*ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ : Ommtv

Kadambini News

*ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ : Ommtv
*ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ : Ommtv
‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ*
: ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି ଗୋଆ ରାଜ୍ୟପାଳ ପି.ଏସ୍. ଶ୍ରୀଧରନ ପିଲାଇ କହିଛନ୍ତି । ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ କହିଲେ, ଓଡ଼ିଶାର ଇତିହାସ, ଐତିହ୍ୟ ଓ ସଂସ୍କୃତି ହେଉଛି ଜୀବନ୍ତ । ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା । ଓଡ଼ିଆ ସାହିତ୍ୟର ଏକ ସମୃଦ୍ଧ ଇତିହାସ ରହିଛି । ସାରଳା ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଫକିର ମୋହନ ସେନାପତିଙ୍କ ଭଳି ମହାନ ସାହିତ୍ୟିକ ଓ କବି ଓଡ଼ିଆ ଭାଷାକୁ ସମୃଦ୍ଧ କରିଯାଇଛନ୍ତି । ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଚାରିଜଣ ଓଡ଼ିଆ ସାହିତ୍ୟିକ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା କମ୍ କଥା ନୁହେଁ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ । ବର୍ତମାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ ମଧ୍ୟ ଏବେ ବି ପତ୍ରିକା ଓ ସମ୍ବାଦପତ୍ରର ଗୁରୁତ୍ୱ ରହିଛି । ମାତୃଭାଷାରେ ଜଣେ ବ୍ୟକ୍ତି ତାର ଭାବନାକୁ ଠିକ୍ ଭାବେ ପରିପ୍ରକାଶ କରିବା ସହ ଠିକ୍ ଭାବେ ଗ୍ରହଣ କରିପାରିଥାଏ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଯିବା ଉଚିତ । ଏଥିପାଇଁ ଆମର ଜାତୀୟ ଶିକ୍ଷାନୀତି ୨୦୨୦ରେ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ସମ୍ମାନିତ ଅତିଥି ଭାବରେ ଭୋପାଳସ୍ଥିତ ରବୀନ୍ଦ୍ରନାଥ ଟାଗୋର ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ସ୍ଥିତ ଡ. ସିଭିରମଣ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ. ସନ୍ତୋଷ ଚୌବେ ଯୋଗ ଦେଇ କହିଲେ, ଓଡ଼ିଆ ଭାଷା ସାହିତ୍ୟରେ ପରମ୍ପରା ଓ ଆଧୁନିକତା ଉଭୟ ଦେଖିବାକୁ ମିଳିଥାଏ । ବର୍ତମାନ ସମୟରେ ଆଂଚଳିକ ଭାଷାରେ ଅନେକ ଭଲ କାମ ହେଉଛି । ଏହା ଆଗକୁ ଆହୁରି ବଢ଼ିବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି । ସମସ୍ତ ଭାରତୀୟ ଭାଷା ମଧ୍ୟରେ ସମ୍ମାନ ଓ ସମନ୍ୱୟ ରହିବା ଉଚିତ ବୋଲି ସେ କହିଥିଲେ । ପ୍ରତ୍ୟେକ ଆଂଚଳିକ ଭାଷା ଅନ୍ୟ ଭାଷାର ସାହିତ୍ୟ ଅନୁବାଦ ହେବା ଉଚିତ । ଫଳରେ ଆମେ ସମସ୍ତେ ସମସ୍ତଙ୍କର ସଂସ୍କୃତି ଓ ପରମ୍ପରା ତଥା ଐତିହ୍ୟ ଭାଷା ସାହିତ୍ୟକୁ ଜାଣିପାରିବା ବୋଲି ଶ୍ରୀ ଚୌବେ କହିଥିଲେ ।
କାଦମ୍ବିନୀ ସମ୍ମାନ-୨୦୨୩ରେ ସମ୍ମାନୀତ ବିଶିଷ୍ଟ ସମ୍ବଲପୁରୀ କବି ପଦ୍ମଶ୍ରୀ ହଳଧର ନାଗ କହିଲେ, ଓଡ଼ିଆ ମାଟିର ଏକ ମହକ ଅଛି । ଆମର କବି, ଲେଖକ ଓ ସାହିତ୍ୟିକଙ୍କ ପ୍ରତି ସମଗ୍ର ବିଶ୍ୱର ସମ୍ମାନ ରହିଛି । ସାହିତ୍ୟ ସବୁବେଳେ ସମାଜରେ ପରିବର୍ତନ ଆଣିବା ସହ ମଣିଷ ଜୀବନରେ ପ୍ରଭାବ ପକାଇବା ଉଚିତ । ଏଥିରେ ଭାଷା ବାଧକ ନୁହେଁ । ତେଣୁ ଯେଉଁ ଭାଷାରେ ଓ ଯେଉଁ ଭଳି ଭାବେ ଲେଖ ତାହାକୁ ଯେଭଳି ସମସ୍ତେ ବୁଝିପାରୁଥିବେ ସେଭଳି ହେବା ଉଚିତ ।
ଚଳିତବର୍ଷ ‘କାଦମ୍ବିନୀ ଗଳ୍ପ ପୁରସ୍କାର-୨୦୨୩’ ଅରବିନ୍ଦ ରାୟଙ୍କୁ ପ୍ରଦାନ କରାଯାଇଥିବା ବେଳେ ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କାଦମ୍ବିନୀ କବିତା ପୁରସ୍କାର-୨୦୨୩’, ସ୍ୱରାଜ ବାରିକ ଓ ସନ୍ଲିସା ପଟେଲଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର-୨୦୨୩’, ବିନ୍ଧ୍ୟବାସିନୀ ଜେନାଙ୍କୁ ‘କାଦମ୍ବିନୀ ଆମ ରୋଷେଇ ପୁରସ୍କାର-୨୦୨୩’, ଇନ୍ଦୁମତୀ ରାୟ ଓ ମେଜର ଡ. ସୁମିତ୍ରା ମିଶ୍ରଙ୍କୁ ‘କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା-୨୦୨୩’ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ, ଡ. ଇତି ସାମନ୍ତଙ୍କ ରଚିତ ମନ୍ମୟ-ପ୍ରବନ୍ଧ ସଂକଳନ ‘ମହୀୟସୀ, ଗରୀୟସୀ: ଭାରତୀୟ ନାରୀପ୍ରତିମା’, ପ୍ରବନ୍ଧ ସଂକଳନ ‘ବାମା ପ୍ରସଙ୍ଗ ଓ ଅନ୍ୟାନ୍ୟ’ ଏବଂ ଲଘୁକଥା ସଂକଳନ ‘କଥାସ୍ରୋତ’ର ଉନ୍ମୋଚିତ ହୋଇଥିଲା । କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାଦମ୍ବିନୀ ସମ୍ପାଦକ ଡ. ଇତି ସାମନ୍ତ ମଂଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । #Ommtv #OmTV #KalingaCineArts #NBPC #viralvideo #trend #trendingreels #virals #Bhubaneswar #Kadambini #AchyutaSamanta #kunikatha