ପୁଣି ଫେରିଲା କରୋନା : ଓମଟିଭି

କରୋନାକୁ ନେଇ ପୁଣି ଭୟ ବଢିଛି । ଯାହା‌ନେଇ ଗଣମାଧ୍ୟମରେ ପ୍ରଚାର ଚାଲିବାରୁ ‌ଲୋକଙ୍କ ମଧ୍ୟରେ ପୁଣି କୋକୁଆ ଭୟ ଦେଖିଗଲାଣି। ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କଟକଣା ଲାଗୁ କରିଛି ।

ପୁଣି ଫେରିଲା କରୋନା : ଓମଟିଭି

ଭୁବନେଶ୍ୱର, (ଓମ): କରୋନାକୁ ନେଇ ପୁଣି ଭୟ ବଢିଛି । ଯାହା‌ନେଇ ଗଣମାଧ୍ୟମରେ ପ୍ରଚାର ଚାଲିବାରୁ ‌ଲୋକଙ୍କ ମଧ୍ୟରେ ପୁଣି କୋକୁଆ ଭୟ ଦେଖିଗଲାଣି। ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କଟକଣା ଲାଗୁ କରିଛି । ଏଣିକି ଆଜିଠାରୁ ଭୁବନେଶ୍ୱରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବିଏମସି ସୂଚନା ଅନୁସାରେ, କରୋନା ସଂକ୍ରମଣ ବଢୁଥିବା ଓ ୪ର୍ଥ ଲହର ଆସୁଥିବାରୁ ସହରରେ କଟକଣା ଲାଗୁ କରାଯାଇଛି । ପୂର୍ବପରି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସର୍ବସାଧାରଣରେ ନ ଛେପ ପକାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।ଯେଉ ଜାରିନାମାକୁ ଦେଖିବାପରେ ଏବେ ଲୋକମାନଙ୍କ ମଧ୍ୟରେ ପୁଣି କରୋନାର ଭୟ‌ ଖେଳିଯାଇଛି। ରାତି ପାହିଲେ ରଥଯାତ୍ରା ଥିବାରୁ ଏହି ଭୟ ଆହୁରି ଅଧିକ ହେବାରେ ଲାଗିଛି। ଏଥିସହିତ କୌଣସି ସାମାଜିକ କାର୍ଯ୍ୟକ୍ରମ, ମଲ, ଦୋକାନ ଓ ହାଟ-ବଜାରରେ ସାମାଜିକ ଦୂରତାକୁ ପାଳନ କରାଯିବା ନିୟମକୁ କଡାକଡି କରାଯାଇଛି । କୋଭିଡ ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।