ଅନାଥଙ୍କୁ ସମ୍ମାନ ସୂଚକ ନାମ ମିଳୁ, ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କୁ ଚିଠିଲେଖିଲେ ୯ମ ଶ୍ରେଣୀ ଛାତ୍ର : ଓମଟିଭି
ପିତା, ମାତା ଛେଉଣ୍ଡ ହୋଇଯାଇଥିବା ଅନାଥ ପିଲାମାନଙ୍କୁ ସମାଜରେ ସ୍ବତନ୍ତ୍ର ସମ୍ମାନ ମିଳୁ। ସେମାନଙ୍କୁ କେହି ଅନାଥ ବୋଲି ନକହନ୍ତୁ। ପୂର୍ବରୁ ଭିନ୍ନକ୍ଷମ, ବିକଳାଙ୍ଗ ଶବ୍ଦକୁ ପରିବର୍ତନକରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ସମ୍ମାନ ସୂଚକ ନାମ ଦିବ୍ୟାଙ୍ଗ ଦେଇଛନ୍ତି। ସେହିଭଳି ଅନାଥ ହୋଯାଇଥିବା ପିଲାମାନଙ୍କୁ ସମ୍ମାନ ସୂଚକ ଶବ୍ଦ ଦେବାଶଂ କିମ୍ବା ଦେବ ଶିଶୁ ନଚେତ ବିଚାର ବିର୍ମଶ ଆଲୋଚନାକରି କୌଣସି ଭଲ ନାମକରଣ କରାଗଲେ ଆମ ଦେଶର ଲକ୍ଷାଧିକ ଅନାଥ ପିଲାମାନେ ସମ୍ମାନର ସହିତ ମୁଣ୍ଡଟେକି ଚାଲିପାରିବେ। ଏଭଳି ଚିନ୍ତା ଧାରା ରଖି ରାଷ୍ଟ୍ରପତି ତଥା ଓଡ଼ିଶାର ଗର୍ବ ଦେଶର ଗୌରବ ଦୌପଦୀ ମୁର୍ମୁ ଏବଂ
ଅନାଥଙ୍କୁ ସମ୍ମାନ ସୂଚକ ନାମ ମିଳୁ, ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କୁ ଚିଠିଲେଖିଲେ ୯ମ ଶ୍ରେଣୀ ଛାତ୍ର : ଓମଟିଭି
(ରିପୋର୍ଟ: ପିନୁ ନାୟକ): ପିତା, ମାତା ଛେଉଣ୍ଡ ହୋଇଯାଇଥିବା ଅନାଥ ପିଲାମାନଙ୍କୁ ସମାଜରେ ସ୍ବତନ୍ତ୍ର ସମ୍ମାନ ମିଳୁ। ସେମାନଙ୍କୁ କେହି ଅନାଥ ବୋଲି ନକହନ୍ତୁ। ପୂର୍ବରୁ ଭିନ୍ନକ୍ଷମ, ବିକଳାଙ୍ଗ ଶବ୍ଦକୁ ପରିବର୍ତନକରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ସମ୍ମାନ ସୂଚକ ନାମ ଦିବ୍ୟାଙ୍ଗ ଦେଇଛନ୍ତି। ସେହିଭଳି ଅନାଥ ହୋଯାଇଥିବା ପିଲାମାନଙ୍କୁ ସମ୍ମାନ ସୂଚକ ଶବ୍ଦ ଦେବାଶଂ କିମ୍ବା ଦେବ ଶିଶୁ ନଚେତ ବିଚାର ବିର୍ମଶ ଆଲୋଚନାକରି କୌଣସି ଭଲ ନାମକରଣ କରାଗଲେ ଆମ ଦେଶର ଲକ୍ଷାଧିକ ଅନାଥ ପିଲାମାନେ ସମ୍ମାନର ସହିତ ମୁଣ୍ଡଟେକି ଚାଲିପାରିବେ। ଏଭଳି ଚିନ୍ତା ଧାରା ରଖି ରାଷ୍ଟ୍ରପତି ତଥା ଓଡ଼ିଶାର ଗର୍ବ ଦେଶର ଗୌରବ ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟେଶରେ ହାତଲେଖା ଚିଠି ଲେଖି ପୋଷ୍ଟାଲରେ ପଠାଇଛନ୍ତି ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନି ସରସ୍ବତୀ ବିଦ୍ୟାମନ୍ଦିରର ୯ମ ଶ୍ରେଣୀ ଛାତ୍ର ପ୍ରୟାସ ପଣ୍ଡା। ସେହି ଚିଠିରେ ସେ ଆହୁରିଲେଖିଛନ୍ତି ତାଙ୍କର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାପାଇଁ ଭାରି ଇଚ୍ଛା। ମାତ୍ର ସୁଯୋଗ ନମିଳିପାରୁ ଥିବାରୁ ସେ ପ୍ରତି ସପ୍ତାହରେ ମନକି ବାତ ଶୁଣି ଶିକ୍ଷା ଲାଭ କରନ୍ତି। ଏହା ସହିତ ସମାଜସେବା ଓ ପରୋପକାରିତା ମନୋଭାବ ରଖିଛନ୍ତି। ଏହି ଚିଠିକୁ ପ୍ରୟାସ ଲେଖିବାପରେ ବାପା ଉମେଶକୁମାର ପଣ୍ଡାଙ୍କୁ ଓ ସ୍କୁଲ୍ ଗୁରୁଜନ ମାନଙ୍କୁଦେଖାଇଥିଲେ। ଏହାଦେଖି ଗୁରୁମାନେ ତାଙ୍କୁ ଅନେକ ପ୍ରଶଂସାକରିଥିଲେ। ସୂଚନା ଥାଉକି କରୋନାପରେ ଶତାଧିକ ଶିଶୁ ବାପା , ମା’ ଛେଉଣ୍ଡ ହୋଇଯିବାପରେ ସମୋନଙ୍କୁ ଅନାଥ ବୋଲି କୁହାଯାଉଥିବା ଶୁଣି ସେ ଦୁଃଖିତହୋଇଥିଲେ। ଯେଉଁ କାରଣ ପାଇଁସେ ଦୋଶର ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠିଲେଖିବାପାଇଁ ଆଶା କରିଥିଲେ।