ଜନତା ରାଜ ହାଇସ୍କୁଲ ଦୁଦୁରକୋଟ ଠାରେ ରାଜ୍ଯ ବନ ସପ୍ତାହ ମହୋତ୍ସବ ପାଳିତ : Ommtv Round The Colck

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଜନତା ରାଜ ହାଇସ୍କୁଲ ଦୁଦୁରକୋଟ ଠାରେ ରାଜ୍ଯ ବନ ସପ୍ତାହ ମହୋତ୍ସବ ପାଳିତ ହୋଇଛି। ସ୍କୁଲ୍ ପ୍ରଧାନ ଶିକ୍ଷକ ହରିହର ନାଥ ଙ୍କ ଆବାହକତ୍ବରେ ରେ ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ମୁଖ୍ୟଶାସନ ଭାବେ ହିନ୍ଦୋଳ ସାମ୍ବାଦିକ ସଂଘ ସଭାପତି ସୁଶାନ୍ତ କୁମାର ପତି,ସମ୍ମାନିତ ଅତିଥି ଭାବେ ଏସ୍ ଏମ୍ ଡି ସି ସଭ୍ଯ ଦିବାକର ପଟ୍ଟନାୟକ,ବନ ବିଭାଗ ଅଧିକାରୀ ସନୋଷ ବେହେରା, ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ ସାମଲ ଯୋଗ ଦେଇ ସପ୍ତାହ ପାଳନ କରିବାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଇକୋ କ୍ଲବ୍ ଇନ୍ ଚାର୍ଜ ବେଲେରିକା ଧିର କ୍ରୀଡା ଶିକ୍ଷୟିତ୍ରୀ ଗାୟତ୍ରୀ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହେବାସହ ଅତିଥି ମାନଙ୍କ୍ ଦ୍ଵାରା ପରିସରରେ ଚାରା ରୋପଣ ହୋଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଜଣ କେ ଦଶ ଟି ଚାରା ରୋପଣ କରିବାକୁ ଶାପଥ ଗ୍ରହଣ କରିଥିଲେ। ସର୍ବଶେଷରେ କ୍ଷୀରୋଦ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।