ଆଦିବାସୀମାନଙ୍କ ବିଦ୍ରୋହ ଦିବସ ହୁଲ ପାଳିତ : Ommtv

ଆଦିବାସୀମାନଙ୍କ ବିଦ୍ରୋହ ଦିବସ ହୁଲ ପାଳିତ

ଆଦିବାସୀମାନଙ୍କ ବିଦ୍ରୋହ ଦିବସ ହୁଲ ପାଳିତ : Ommtv

ଆଦିବାସୀମାନଙ୍କ ବିଦ୍ରୋହ ଦିବସ ହୁଲ ପାଳିତ : ସିପାହୀ ବିଦ୍ରୋହ ପୂର୍ବରୁ ୧୮୫୬ ମସିହାରେ ଆଦିବାସୀମାନେ ଇଂଗ୍ରେଜ ଶାସନ ବିରୁଦ୍ଧରେ ସ୍ବରଉତ୍ତୋଳନ କରିଥିଲେ | ବିଟ୍ରିଶ ଶାସନ ସହ ହାତ ମିଳାଇଥିଲେ ଭ୍ରଷ୍ଟାଚାରୀ ଜମିଦାର,ମହାଜନ ଏବଂ ଇଂରେଜ ପୋଲିସ | ଯାହା ଫଳସ୍ବରୂପ ସେମାନେ ଅତ୍ୟାଚାରକୁ ସହ୍ୟ କରି ନ ପାରି ଆନ୍ଦେଳନ କରିଥିଲେ | ଯଦ୍ବାରା ବହୁ ନିରୀହ ଆଦିବାସୀମାନେ ମୃତାହତ ହେବା ସହ ଅନେକ ଗାଁଗଣ୍ଡା ଧ୍ବଂସବିଧସ୍ତ ହୋଇଥିଲା | ସେହି ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ସିଧୁ,କାହ୍ନୁ,ଚାନ୍ଦ ଏବଂ ଭୈରବ ପ୍ରଧାନ | ଏହାକୁ ମଧ୍ୟ ହୁଲ ଦିବସ କୁହାଯାଏ | ଆଜି ରାଇରଙ୍ଗପୁର ସହରସ୍ତିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଆଦିବାସୀମାନଙ୍କ ବିଦ୍ରୋହ `ହୁଲ ଦିବସ´ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ମାର୍ଣ୍ଡି ଯୋଗ ଦେଇ କହିଥିଲେ ଯେ ରାଇରଙ୍ଗପୁର ଉପଖଣ୍ଡ ଖଣିଖାଦାନ ଭରା ହେଲେ ହେଁ ଏଠିକାର ଲୋକେ ବାହାର ରାଜ୍ୟକୁ କାମଧନ୍ଦା ତଲାସରେ ଯାଉଥିବାରୁ ସେ ବହୁତ ଦୁଃଖିତ ,ଏଣୁ ଏଠାରେ ଏକ ଶିଳ୍ପ ପ୍ରତିଷ୍ଠାନ ପାଇଁ ସେ ଜୋର ଦେଇଥିଲେ | ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାଟି କେବଳ ମାତ୍ର ରେଫାର କେନ୍ଦ୍ରଭାବେ ପରିଣତ ହୋଇଛି | ଏଠାରେ ଭଲ ଡାକ୍ତର ନାହାନ୍ତି ତଥା ଉପଖଣ୍ଡର ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଡାକ୍ତରୀ ସେବା କେନ୍ଦ୍ରରେ ଯଥେଷ୍ଟ ପରିମାଣରେ ଡାକ୍ତର ନାହାନ୍ତି | ତେଣୁ ଡାକ୍ତରମାନଙ୍କ ନିଯୁକ୍ତି ସମ୍ପର୍କରେ ଦୃଢଦାବୀ କରିଥିଲେ | ଏଥିସହିତ ଶିକ୍ଷାରେ ଆମ ରାଇରଙ୍ଗପୁର ଅଞ୍ଚଳ ପଛେଇ ଯାଇଥିବାରୁ କେମିତି ସମସ୍ତେ ସବୁ ଉପାନ୍ତ ଅଞ୍ଚଳରେ ଶିକ୍ଷାରୁ ଲୋକେ ବଞ୍ଚିତ ହେବେ ନାହିଁ ତାହା ସମସ୍ତଙ୍କୁ ବୁଝାଇଥିଲେ | ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ,ରାଜ୍ୟ ପ୍ରବକ୍ତା ସୁନିଲ ମାଝୀ,ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସାଲୁ କିସ୍କୁ,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ପଶ୍ଚିମ ମୟୂରଭଞ୍ଜ ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ,ଜିଲ୍ଲା ପ୍ରବକ୍ତା ସନ୍ତୋଷ କୁମାର ମୁର୍ମୁ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଦରାଣୀ ବେସ୍ରା ମାଣ୍ଡି,ମଦନ ମାଣ୍ଡି,ଧିରେନ ମାଣ୍ଡି,ଭୂବନ ମାଣ୍ଡି,ବନ୍ତା ବାସ୍କେ,ରାମଚନ୍ଦ୍ର ବଜର ଓ ବିନ୍ଦେଶ୍ବର ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ବାମନଘାଟୀ ଉପଖଣ୍ଡ,କରଂଜିଆ,ଯଶିପୁର, ସାରସକଣା ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରୁ ବହୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଦସ୍ୟମାନେ ଯୋଗ ଦେଇଥିଲେ | ଏହି ହୁଲ ଦିବସରେ ସଂଗ୍ରାମୀ ପୁରୁଷମାନଙ୍କୁ ସ୍ମୃତିଚାରଣ ସହ ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ସମସ୍ତେ ଶପଥ ନେଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ. #Mayurbhanja #Rairangpur #NBPC #OmTV #Ommtv #viralpage #KalingaCineArts