କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ :Ommtv

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ :Ommtv

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ :Ommtv
ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ
: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର ଟରୋଣ୍ଟୋଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀ (ଇସୁରା)ରେ ନିଜର ଅଭିଜ୍ଞତା ଓ ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ବେଶ ପ୍ରଶଂସିତ ହୋଇଛନ୍ତି । ବିଗତ ୨୦ ବର୍ଷ ଧରି ଉତ୍ତର ଆମେରିକାରେ ରିଜିଓନାଲ୍‍ ଆନେସ୍ଥେସିଆ, ପେନ୍‍ ମେଡିସିନ୍‍ ଓ ପଏଣ୍ଟ ଅଫ୍‍ କେୟାର ଅଲ୍‍ଟ୍ରାସାଉଣ୍ଡ ଆପ୍ଲିକେସନ୍‍ ଉପରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଆସୁଛି । ଡା. ସାହୁ ଏକମାତ୍ର ଭାରତୀୟ ବିଶେଷଜ୍ଞ ଭାବେ ଏହି ସମ୍ମିଳନୀରେ ଯୋଗଦେବାର ଗୌରବ ଅର୍ଜନ କରିଛନ୍ତି । ବିଶେଷ କରି ମସ୍କୁଲୋସ୍କେଲିଟାଲ୍‍ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପଦ୍ଧତି ଉପରେ ଅଲଟ୍ରାସାଉଣ୍ଡ ଟେକ୍ନୋଲୋଜିର ଉପଯୋଗ ଦିଗରେ ଜ୍ଞାନର ପ୍ରସାର ନିମନ୍ତେ ଏହି ସମ୍ମଳନୀ ଆୟୋଜନ କରାଯାଇଥାଏ । ଆପାତକାଳୀନ ଔଷଧ ପ୍ରୟୋଗ ସମୟରେ ଯତ୍ନ, ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ, ସ୍ଥାନୀୟ ନିଶ୍ଚେତକ ଓ ଯନ୍ତ୍ରଣା ଉପଶମ ସମେତ ବହିର୍ବିଭାଗ ରୋଗୀଙ୍କ ବିଭିନ୍ନ ରୋଗର ଲକ୍ଷଣରୁ ପ୍ରାକ-ନିଦାନ ଓ ଚିକିତ୍ସାରେ ଅଲଟ୍ରାସାଉଣ୍ଡ ଟେକ୍ନେଲୋଜିର ଉପଯୋଗ ପାଇଁ ଜ୍ଞାନର ପରିବର୍ଦ୍ଧନ ନିମନ୍ତେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥାଏ ।
ଉତ୍ତର ଓ ଦକ୍ଷିଣ ଆମେରିକା ତଥା ୟୁରୋପର ବିଭିନ୍ନ ଦେଶରୁ ୫ଶହରୁ ଊର୍ଦ୍ଧ୍ୱ ଡାକ୍ତର ଓ ବିଶେଷଜ୍ଞ ଦୀର୍ଘ ୪ଦିନ ବ୍ୟାପୀ ହୋଇଥିବା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବରସରେ ଡା. ସାହୁ ‘ହେଡ୍‍ଆକ୍‍ ଆଣ୍ଡ କ୍ରାନୋଫାସିଆଲ୍‍ ପେନ୍‍ ବ୍ଲକ୍‍ସ’ ଉପରେ ଏକ ମାଷ୍ଟର କ୍ଲାସ ନେବା ସହ କହୁଣୀ, ମଣିବନ୍ଧ ଓ ଗୋଇଠିର ଅଲଟ୍ରାସାଉଣ୍ଡ ଉପରେ କର୍ମଶାଳା, ନି ଜଏଣ୍ଟ ଇନରଭେସନ ଆଣ୍ଡ ରେଡିଓଫ୍ରିକୁଏନସୀ ତଥା ଆଣ୍ଠୁଗଣ୍ଠି ବାତରେ ରାସାୟନିକ ନିସ୍ତେଜନ ଉପରେ ହୋଇଥିବା କର୍ମଶାଳାରେ ଯୋଗ ଦେଇଥିଲେ । ଡା. ସାହୁ ୧୫ଟି ବିଭିନ୍ନ କର୍ମଶାଳାରେ ବକ୍ତବ୍ୟ ଦେଇ ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହି ଭାରତକୁ ଗୌରବାନ୍ୱିତ କରିଛନ୍ତି । ନିଜ ପ୍ରତିକ୍ରିୟାରେ ଡା. ସାହୁ କହିଛନ୍ତି, କିମ୍‍ସକୁ ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇବା ସହ ବହୁ ବିଶେଷଜ୍ଞଙ୍କ ସହ ଜ୍ଞାନର ଆଦାନ ପ୍ରଦାନ ହେବା କିମ୍‍ସ ତଥା ଭାରତ ପାଇଁ ଏକ ସୌଭାଗ୍ୟର ବିଷୟ । ଏଭଳି ଅନ୍ତର୍ଜାତୀୟ ଚିକିତ୍ସା କର୍ମଶାଳାରେ ଯୋଗଦେବାର ସୁଯୋଗ ସୃଷ୍ଟି କରିଥିବାରୁ ଡା. ସାହୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତଥା କିମ୍‍ସ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । #Ommtv #Omtv #Kalingacinearts #NBPC #PhotoNews #KIMS #Kimshosptal #bhubaneswarsmartcity