ଯୁବକ ମାନେ ସେବା ମନୋବୃତ୍ତି ରଖିଲେ ରାଷ୍ଟ୍ରର ଉନ୍ନତି ଘଟିବ ଶାନ୍ତିକୁଞ୍ଜ ହରିଦ୍ୱାର : Ommtv

ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ପକ୍ଷରୁ ପ୍ରାନ୍ତୀୟ ଯୁବା ଉତ୍କର୍ଷ ଓଡିଶା-୨୦୨୨ ଭୁବନେଶ୍ୱରର ରଘୁନାଥପୁର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ଅବସରରେ ଅନୁଷ୍ଠିତ ଯୁବ ସୃଜେତା କାର୍ଯ୍ୟକ୍ରମରେ ମୁଖ୍ୟ

ଯୁବକ ମାନେ ସେବା ମନୋବୃତ୍ତି ରଖିଲେ ରାଷ୍ଟ୍ରର ଉନ୍ନତି ଘଟିବ ଶାନ୍ତିକୁଞ୍ଜ ହରିଦ୍ୱାର : Ommtv

ଯୁବକ ମାନେ ସେବା ମନୋବୃତ୍ତି ରଖିଲେ ରାଷ୍ଟ୍ରର ଉନ୍ନତି ଘଟିବ ଶାନ୍ତିକୁଞ୍ଜ ହରିଦ୍ୱାର : Ommtv

ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଯୁବା ଉତ୍କର୍ଷ ୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର,(Rep:Sukanta) - ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ପକ୍ଷରୁ
ପ୍ରାନ୍ତୀୟ ଯୁବା ଉତ୍କର୍ଷ ଓଡିଶା-୨୦୨୨ ଭୁବନେଶ୍ୱରର ରଘୁନାଥପୁର ସ୍ଥିତ
ଏକ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ
ଅବସରରେ ଅନୁଷ୍ଠିତ ଯୁବ ସୃଜେତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର
ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ରଷ୍ଟ୍ର ନିର୍ମାଣ ଓ ବିକାଶ
ପାଇଁ ଶକ୍ତି, ସାମର୍ଥ୍ୟର ଆବଶ୍ୟକତା ରହିଛି ଏବଂ ଏହାର ସ୍ରୋତ ହେଉଛି ଯୁବ
ସମାଜ । ତେଣୁ ଆଜିର ଯୁବକ ମାନେ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବା
ଆବଶ୍ୟକ । ସେବା ମନୋବୃତ୍ତି ରଖି କାର୍ଯ୍ୟ କରିଲେ ରାଜ୍ୟ ତଥା ରଷ୍ଟ୍ରର ଉନ୍ନତି
ଘଟିବ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଯୁବକ
ମାନଙ୍କର ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । କ୍ରୀଡା କ୍ଷେତ୍ରରେ
ଓଡିଶା ଆଜି ନମ୍ବର ଓାନ ହୋଇପାରିଛି । ସମ୍ମାନିତ ଅତିଥି ଭାବେ ଅଖିଳ
ବିଶ୍ୱ ଗାୟତ୍ରୀ ପରିବାରର ଯୁବା ପ୍ରକୋଷ୍ଠ ମୁଖ୍ୟ ପି କେ ଦୁବେ, ଆଶିଷ
ସିଂ, ରାଜ୍ୟ ସମ୍ପାଦକ ସୁବାସ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ
ତିନିଦିନ ଧରି ଚାଲିବ । ଆସନ୍ତା କାଲି ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ
ପ୍ରତିନିଧି ତଥା ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିକୂଳପତି ଡା. ଚିନ୍ମୟ
ପଣ୍ଡ୍ୟାଜି ଓ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେବାର
କାର୍ଯ୍ୟକ୍ରମ ରହିଛି । ଏଥିରେ ବିଭିନ୍ନ ରାଜ୍ୟର ଯୁବ ପ୍ରତିନିଧି ଓ ଓଡିଶାର
ବିଭିନ୍ନ ଜିଲ୍ଲାରୁ ଯୁବକ, ଯୁବତୀ, କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ପ୍ରାନ୍ତର ଶେଷଦେବ ଘଡେଇ, ପ୍ରଦୀପ କୁମାର ସାହୁ,
ସନ୍ତୋଷ ଜେନା, ଚନ୍ଦ୍ରଶେଖର ବେହେରା, ଜ୍ୟୋର୍ତିମୟ ଦାସ, କୃପାସିନ୍ଧୁ
ଷଢଙ୍ଗୀ,ସମରେନ୍ଦ୍ର ସାହୁ, ଭଗବାନ ଦାଶ, ପଦ୍ମନାଭ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।