ଅଶାନ୍ତ ରାତିର ରାଜଧାନୀ.. ଧଳାଜହର ଉତ୍ପାତ, ବିଏମସି ଠିକା କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ : Ommtv

ଅଶାନ୍ତ ରାତିର ରାଜଧାନୀ.. ଧଳାଜହର ଉତ୍ପାତ, ବିଏମସି ଠିକା କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ : Ommtv

ଅଶାନ୍ତ ରାତିର ରାଜଧାନୀ.. ଧଳାଜହର ଉତ୍ପାତ, ବିଏମସି ଠିକା କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ : Ommtv

ଅଶାନ୍ତ ରାତିର ରାଜଧାନୀ.. ଧଳାଜହର ଉତ୍ପାତ, ବିଏମସି ଠିକା କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ : Ommtv

ଗୋଟିଏ ପଟେ ରାଜଧାନୀ ଭିତ‌ରେ ହକି ବିଶ୍ବକପ୍ ପ୍ରସ୍ତୁତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଉଥିଲା ବେଳେ ରାଜଧାନୀ ଉପକଣ୍ଠ ମୁକୁଳା ପଡ଼ିଛି। ରାତିରେ ପୁଲିସ୍ ପଟ୍ରୋଲିଂ ଘନଘନ ହେଉଥିଲେ ମଧ୍ୟ ଅପରାଧୀମାନଙ୍କୁ ସାବାଡ଼ କରିପାରୁ ନାହିଁ। ଏହାର ଏକ ନିଛକ ଉଦାହର‌ଣ ଦେଖାଯାଇଛି ସୋମବାର ବିଳମ୍ବିତ ରାତିରେ। ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆ ଗ୍ରାମରେ ଘଟିଛି ଲୋମଟାଙ୍କୁରା ଘଟଣା। ଗତକାଲି ବିଳମ୍ବିତ ରାତିରେ ବିଏମସି ରେ ସୁପରଭାଇଜର କାର୍ଯ୍ୟକରୁଥିବା ଜଣେ ଠିକା କର୍ମଚାରୀ ଇନ୍ଦ୍ରଜିତ ନାୟକ (୪୦) ନାମକ ଯୁବକ ବାଇକରେ ଘରକୁ ଯାଉଥିଲା ବେଳେ ବ୍ରାଉନ ସୁଗାର ସେବନ କରୁଥିବା କିଛି ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ। ନିଶ‌ାରେ ଟୁଲ୍ ଯୁବକମାନେ ତାଙ୍କ ଗାଡ଼ିକୁ ଅଟକାଇ ଲୁଟକରିବାକୁ ଚେଷ୍ଟା କରିଥିଲେ। ସେମାନ ଇନ୍ଦ୍ରଜିତଙ୍କ ମୋବାଇଲ, ପର୍ସ ଓ ବାଇକ୍ ଛଡ଼ାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଇନ୍ଦ୍ରଜିତ୍ ଚିହ୍ନିଥିବା ଜଣେ ଯୁବକଙ୍କ ନାମନେଇ ଏମିତି କାହିଁକି କରୁଛ ଓ ଉକ୍ତ ସ୍ଥାନରେ ନିଶାସେବନ କାହିଁକି କରୁଛବୋଲି ପ୍ରଶ୍ନକରିବାରୁ ଯୁବକମାନେ ତାଙ୍କୁ ମିଳିମିଶି ନିସ୍ତୁକ ମାଡ଼ମାରିଥିଲେ। ପାଖାପାଖି ୬ଜଣ ଯୁବକ ଇନ୍ଦ୍ରଜିତଙ୍କୁ ରକ୍ତାକ୍ତ କରି ରାସ୍ତା କଡ଼ ଡ଼୍ରେନ୍ ଭିତରେ ପକାଇଦେଇଥିଲେ। ସେଠାରୁ ପ୍ରାଣବିକଳରେ ଡ଼୍ରେନ୍ ଭିତରେ ଘୁଷୁଡ଼ି ଗ୍ରାମ ମୁଣ୍ଡ ପହଞ୍ଚି ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ କହିବାପରେ ଲୋକମାନେ ଘଟଣାସ୍ଥଳକୁ ଯାଇ ଦୁର୍ବୃତମାନଙ୍କୁ ଖୋଜାଖୋଜି କରିଥିଲେ। ଘଟଣାପରେ ସମସ୍ତେ ଫେରାର ହୋଇଯାଇଥିଲା ବେଳେ ଗୋଟିଏ ପିଲାକୁ ଗ୍ରାମବାସୀ ପାଇଥିଲେ। ଏନେଇ ମଞ୍ଚେଶ୍ବର ଥାନା ପୁଲିସ୍ ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ କାବୁକରିଥିବା ଯୁବକ ଜଣଙ୍କୁ ପଚରାଉଚରା କରିବାରୁ ଫେରାର ହୋଇଥିବା ଅନ୍ୟ ତିନି ଜଣ ଯୁବକ ମଧ୍ୟ ଧରା ପଡ଼ିଥିଲେ। ପୁଲିସ୍ ଏହି ଘଟଣାରେ ସଂମ୍ପୃକ୍ତ ‌ମୋଟ ୪ଜଣଙ୍କୁ କାବୁକରି ଥାନାରେ ଅଟକ ରଖିଛି। ସେମାନଙ୍କ ସହିତ ସାମିଲଥିବା ଅନ୍ୟ ଦୁଇ ଜଣ ଯୁବକଙ୍କୁ ମଧ୍ୟ ପୁଲିସ୍ ଖୋଜାଖୋଜି କରୁଥିବା ପ୍ରକାଶ କରିଛି। ଏହି ଯୁବକମାନେ ସ୍ଥାନୀୟ ଅଞ୍ଚଳରେ ଧଳାଜହର ବ୍ୟବସାୟ କରିବା ଓ ସେବନ କରିବା‌ କାର୍ଯ୍ୟ କରୁଥିବାରୁ ଗ୍ରାମବାସୀ ସେମାନଙ୍କୁ ବିରୋଧ କରୁଥିଲେ। ଶେଷରେ ଇନ୍ଦ୍ରଜିତ୍ ସେମାନଙ୍କ ଆକ୍ରୋଷର ଶିକାର ହୋଇଥିଲେ। ଅପରପକ୍ଷରେ ଗୁରୁତର ହୋଇଥିବା ବିଏମସି କର୍ମଚାରୀଙ୍କୁ ପୁଲିସ୍ ଭ୍ୟାନରେ ବସାଇ ଚିକିତ୍ସାପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି। ଏହି ଘଟଣାରେ ପୁଲିସ୍ ଫେରାର୍ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି।