ସେମିଫିନାଲେରେ ଯୋଗ‌ଦେଲେ ୨୮ ରାଜ୍ୟର ନହ୍ନିପରୀ ପ୍ରତିଯୋଗୀ : Ommtv

ସେମିଫିନାଲେରେ ଯୋଗ‌ଦେଲେ ୨୮ ରାଜ୍ୟର ନହ୍ନିପରୀ ପ୍ରତିଯୋଗୀ : Ommtv

ସେମିଫିନାଲେରେ ଯୋଗ‌ଦେଲେ ୨୮ ରାଜ୍ୟର ନହ୍ନିପରୀ ପ୍ରତିଯୋଗୀ : Ommtv

ସେମିଫିନାଲେରେ ଯୋଗ‌ଦେଲେ ୨୮ ରାଜ୍ୟର ନହ୍ନିପରୀ ପ୍ରତିଯୋଗୀ : Ommtv

କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ବିଂଶତମ ସଂସ୍କରଣ ପାଇଁ ଆଜି କିଟ୍ କ୍ୟାମ୍ପସରେ ପହଞ୍ଚିଛନ୍ତି ୨୮ଟି ରାଜ୍ୟର ପ୍ରତିଯୋଗୀ। ଯେଉଁମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଯାଇଛି ନହ୍ନିପରୀ ସେମିଫିନାଲେ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା। କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁନର୍ବାର ଅନୁ‌ଷ୍ଠିତ ହେଉଥିବାରୁ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିଯାଇଛି। ୧୫ ରୁ ୧୭ବର୍ଷ ବୟସର ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅଡିସନ୍‌ ହୋଇଥିଲା। ଯେଉଁମାନଙ୍କ ମଧ୍ୟରୁ ଶେଷ୍ଟ ପ୍ରତିଯୋଗୀମାନଙ୍କୁ ଭୁବନେଶ୍ବର ଆସି ଗାଲା ରାଉଣ୍ଡରେ ଯୋଗଦେବାପାଇଁ ନମନ୍ତ୍ରଣ କରାଯାଇଥିଲା। ଆଜି ସେମିଫିନାଲରେ ପ୍ରତିଯୋଗୀମାନେ ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‌କିଡ଼୍‌, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବର୍ଗରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି। ୨୯ ତାରିଖରେ ଗ୍ରାଣ୍ଡ ଫିନାଲେ ଗାଲା ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ଯୋଗଦେଇ ଶ୍ରେଷ୍ଠତ୍ବ କଳା ପ୍ରଦର୍ଶନକରି ରୢାମ୍ପରେ ଚାଲିବେ।