ଜୁଝଗଡ଼ରେ ସପ୍ତାହବ୍ୟାପି ପାନୀୟ ଜଳ ସମସ୍ୟା : Ommtv

ଜୁଝଗଡ଼ରେ ସପ୍ତାହବ୍ୟାପି ପାନୀୟ ଜଳ ସମସ୍ୟା : Ommtv

ଜୁଝଗଡ଼ରେ ସପ୍ତାହବ୍ୟାପି ପାନୀୟ ଜଳ ସମସ୍ୟା : Ommtv

ଜୁଝଗଡ଼ରେ ସପ୍ତାହବ୍ୟାପି ପାନୀୟ ଜଳ ସମସ୍ୟା : Ommtv

: ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ପଞ୍ଚାୟତର ଜୁଝଗଡ଼ ଭୋଇ ସାହିରେ ଗତ ସପ୍ତାହବ୍ୟାପି ଦେଖାଯାଇଛି ପାନୀୟ ଜଳର ସମସ୍ୟା। ଏହି ଗ୍ରାମରେ ମୋଟ ଦୁଇଟି ନଳକୂପ ଥିଲାବେଳେ ଗୋଟିଏ ବହୁ ବର୍ଷ ଧରି ଅଚଳ ହୋଇ ପଡ଼ିଛି। ଗୋଟିଏ ନଳକୂପରେ ଗ୍ରାମର ପାଖାପାଖି ୬୦ ରୁ ଅଧିକ ପରିବାର ନିର୍ଭର କରୁଥିଲା ବେଳେ ଗତ ସପ୍ତାହ ହେଲାଣି କଳଟି ଖରାପ ହୋଇଯାଇଥିବାରୁ ଏଠାକାର ଲୋକମା‌ନେ ପିଇବା ପାଣି ପାଇଁ ହେଉଛନ୍ତି ହନ୍ତସନ୍ତ। ଗ୍ରାମକୁ ପାନୀୟଜ‌ଳ ଯୋଗାଣ ଓ ନଳକୂପକୁ ମରାମତି ନେଇ ବାରମ୍ବାର ବ୍ଲକ ଚ୍ୟାୟରମ୍ୟାନ୍ ଓ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଗ୍ରାମବାସୀ ଗୁହାରିକରିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରୁ ନାହିଁ। ପାଲଟା ଅଧିକାରୀମାନେ ସେଠାକୁ କାମ କରିବାପାଇଁ ଯାଇ ପାରିବେ ନାହିଁ ବୋଲି ରୋକଠୋକ୍ ମନାକରିଦେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଅସୋନ୍ତୋଷ ଦେଖାଯାଇଛି। ଘଟଣାଅନୁଯୟୀ ଉକ୍ତ ଗ୍ରାମଟିରେ ପିଇବାପାଣି ପାଇଁ ଅନ୍ୟ କୌଣସି ଉପାୟ ନଥିବାରୁ ଲୋକମାନେ ନିକଟ ଚୁଆରୁ ପାଣି ଆଣି ଚଳୁଛନ୍ତି। ଯାହା ଅସ୍ବାସ୍ଥକର ହୋଇଥିବାରୁ ଗ୍ରାମର କିଛି ଯୁବକ ଏକ ହୋଇ ବ୍ଲକ୍ କାର୍ଯ୍ୟାଳୟ ଓ ଜଳବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପିଇବା ପାଣି ନପାଇଁ ହନ୍ତସନ୍ତ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଗ୍ରାମକୁ ଟାଙ୍କିପାଣି ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ସେମାନ ପଛୁଆବର୍ଗ ଲୋକ ହୋଇଥିବାରୁ ସେମାନଙ୍କୁ ମ‌ୌଳିକ ସୁବିଧା ଯୋଗାଇଦେବାରେ ପାତର ଅନ୍ତର କରାଯାଉଛି ବୋଲି ଗ୍ରାମର ଯୁବକମାନେ ଅଭିଯୋଗ କରିଛନ୍ତି। ଏନେଇ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ନନ୍ଦନକାନନ ଚନ୍ଦକା ରାସ୍ତା ଓ ବିଭାଗୀୟ କାର୍ଯ୍ୟାଳୟ ଘେରାଉକରିବାପାଇଁ ଗ୍ରାମବାସୀ ପ୍ରସ୍ତୁତ ହୋଇଛନ୍ତି।