ମଲ୍ଲ ଯୋଦ୍ଧା ଖଲ୍ଲି ଙ୍କ ଦୁର୍ବ୍ୟବହାର କୁ କେନ୍ଦ୍ର କରି ଟୋଲ ପ୍ଲାଜା ରେ ଉତ୍ତେଜନା:ଓମଟିଭି

ବିଶ୍ୱ ସ୍ତରୀୟ ମଲ୍ଲଯୋଦ୍ଧା  ଖଲ୍ଲି(ଦିଲ୍ଲୀପ ରାଣା)ଙ୍କ ଦୁର୍ବ୍ୟବହାର କୁ କେନ୍ଦ୍ର କରି ପଞ୍ଜାବ ର ଏକ ଟୋଲ ଗେଟ ଠାରେ କିଛି ସମୟ ପାଇଁ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିଲା।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ମଲ୍ଲ ଯୋଦ୍ଧା ଦିଲୀପ ରାଣା(ଖଲ୍ଲି) ପଞ୍ଜାବ ର ଜଳନ୍ଧର ରୁ କରନାଲ ଅଭିମୁଖେ ଯାଉଥିବା ସମୟରେ ଫିଲାଉର ର ଲାଡୋୱାଲ ଟୋଲ ପ୍ଲାଜା ଠାରେ  ଗେଟ ବନ୍ଦ ଥିଲା।ନିଜର ପରିଚୟ ଦେଇ ଗେଟ ଖୋଲିବାକୁ ଖଲ୍ଲି କହିବାରୁ ଟୋଲ ର କର୍ମଚା

ମଲ୍ଲ ଯୋଦ୍ଧା ଖଲ୍ଲି ଙ୍କ ଦୁର୍ବ୍ୟବହାର କୁ କେନ୍ଦ୍ର କରି ଟୋଲ ପ୍ଲାଜା ରେ ଉତ୍ତେଜନା:ଓମଟିଭି

ମଲ୍ଲ ଯୋଦ୍ଧା ଖଲ୍ଲି ଙ୍କ ଦୁର୍ବ୍ୟବହାର କୁ କେନ୍ଦ୍ର କରି ଟୋଲ ପ୍ଲାଜା ରେ ଉତ୍ତେଜନା:ଓମଟିଭି

ଜଳନ୍ଧର(ଓମ): ବିଶ୍ୱ ସ୍ତରୀୟ ମଲ୍ଲଯୋଦ୍ଧା  ଖଲ୍ଲି(ଦିଲ୍ଲୀପ ରାଣା)ଙ୍କ ଦୁର୍ବ୍ୟବହାର କୁ କେନ୍ଦ୍ର କରି ପଞ୍ଜାବ ର ଏକ ଟୋଲ ଗେଟ ଠାରେ କିଛି ସମୟ ପାଇଁ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିଲା।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ମଲ୍ଲ ଯୋଦ୍ଧା ଦିଲୀପ ରାଣା(ଖଲ୍ଲି) ପଞ୍ଜାବ ର ଜଳନ୍ଧର ରୁ କରନାଲ ଅଭିମୁଖେ ଯାଉଥିବା ସମୟରେ ଫିଲାଉର ର ଲାଡୋୱାଲ ଟୋଲ ପ୍ଲାଜା ଠାରେ  ଗେଟ ବନ୍ଦ ଥିଲା।ନିଜର ପରିଚୟ ଦେଇ ଗେଟ ଖୋଲିବାକୁ ଖଲ୍ଲି କହିବାରୁ ଟୋଲ ର କର୍ମଚାରୀ ତାଙ୍କୁ ତାଙ୍କ ପରିଚୟ ପତ୍ର ଦେଖାଇ ବାକୁ କହିଥିଲେ।ମାତ୍ର ଖଲ୍ଲି ଏଥିରେ ଉତ୍ତେଜିତ ହୋଇ ପରିଚୟ ପତ୍ର ମାଗିଥିବା କର୍ମଚାରୀ ଙ୍କୁ ଏକ ଚାପଡା ମାରିଥିବା ଅଭିଯୋଗ କରି ସମସ୍ତ କର୍ମଚାରୀ ଏକତ୍ରିତ ହୋଇ  ଖଲ୍ଲି ଙ୍କ ଗାଡି ଆଗରୁ ବାରିକେଡ ନ ହଟାଇ ଖଲ୍ଲି ଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ।ଅପରପକ୍ଷରେ ଖଲ୍ଲି ପାଲଟା ଅଭିଯୋଗ କରିଛନ୍ତି ଯେ,ସେ ଯେତେବେଳେ ଟୋଲଗେଟ ପାଖରେ ପହଞ୍ଚିଲେ, ଟୋଲ ଗେଟ ର କର୍ମଚାରୀ ମାନେ ତାଙ୍କୁ ଗାଡି ବାହାରକୁ ଆସି ତାଙ୍କ ସହ ଫୋଟୋ ସୁଟ କରିବାକୁ ଜିଦ୍ଦି କରିଥିଲେ।ଏଥିରେ ସେ ରାଜି ନହେବାରୁ କର୍ମଚାରୀ ମାନେ ତାଙ୍କୁ  ଅସଭ୍ୟ  ଶବ୍ଦ ପ୍ରୟୋଗ କରିବା ସହ ଦୁର୍ବ୍ୟବହାର କରିଥିଲେ।ଏପରି ତାଙ୍କ ମାଙ୍କଡ଼ ବୋଲି ମନ୍ତବ୍ୟ ଦେଇଥିଲେ।ମାତ୍ର ଏ ଘଟଣା ସମ୍ପର୍କରେ ଉଭୟ ପକ୍ଷରୁ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡ଼ିଛି।