ଡୁଙ୍ଗୁରିପାଲି.. ସରିଲା ବାହୁଡା଼ ଯାତ୍ରା ଆଜିନୀଳାଦ୍ରୀ ବିଜେ କରିବେ : Ommtv

ଡୁଙ୍ଗୁରିପାଲି.. ସରିଲା ବାହୁଡା଼ ଯାତ୍ରା ଆଜିନୀଳାଦ୍ରୀ ବିଜେ କରିବେ

ଡୁଙ୍ଗୁରିପାଲି.. ସରିଲା ବାହୁଡା଼ ଯାତ୍ରା ଆଜିନୀଳାଦ୍ରୀ ବିଜେ କରିବେ : Ommtv

ଡୁଙ୍ଗୁରିପାଲି.. ସରିଲା ବାହୁଡା଼ ଯାତ୍ରା ଆଜିନୀଳାଦ୍ରୀ ବିଜେ କରିବେ....(ରିପୋର୍ଟ :ରଞ୍ଜନ ହୋତା )
ଆଷାଢ ଶୁକ୍ଳ ଦଶମୀ ବାହୁଡା଼ ଯାତ୍ରା ଦିନ ଡୁଙ୍ଗୁରିପାଲି ଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ତାଙ୍କର ଲୀଳା ସାରି ମନ୍ଦିର ଅଭିମୁଖେ ଯିବା ପାଇଁ ପହଣ୍ଡି ରେ ଆସି ରଥାରୁଢ଼ ହୋଇଥିଲେ. ଘଣ୍ଟ, ଶଙ୍ଖ ଭକ୍ତଙ୍କର ହୁଳହୁଳି, ହରିବୋଲ ଧ୍ୱନିରେ ସମଗ୍ର ଡୁଙ୍ଗୁରିପାଲି ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଡୁଙ୍ଗୁରିପାଲି ଗ୍ରାମରେ ଭକ୍ତ ଓ ଭଗବାନ ଏକ ଅପୂର୍ବ ମିଳନ ପରିଲକ୍ଷିତ ହୋଇଥିଲା .ତାପରେ ରଥ ଛୁଆ ହୋଇଥିଲା ଛୋଟ ଛୋଟ ଛୁଆ ମାନଙ୍କର ସେଥି ପାଇଁ ପ୍ରବଳ ଭିଡ ହୋଇଥିଲା.ପରମ୍ପରା ଅନୁସାରେ ବୁଧବାର ଚତୁର୍ଦ୍ଧାଙ୍କ ପହଣ୍ଡି ପରେ ରଥ ଉପରେ ହି ରହିଥିଲେ ମହାପ୍ରଭୁ | ଗୁରୁବାର ଏକାଦୋଷୀ ଯୋଗୁ ତିନି ଠାକୁରଙ୍କ ପାଖରେ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା ଏବଂ ଅପରାହ୍ନ ରେ ଭକ୍ତଙ୍କ ଦ୍ଵାରା ରଥ ଟଣା ହୋଇ ଆଖଡ଼ାଟିକ୍ରା ଠାରେ ରଖଯାଇଥିଲା. ମହାପ୍ରଭୁ ଜଗନ୍ନାଥ ହଉଛନ୍ତି ଜଗତର ନାଥ ତାଙ୍କର ଲୀଳା ଅସୀମିତ ଅଟେ ତାଙ୍କର ଲୀଳା ବଖାଣିବା ସାଧାରଣ ମାନବ ପାଇଁ ଅସମ୍ଭବ ଅଟେ.ଶୁକ୍ରବାର ତିନି ଠାକୁର ଅବସ୍ଥାନ ପରେ ଶନିବାର ଶ୍ୱ ମନ୍ଦିରକୁ ନୀଳାଦ୍ରି ବିଜେ କରିବା କାର୍ଯ୍ୟକ୍ରମ ରହିଁଛି. #NiladriBije #Ommtv #Omtv #NBPC #Photonews #JayJagannath #jagannath