ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା : Ommtv

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା : Ommtv

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା : Ommtv

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା : Ommtv

୮ଟି ଭିନ୍ନ ଭିନ୍ନ ଦେଶର ୪୫ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ

: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ଭର୍ଚୁଆଲ ମାଧ୍ୟମରେ ହୋଇଥିଲା । ଏହି ପ୍ରତିଯୋଗୀତାରେ ଭାରତ ସମେତ ୮ ଟି ଦେଶ ଯଥା ଦକ୍ଷିଣ ଆଫ୍ରିକା, ଦୁବାଇ, ମରୋକୋ, ଘାନା, ନାମିବିଆ, ଓମାନ୍ ଏବଂ ପାକିସ୍ତାନର ୪୫ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲହୋଇଥିଲେ । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ବକ୍ତା ଭାବେ କେମ୍ବ୍ରିଜ୍ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍‌ ଏଜୁକେଶନ୍‌ର ଟିଚିଙ୍ଗ ଏବଂ ଲର୍ଣ୍ଣିଂ ମୁଖ୍ୟ ପଲ୍ ଏଲିସ୍ ଯୋଗଦେଇଥିଲେ । ସେହିପରି ସମ୍ମାନୀୟ ଅତିଥି ଭାବେ ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ଏଲିସ୍ କହିଥିଲେ ଯେ, ବିତର୍କ କେବେ ବି ଯୁକ୍ତି ନୁହେଁ ଏହା ଏକ ସୃଜନଶୀଳ ବାର୍ତ୍ତାଳାପ ଅଟେ । ବିଶ୍ୱସ୍ତରୀୟ ସମସ୍ୟାର ବିଶ୍ୱସ୍ତରୀୟ ସମାଧାନର ଆବଶ୍ୟକତା ରହିଛି ଏହାକୁ ବିଚାରବିମର୍ଷ ଏବଂ ଆଲୋଚନା ଓ ମିଳିତ ମଞ୍ଚ ବା ସଂଗଠନ ଦ୍ୱାରା ସମାଧାନ କରାଯାଇପାରିବ । ସେହିପରି ଉଦ୍‌ଘାଟନୀ ସମାରୋହରେ ଯୁକେର ଜଣାଶୁଣା କାହାଣୀକାର ଏଦ୍ରିଏନ୍ ଜଙ୍କସନ୍‌ ମୁଖ୍ୟ ବକ୍ତା ଯୋଗଦେବା ସହ କହିଥିଲେ ଯେ, ଉଭୟ କାହାଣୀ ଓ ବିତର୍କର ଚିନ୍ତାଧାରାରେ ସମସ୍ୟାର ସମାଧାନ ହୋଇପାରିବ ।ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି ଅବସରରେ କହିଥିଲେ ଯେ, ସ୍କୁଲ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ବିତର୍କର ଅଭିଜ୍ଞତା ଛାତ୍ରଛାତ୍ରୀମାନଙ୍କୁ ଏକ ଆନ୍ତର୍ଜାତୀୟ ନାଗରିକତ୍ୱ ଗ୍ରହଣ କରିବାରେ ସାହାଯ୍ୟ କରିବା ସହିତ ସାରା ପୃଥିବୀ ଗୋଟିଏ ପରିବାର ସଦୃଶ ବୋଲି ବର୍ଣ୍ଣନା କରିଥିଲେ । ଏହି ବିତର୍କର ବିଷୟବସ୍ତୁଗୁଡ଼ିକ ମଧ୍ୟରେ ରାଜନୈତିକ ସୀମା ସୁରକ୍ଷା, ସଚେତନ ବିଦ୍ୟାଳୟ ଏବଂ ପାଠ୍ୟକ୍ରମ ଆଦି ରହିଥିଲା । ତିନୋଟି ରାଉଣ୍ଡ ବିଚାର ବିମର୍ଷ ପରେ ବିଜେତା ଘୋଷଣା କରାଯାଇଥିଲା । ସେଗୁଡ଼ିକ ସଠିକତା, ବିଷୟବସ୍ତୁ, ସ୍ୱଚ୍ଛତା, ଶରୀର ଭାଷା, ଅଭିବ୍ୟକ୍ତି ଏବଂ ଅନ୍ୟାନ୍ୟ ଦିଗ ଉପରେ ବିଚାର କରାଯାଇଥିଲା ।