ପଟିଆ ଶିରିଡ଼ି ସାଇ ମନ୍ଦିର ୧୧ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : Ommtv
ପଟିଆ ଶିରିଡ଼ି ସାଇ ମନ୍ଦିର ୧୧ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : Ommtv
ପଟିଆ ଶିରିଡ଼ି ସାଇ ମନ୍ଦିର ୧୧ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : Ommtv
: ସାଇ ଶକ୍ତି ଟ୍ରଷ୍ଟ ଦ୍ବାରା ପରିଚାଳିତ ପଟିଆ ଶିରିଡ଼ି ସାଇ ମନ୍ଦିରର ୧୧ତମ ପ୍ରତିଷ୍ଠା ଦିବସ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ଗତ ପାଞ୍ଚ ଦିନ ଧରି ଚାଲିଥିଲା ମହାଯଜ୍ଞ ଓ ଧୂନି ପୂଜା। ଆଜି ଏହାର ଶେଷ ଦିନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ସାଇ ଶ୍ରର୍ଦ୍ଧାଳୁଙ୍କ ଭିଡ଼ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଆଜି ସକାଳୁ ଏକ ସାମୋହିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରର୍ଦ୍ଧାଳୁ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ପ୍ରଥମ ଦିନ ମହାରୁଦ୍ରାଭିଷେକ ଓ ବାବାଙ୍କ ମହାସ୍ନାନ ହୋଇଥିଲା ଏବଂ ରାତିରେ ମହାଦୀପ ଦାନ ଶ୍ରର୍ଦ୍ଧାଳୁମାନେ କରିଥିଲେ। ଦ୍ବିତୀୟ ଦିନ ଅଙ୍କୁରାରୋପଣ , ନବବିହ୍ବ ପୂଜା ହୋଇଥିଲା। ତୃତୀୟ ଦିନ କଳସ ଯାତ୍ରା ସହିତ ସୂର୍ଯ୍ୟ ପୂଜା, ଶାଲା ପ୍ରବେଶ, ଅଗ୍ନି ସ୍ଥାପନ ଏବଂ ସଂଧ୍ୟାରେ ଆଳତି ପୁଷ୍ପାଞ୍ଜଳି କରାଯାଇଥିଲା। ଗତକାଲି ଗୋ ପୂଜା, ସାଇନାଥ ପଞ୍ଚାମୃତ ପ୍ରସାଦ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନକରାଯାଇଥିଲା। ସଂଧ୍ୟାରେ କଣ୍ଠଶିଳ୍ପୀ କୁମାର ଦିଲ୍ଲୀପ ଓ ସାଥିମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ଆଜି ସକାଳୁ ସମସ୍ତ ପ୍ରକାର ରୀତି ନିତି ଅନୁଯାୟୀ ପୂଜାଶେଷ ହେବାପରେ ସର୍ବଦେବ ଯଜ୍ଞ ପୂର୍ଣ୍ଣାହୁତି କରାଯିବା ସହିତ ଆଳତି ପୁଷ୍ପାଞ୍ଜଳି ଓ ଶାନ୍ତି ପାଠ କରାଯାଇଥିଲା। ଏହା ସହିତ ସଂଧ୍ୟାରେ କଣ୍ଠଶିଳ୍ପୀ ଅନିଲ ବାୱରାଙ୍କ ଗ୍ରୁପ୍ ଦ୍ବାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଶେଷ ଦିନରେ ଆଖପାଖ ଅଞ୍ଚଳର ୧୩ରୁ ଅଧିକ ସାଇ ମନ୍ଦିରରୁ ପାଲିଙ୍କି ପାଟିଆ ସାଇ ମନ୍ଦିର ନିକଟକୁ ରୋଷଣି ମାଧ୍ୟମରେ ଆସିଥିଲା। ଯେଉଁ ସବୁ ପାଲିଙ୍କିକୁ ପରିଚାଳନା କମିଟିର ସଭ୍ୟମାନେ ସ୍ବାଗତକରିଥିଲେ।