇନଥିଲା। ଘଟଣାସ୍ଥଳରେ ଉପସ୍ଥିତ ଆରପିଏଫ ଯବାନ କାହାକୁ କିଛି କୁହନାହିଁ ଓ ଫଟୋ ଉଠାଅ ନାହିଁବୋଲି କହୁଥିଲା ବେଳେ ଚାହୁଁଚାହୁଁ ଗଣମାଧ୍ୟମ ଘଟଣାସ୍ଥଳରେ ପହଞ୍ଚି ରଫାଦଫା ପଣ୍ଡକରିଦେଇଥିଲା।