ଦେଶ ଗଢିବାରେ ବୈଷୟିକ ଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଆନ୍ଧ୍ର ରାଜ୍ୟପାଳ : Ommtv

ଭୁବନେଶ୍ବର ନିକଟ ପଥର ଗଡ଼ିଆ ନିକଟରେ ଅନୁଷ୍ଠିତ ନୀଳାଚଳ ପଲ୍ଲୀ ଟେକନିକର 25 ତମ ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

ଦେଶ ଗଢିବାରେ ବୈଷୟିକ ଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଆନ୍ଧ୍ର ରାଜ୍ୟପାଳ : Ommtv
ଦେଶ ଗଢିବାରେ ବୈଷୟିକ ଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଆନ୍ଧ୍ର ରାଜ୍ୟପାଳ : Ommtv
(ଓମଟିଭି )ଭୁବନେଶ୍ବର ନିକଟ ପଥର ଗଡ଼ିଆ ନିକଟରେ ଅନୁଷ୍ଠିତ ନୀଳାଚଳ ପଲ୍ଲୀ ଟେକନିକର 25 ତମ ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ନୀଳାଚଳ ପଲିଟେକନିକ୍ ବୈଷୟିକ ଶିକ୍ଷାନୁଷ୍ଠାନ ଏହି 25 ବର୍ଷ ଭିତରେ ଅନେକ ମନିଷ ତିଆରି କରିଛି ଯେଉଁମାନେ କେବଳ ଶିକ୍ଷା ପାଇନାହାନ୍ତି ବରଂ ଏ ମାଟିକୁ ଗର୍ବ ଅନୁଭବ କରାଇବାର ଦୀକ୍ଷା ପାଇଛନ୍ତି l ଏହି ଅନୁଷ୍ଠାନରୁ ଉପକୃତ ହୋଇଥିବା ଛାତ୍ରଛାତ୍ରୀ ଆଜି ଦେଶକୁ ଆଗେଇ ନେବାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି l ଏ ଦେଶକୁ ଆତ୍ମନିର୍ଭରଶୀଳ କରି ଗଢି ତୋଳିବାରେ ବୈଷୟିକ ଅନୁଷ୍ଠାନ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ l ଛାତ୍ରଛାତ୍ରୀମାନେ ଭଲ ପାଠପଢି ଉତମ ଜ୍ଞାନ କୌଶଳ ଅଧ୍ୟୟନ କରି ନିଜେ ଆତ୍ମ ନିର୍ଭର ହେବାକୁ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଛନ୍ତି l
ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବାକୁ ଆହ୍ଵାନ ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହେଲେ ଦେଶ ଉନ୍ନତି କରିବାକୁ ସମୟ ଲାଗିବ ନାହିଁ ବୋଲି କହିଛନ୍ତି l ଏ ଦେଶ, ଜାତି, ମାଟି ହେଉଛି ଛାତ୍ରଛାତ୍ରୀମାନଙ୍କର l ସେମାନେ ତାଙ୍କର ଜ୍ଞାନ କୌଶଳ ପ୍ରୟୋଗ କରି ଦେଶ ବିଶ୍ଵରେ ଶ୍ରେଷ୍ଠ କରି ଗଢି ତୋଳିବାକୁ ଆଗଭର ହୁଅନ୍ତୁ l ଯେପରି ଆମ ଦେଶର ବୈଜ୍ଞାନିକମାନେ ଅନୁସନ୍ଧାନ କରି ନିଜସ୍ଵ ଜ୍ଞାନ କୌଶଳରେ କରୋନାକୁ ମୁକାବିଲା କରିବା ପାଇଁ ସ୍ଵଦେଶୀ ପ୍ରତିଷେଧକ ଟିକା ପ୍ରସ୍ତୁତ କରି ବିଶ୍ଵରେ ଭାରତର ନାମକୁ ସର୍ବାଗ୍ରେ ରଖିଛନ୍ତି l ସେହିଭଳି ଛାତ୍ରଛାତ୍ରୀମାନେ ଦେଶକୁ, ଜାତିକୁ, ମାଟିକୁ ତାଙ୍କର ଜ୍ଞାନ କୌଶଳରେ ଉନ୍ନତ କରନ୍ତୁ l ଛାତ୍ରଛାତ୍ରୀମାନେ ଯେତେବେଳେ ନିଜର କର୍ମକ୍ଷେତ୍ରକୁ ଗଲାବେଳେ ପ୍ରଥମେ ସମାଜକୁ ଦେଖିବେ l ଗରିବର ମୁଖକୁ ଦେଖିବେ ଓ ଅନାଥକୁ ବାଟ ଦେଖାଇଲେ ଏ ଦେଶ, ଜାତି ଆଗକୁ ଆଗେଇଯିବ ବୋଲି ରାଜ୍ୟପାଳ ଆହ୍ଵାନ ଦେଇଛନ୍ତି l
ପରିଶେଷରେ ରାଜ୍ୟପାଳ ଅନୁଷ୍ଠାନ ଆଗାମୀ ଦିନରେ ଆହୁରି ଆଗକୁ ବଢିବା ପାଇଁ ଏହାର ପ୍ରତ୍ୟେକ ସଦସ୍ୟ ମାନେ ଆହୁରି କଠିନ ପରିଶ୍ରମ ପାଇଁ ଆହ୍ଵାନ ଦେଇଛନ୍ତି l ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅବସର ପ୍ରାପ୍ତ IAS R N ଦାଶ, ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ଅଧ୍ୟକ୍ଷ ଉପସ୍ଥିତ ଥିଲେ l