୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ : Ommtv

୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’

୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’  ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ : Ommtv

୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’

ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ : Ommtv

ଭୁବନେଶ୍ୱର, ୫ ।୧: କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ କାଦମ୍ବିନୀ ପତ୍ରିକା ହାଟ’ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବ। କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଆରା ସାହିତ୍ୟ ମହୋତ୍ସବରେ ମର୍ଯ୍ୟାଦାଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’, ‘କାଦମ୍ବିନୀ ସାହିତ୍ୟ ସମ୍ମାନ’ ସମେତ ଅନ୍ୟାନ୍ୟ ସମ୍ମାନ ପ୍ରଦାନ କରାଯିବ। ବିଶିଷ୍ଟ ଲେଖିକା ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସେହିଭଳି ବିଶିଷ୍ଟ କଥାକାର, ପ୍ରାବନ୍ଧିକ ଓ ସ୍ତମ୍ଭକାର ତଥା ବରିଷ୍ଠ ପ୍ରଶାସକ ବିଜୟ ନାୟକଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୪’, ‘ସୁଲେଖା’ର ସମ୍ପାଦକ ସଦାଶିବ ମିଶ୍ର ଏବଂ ‘ଗୋଧୂଳି’ର ସମ୍ପାଦିକା ବିମଳା ସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୪’ ପ୍ରଦାନ କରାଯିବା ସହ ବରିଷ୍ଠ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ, ରାଧାବିନୋଦ ନାୟକ, ତୁଳସୀ ଓଝା, ସୁକାମିନୀ ନନ୍ଦ ଓ ନାରାୟଣ ସାହୁଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୪’ରେ ସମ୍ବର୍ଦ୍ଧିତ କରାଯିବ। ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରିବେ।

କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଉଦ୍‍ଘାଟନୀ ଅଧିବେଶନରେ ବିଶିଷ୍ଟ ଭାରତୀୟ ଲେଖିକା ଅନୀତା ଅଗ୍ନିହୋତ୍ରୀ, ବିଶିଷ୍ଟ ଭାରତୀୟ କବି ଓ ସମ୍ପାଦକ ସୁବୋଧ ସରକାର, ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସନ୍ଦୀପ ସିଂହ ଏବଂ ଲୋକପ୍ରିୟ ଅଭିନେତା ଅଭୟ ବର୍ମା ପ୍ରମୁଖ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଯୁବ ସାହିତ୍ୟ ସମ୍ମିଳନୀରେ ଅଜୟ ସ୍ୱାଇଁ, ମିହିର କୁମାର ସାହୁ, ଚିରଶ୍ରୀ ଇନ୍ଦ୍ରସିଂ ଓ ପଞ୍ଚାନନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏଥିରେ ସଭା ସଂଚାଳନ କରିବେ ବିଭାବତୀ ଦାଶ ଓ କୈଳାସ ବେହେରା। ଆଲୋଚକ ଭାବରେ ଯୋଗଦେବେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା, ସୌମ୍ୟା ମହାପାତ୍ର ଓ ସଂଜୟ ପଣ୍ଡା ଏବଂ ଯୁବକବି ଆଶିଷ କୁମାର ମିଶ୍ର, ସ୍ୱାଗତିକା ନାୟକ ଓ ଶୁଭଦ୍ରା ପ୍ରିୟଦର୍ଶିନୀ ନାୟକ। ଏହି ଅବସରରେ ପ୍ରଜ୍ଞା ପାରମିତା ରଥ, ମିୟୋଗ ରଞ୍ଜନ ପାତ୍ର, ବେଦପ୍ରକାଶ ନାୟକ, ନିଖିଳେଶ ମିଶ୍ର, ଅବକାଶ ପ୍ରଧାନ, ସଂଘମିତ୍ରା ଭୂତିଆ ଓ ଆଶିଷ କୁମାର ମିଶ୍ରଙ୍କୁ କାଦମ୍ବିନୀ ନବଉନ୍ମେଷ ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ‘କବି ଓ କବିତା’ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେବେ କବି ସୁବୋଧ ସରକାର, କବି ପ୍ରବାସିନୀ ମହାକୁଡ଼ ଓ କବି ଅପର୍ଣ୍ଣା ମହାନ୍ତି। ଏଥିରେ ନିମନ୍ତ୍ରିତ କବିମାନେ କବିତା ପାଠ କରିବେ। ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳାରେ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିନୋଦ ଗନତ୍ରା ଏବଂ ବାବା ରାମନାରାୟଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଯୁଗଳ କିଶୋର ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ମହାନ୍ତି, ମାନସରଞ୍ଜନ ସାମଲ ଓ ଶରତ କୁମାର ନାୟକଙ୍କୁ କୁନିକଥା ପ୍ରିୟଲେଖକ ସମ୍ମାନ ସମେତ କୁନିକଥା କୁନିପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ଏହି ଏକଦିବସୀୟ ସାହିତ୍ୟ ମହାକୁମ୍ଭରେ ଭାଷା, କଳା, ସଂସ୍କୃତି ଓ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗଦେବା ପାଇଁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି।

Join New Bhubaneswar Press Club : 9439177630