ଯଶୋଦା ମାଆ ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ନିରାଡ଼ମ୍ବରଭାବେ ଅନୁଷ୍ଠିତ : ଓମଟିଭି

ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ  ଆଶା କିରଣ (orphan center) ପରିସରରେ ଯଶୋଦା ମାଆ ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ନିରାଡ଼ମ୍ବର ଭାବରେ ଆଶାକିରଣ ପରିବାର ଓ ଯଶୋଦା ମାଆ ପରିବାରର ସଦସ୍ଯ ମାନଙ୍କ ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି।ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଓ ମାତୃତ୍ବର ମୂର୍ତ୍ତିମନ୍ତ ପ୍ରତୀକ *ଶ୍ରୀମତୀ ବନ୍ଦନା ପଣ୍ଡା,କଳାରେ ବିଶ୍ଵ ରେକର୍ଡରେ ସ୍ଥାନ ପାଇଥିବା ଶ୍ରୀମତୀ ଗାୟତ୍ରୀ ମାଭୁରୁ ଓ ନନ୍ଦିଘୋଷ ଟିଭିର ସୁନାମଧନ୍ଯା ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର ।*

ଯଶୋଦା ମାଆ ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ନିରାଡ଼ମ୍ବରଭାବେ ଅନୁଷ୍ଠିତ : ଓମଟିଭି

ଯଶୋଦା ମାଆ ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ନିରାଡ଼ମ୍ବରଭାବେ ଅନୁଷ୍ଠିତ : ଓମଟିଭି

ଭୁବନେଶ୍ବର, ୧୨.୭.୨୨(ଓମ): ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ  ଆଶା କିରଣ (orphan center) ପରିସରରେ ଯଶୋଦା ମାଆ ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ନିରାଡ଼ମ୍ବର ଭାବରେ ଆଶାକିରଣ ପରିବାର ଓ ଯଶୋଦା ମାଆ ପରିବାରର ସଦସ୍ଯ ମାନଙ୍କ ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି।ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଓ ମାତୃତ୍ବର ମୂର୍ତ୍ତିମନ୍ତ ପ୍ରତୀକ *ଶ୍ରୀମତୀ ବନ୍ଦନା ପଣ୍ଡା,କଳାରେ ବିଶ୍ଵ ରେକର୍ଡରେ ସ୍ଥାନ ପାଇଥିବା ଶ୍ରୀମତୀ ଗାୟତ୍ରୀ ମାଭୁରୁ ଓ ନନ୍ଦିଘୋଷ ଟିଭିର ସୁନାମଧନ୍ଯା ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର ।* ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶାନ୍ତନୁ ମହାପାତ୍ର, ପଶୁପ୍ରେମୀ ପ୍ରଦୀପ ଦାସ, ସମାଜସେବୀ ପ୍ରତ୍ଯୁଷ ଭଞ୍ଜ ଓ ନିରଜ ମହାରଣା ,ବର୍ଣ୍ଣୋବୋଧ ପାଠଶାଳାର ଗୁରୁମା ଶ୍ରୀମତୀ ସ୍ବର୍ଣ୍ଣମଞ୍ଜରୀ ବେହେରା ଓ ଛବିତା ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଆଗେଇ ନେଇଥିଲେ। ଯଶୋଦା ମା ଫାଉଣ୍ଡେସନର ଶ୍ରୀମତୀ ନିବେଦିତା ଲେଙ୍କା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ପ୍ରଥମ ବର୍ଷର କାର୍ଯ୍ୟ ଭିତରେ ଦଶମ ଶ୍ରେଣୀରେ କୃତି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହାୟତା ପ୍ରଦାନ କରିବା,ବର୍ଣ୍ଣୋବୋଧ ପାଠଶାଳାକୁ ସୁପରିଚାଳିତ କରିଵା ,ଭାଗବତ ଚର୍ଚ୍ଚା ଓ ଯୋଗ ପ୍ରଶିକ୍ଷଣ ଶିବିର ବିଭିନ୍ନ ବସ୍ତିରେ ଆରମ୍ଭ କରିବା ଓ ବିଭିନ୍ନ କ୍ଷେତ୍ରରେ ଲୋକସଚେତନତା କାର୍ଯ୍ଯକୁ ଭୂରିଭୂରି ପ୍ରଶଂସା କରିଥିଲେ। ଆଗାମୀ ବର୍ଷ ପାଇଁ କାର୍ଯ୍ଯସାରଣୀ ଉପସ୍ଥାପନା କରାଯାଇଥିଲା । ଚଳିତ ବର୍ଷ ଅଧିକ ଗରିବ ଓ ମେଧାବୀ ପିଲାଙ୍କୁ ଶିକ୍ଷା ସହାୟତା, ବର୍ଣ୍ଣୋବୋଧ ପାଠଶାଳା , ଭାଗବତ ଚର୍ଚ୍ଚା ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଆହୁରି ପ୍ରସାରିତ କରିବା ଓ ଲୋକ ସଚେତନତା କାର୍ଯ୍ୟକ୍ରମକୁ ବ୍ଯାପକ କରିବାର ପ୍ରୟାସ ଜାରି ରଖିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଯଥା ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶେଷରେ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ଜନ୍ମଦିନ ଅବସରରେ କୁନିକୁନି ପିଲାମାନଙ୍କ ଓଠରେ ହସଫୁଟାଇବା ପ୍ରୟାସରେ ସେମାନଙ୍କୁ  ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଯଶୋଦା ମା ଫାଉଣ୍ଡେସନ ତରଫରୁ ଅତିଥିମାନଙ୍କୁ, ଆଶାକିରଣର ସଦସ୍ୟ ମାନଙ୍କୁ ,ପ୍ରିଣ୍ଟ୍ ମିଡିଆ ତଥା ଇଲୋକଟ୍ରୋନିକ୍ ମିଡିଆର ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା ।