ଜିଲ୍ଲାସ୍ତରୀୟ ସ୍କାଉଟ୍ କ୍ୟାମ୍ପୋରୀ ଉଦ୍‌ଯାପିତ : Ommtv

ଜିଲ୍ଲାସ୍ତରୀୟ ସ୍କାଉଟ୍ କ୍ୟାମ୍ପୋରୀ ଉଦ୍‌ଯାପିତ : Ommtv

ଜିଲ୍ଲାସ୍ତରୀୟ ସ୍କାଉଟ୍ କ୍ୟାମ୍ପୋରୀ ଉଦ୍‌ଯାପିତ : Ommtv

୧୧/୧୨ : ଚନ୍ଦ୍ରଶେଖରପୁର ଡ଼ିଏଭି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ତିନିଦିନିଆ ଭୁବନେଶ୍ବର ଜିଲ୍ଲା ସ୍କାଉଟସ୍ ଓ ଗାଇଡ଼ସ୍‌ର ୩୦ ତମ ଜିଲ୍ଲା କ୍ୟାମ୍ପୋରୀ ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ବିଶ୍ବନାଥ ତରାଇ ସଭାପତିତ୍ବ କରିଥିଲେ। କଟକ ଭୁବନେଶ୍ବର ପୁଲିସ୍ କମିଶନର ‌ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ବିଚାରପତି ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍‌ ଉପସଭାପତି ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା, ଚନ୍ଦ୍ରଶେଖରପୁର ଡ଼ିଏଭି ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି କ୍ୟାମୋରୀରେ ଭୁବନେଶ୍ବର ମହାନଗର ନିଗମ, ବାଲିପାଟଣା, ବାଲିଅନ୍ତା ଓ ଭୁବନେଶ୍ବର ବ୍ଲକକୁନେଇ ଗଠିତ ହୋଇଥିବା ସ୍କାଉଟ ଜିଲ୍ଲାରେ ଅନୁବନ୍ଧିତ ୨୦୭ ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ମୋଟ ୧୬୯୦ ଜଣ ସ୍କାଉଟ, ଗାଇଡ଼, ସ୍କାଉଟ ମାଷ୍ଟର, ଗାଇଡ଼ ପ୍ୟାପଟେନ୍ ଯୋ‌ଗଦେଇଥିଲେ। ତିନିଦିନିଆ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, ଗ୍ରାମ୍ୟମେଳା, ‌ମାର୍ଚ୍ଚପାଷ୍ଟ, ଶିବିରାଗ୍ନି, ଲୋକକଳା, ଲୋକଗୀତ, ଲୋକନୃତ୍ୟ, ହସ୍ତକଳା, କୁଇଜ, ପ୍ରାଥମିକ ଚିକିତ୍ସା, ଶିବିର ହସ୍ତକର୍ମ ଏବଂ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ହୋଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ରାଜ୍ୟ ସ୍କାଉଟ ଗାଇଡ଼ ମୁଖ୍ୟ କମିଶନର କାଳିପ୍ରସାଦ ମିଶ୍ର, ଓଡ଼ିଶା ଭିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦେଶକ କେଶବ ଚନ୍ଦ୍ର ଶତପଥୀ, ପ୍ରାଥମିକ ଅତିରିକ୍ତ ଶିକ୍ଷା ନିର୍ଦେଶକ ବୃନ୍ଦାବନ ଶତପଥୀ, ସହନିର୍ଦେଶକ ସୁଶ୍ରୀ ସଂଗୀତା ପଣ୍ଡା, ସୁଦର୍ଶନ ପାତ୍ର, ହିଂମାଶୁ ଭୁଷଣ ଓଝା, ଡ଼ିଏଭି କଳିଙ୍ଗ ନଗର ଅଧ୍ୟକ୍ଷ ବିପିନ କୁମାର ସାହୁ, ରାଜ୍ୟ ସଂଗାଠନ ଗାଇନ କମିଶନର ଅନାମିକା ଦାସ ଓ ଟ୍ରେନିଂ କମିଶନର ସୁରଜିତ ସେନ୍ , ୟୁନିଟ୍ ୧ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ରୀନା ମଲ୍ଲିକ , ୟୁନିଟ ୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ବେହେରା, ଚନ୍ଦ୍ରଶେଖରପୁର ଫେଜ ୧ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋବିନ୍ଦ୍ର ଚନ୍ଦ୍ର ହେମ୍ବ୍ରମ , ଜଟଣୀଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ା, ବାଲିଅନ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଜ୍ଞାପରମିତା ଜେନା, ଚନ୍ଦ୍ରଶେଖରପୁର ଡ଼ିଏଭି ସ୍କୁଲର ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ଶିକ୍ଷାର୍ଥୀ ଓ ପ୍ରଶିକ୍ଷକମାନଙ୍କୁ ଅତଥିମାନେ ପୁରସ୍କୃତ କରିଥିଲେ। ଅମ୍ବିକା ପ୍ରସାଦ ଦାସ, ପ୍ରଦୀପ କୁମାର ପଣ୍ଡା, ସୁଶାନ୍ତ କୁମାର ସାମଲ, ଜିତେନ୍ଦ୍ର କୁମାର ନନ୍ଦ, ସନ୍ତୋଷ କୁମାର ବେହେରା, ନରେନ୍ଦ୍ର ବାରିକ, ସ୍ମିତା ଦାସ, ମଧୁସ୍ମିତା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।