ମାନବିକତା ଦେଖାଇ ପ୍ରଶଂସା ସାଉଁଣ୍ଟିଲେ ମହିଳା ଟ୍ରାଫିକ୍ ପୁଲିସ୍ : Ommtv

ମାନବିକତା ଦେଖାଇ ପ୍ରଶଂସା ସାଉଁଣ୍ଟିଲେ ମହିଳା ଟ୍ରାଫିକ୍ ପୁଲିସ୍ : Ommtv

ମାନବିକତା ଦେଖାଇ ପ୍ରଶଂସା ସାଉଁଣ୍ଟିଲେ ମହିଳା ଟ୍ରାଫିକ୍ ପୁଲିସ୍ : Ommtv

ମାନବିକତା ଦେଖାଇ ପ୍ରଶଂସା ସାଉଁଣ୍ଟିଲେ ମହିଳା ଟ୍ରାଫିକ୍ ପୁଲିସ୍ : Ommtv

ଆଜି ମଧ୍ୟାହ୍ନରେ ନାଲକୋ ଛକରେ ଘଟିଥିଲା ଏକ ଦୁର୍ଘଟଣା। ଯେଉଁଥିରେ ଜଣେ ପଥଚାରୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିବାପରେ ଯାତ୍ରୀ ଜଣଙ୍କ ରକ୍ତାକ୍ତ ହୋଇପଡ଼ିଥିଲେ। ଏପରି ପରିସ୍ତିତିରେ ରାସ୍ତାରେ ଯାଉଥିବା ଶହଶହ ଲୋକ ‌ତାଙ୍କୁ ଦେଖୁଥିଲେ ସତ କିନ୍ତୁ ତାଙ୍କ ନିକଟକୁ ଆସୁନଥିଲେ। ଯାତ୍ରୀ ଜଣଙ୍କ ଏମିତି ଅବସ୍ଥା ଦେଖି ନାଲକୋ ଛକରେ ଡ଼୍ୟୁଟି କରୁଥିବା ମହିଳା ଟ୍ରାଫିକ୍ କର୍ମଚାରୀ ସନ୍ତୋଷୀ ମଲ୍ଲିକ ଦେଖାଇଥିଲେ ମାନବିକତା। ସେ ତୁରନ୍ତ ଆହତ ଜଣଙ୍କ ନିକଟକୁ ଚାଲିଆସି ରାସ୍ତା ଉପରୁ ଉଦ୍ଧାରକରି ଫୁଟପାଥ ଛାଇ ସ୍ଥାନରେ ବସାଇଦେଇଥିଲେ। ପାଣି ଆଣି ତାଙ୍କୁ ପିଇବାପାଇଁ ଦେବାସହିତ ନିଜ ପାଖରେ ଥିବା ଫାଷ୍ଟ‌ଏଡ଼ ବସ୍କରୁ କିଛି ‌ଓୗଷଧ ଓ ଗଜକପଡ଼ା ବାହାରକରି ଯାତ୍ରୀ ଜଣଙ୍କ ରକ୍ତ ଫୋଛିବାକୁ ଲାଗିଥିଲେ। ପରେ ଖଣ୍ଡିଆ ସ୍ଥାନରେ ବ୍ୟାଣ୍ଡେଜ୍ କରିଦେଇଥିଲେ। କିଛି ସମୟପରେ ଆହତ ଜଣଙ୍କ ମୁଣ୍ଡରୁ ରକ୍ତଝରିବା ବନ୍ଦ ହୋଇଯିବାପରେ ସେ ତୁରନ୍ତ ଏକ ଆମ୍ବୁଲାନସକୁ ଯୋଗାଯୋଗକରି ତାଙ୍କୁ ଚିକିତ୍ସାପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଥିଲେ। ଏଭଳି ଦୃଶ୍ୟକୁ ଜଣେ ଯାତ୍ରୀ ନିଜ ମୋବାଇଲ କ୍ୟାମେରାରେ କଏଦକରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଦେବାପରେ ବର୍ତମାନ ଏହା ଭାଇରାଲ ହେବାରେ ଲାଗିଛି। ରାଜଧାନୀ ତଥା ରାଜଧାନୀ ବାହାରୁ ଅନେକ ଲୋକ ସନ୍ତୋଷୀଙ୍କ ମାନବସେବା କାର୍ଯ୍ୟକୁ ବେସ୍ ପ୍ରଶଂସା କରୁଛନ୍ତି। ଆଜିର ବ୍ୟସ୍ତବହୁଳ ସମୟରେ ରାସ୍ତା କଡ଼ରେ ଆହତଙ୍କୁ ଦେଖି ଅଟକୁ ନଥିବା ସମାଜରେ ବଦାନ୍ୟତା ଦେଖାଇଥିବା ମହିଳା ଟ୍ରାଫିକ୍ ପୁଲିସଙ୍କ ସେବା ଅନ୍ୟ ପୁଲିସମାନଙ୍କୁ ମାନବିକତାର ଶିକ୍ଷା ଯୋଗାଇବବୋଲି ଅନେକ ବୁଦ୍ଧିଜୀବି ସୋସିଆଲ ମିଡ଼ିଆର କମେଣ୍ଟରେ ମତପ୍ରକାଶ କରିଛନ୍ତି।