ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ : ଓମଟିଭି

ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କିମ୍‍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କ୍ୟାନସର ସେଣ୍ଟର

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ : ଓମଟିଭି

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ : ଓମଟିଭି

ଭୁବନେଶ୍ୱର୨୯ ।୭(ଓମ): ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସକିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କିମ୍‍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କ୍ୟାନସର ସେଣ୍ଟର ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ବ୍ୟାଟେରୀ କାରରେ କିମ୍‍ସ କ୍ୟାମ୍ପସ ବୁଲି ଦେଖିବା ସହ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦେଖି ଆନନ୍ଦ ପ୍ରକାଶ କରିଥିଲେ । କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍‍ପିଟାଲ୍‍ (ପିବିଏମ୍‍ଏଚ୍‍) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରଣିତ ହୋଇଛି । ବିଶେଷ କରି ଆର୍ଥିକ ଅନଗ୍ରସର ଓ ସାଧାରଣ ବର୍ଗର ରୋଗୀ ଏହି ହସ୍‍ପିଟାଲ୍‍ରେ ସୁଲଭ ଦରରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ପାରିବେ । ଦେଶର ଖ୍ୟାତି ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ କିମ୍‍ସ ସୁପରସ୍ପେଶିଆଲିଟି ହସ୍‍ପିଟାଲ୍‍ ଓ କ୍ୟାନ୍‍ସର ସେଣ୍ଟରରେ ଯୋଗଦେଇଥିବାରୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ରୋଗୀମାନେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ ।

ମଗ୍ର ଭାରତବର୍ଷରେ ଏତେ ସଂଖ୍ୟକ ସାଧାରଣ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲ୍‍ ଖୋଲିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । କିମ୍‍ସର ଏହି ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍‍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଏହି ସୁପରସ୍ପେଶିଆଲିଟି ହସ୍‍ପିଟାଲରେ ହୃଦ୍‍ରୋଗ ଚିକିତ୍ସାକାର୍ଡିଓଥୋରାସିକ୍‍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‍) ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜିସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିନେଫ୍ରୋଲୋଜି ଏବଂ କିଡ୍‍ନୀ ପ୍ରତିରୋପଣୟୁରୋଲୋଜିନ୍ୟୁରୋଲୋଜିନ୍ୟୁରୋ ସର୍ଜରୀଏଣ୍ଡୋକ୍ରାଇନୋଲୋଜିକ୍ଲିନିକାଲ୍‍ ୟୁମୁନୋଲୋଜି ଏବଂ ରିଉମାଟୋଲୋଜିଅସ୍ଥିଶଲ୍ୟସ୍ପାଇନାଲ୍‍ ସର୍ଜରୀ ଏବଂ ପ୍ଲାଷ୍ଟିକ୍‍ ସର୍ଜରୀ ଆଦି ବିଭାଗ ରହିଛି । ଏଠାରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି । ଏହି ସବୁ ସୁପରସ୍ପେଶିଆଲିଟି ବିଭାଗ ଛଡ଼ା ରୋଗୀମାନେ ମେଡ଼ିସିନ୍‍, ସର୍ଜରୀଶିଶୁରୋଗସ୍ତ୍ରୀ ଓ ପ୍ରସୂତି ରୋଗକର୍ଣ୍ଣ-ନାସା-ଗଳାଛାତିରୋଗଚର୍ମରୋଗଚକ୍ଷୁରୋଗ ଓ ମାନସିକ ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ । ସେହିପରି ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍‍ସର୍‍ ସେଣ୍ଟର ଅନ୍ତର୍ଜାତୀୟ ମାନର ହୋଇଥିବା ବେଳେ ଭାରତର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି ଏହାର ନିର୍ଦ୍ଦେଶକ ରହିଛନ୍ତି । ଏହି କ୍ୟାନ୍‍ସର ସେଣ୍ଟରରେ ଗୋଟିଏ ସ୍ଥାନରେ ରୋଗୀ ରୋଗ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ସୁବିଧା ପାଇ ପାରିବେ । ଏହି ସୁପରସ୍ପେଶିଆଲିଟି ହସ୍‍ପିଟାଲରେ ରୋଗୀମାନେ ଭାରତର ପ୍ରତିଷ୍ଠିତ ଓ ଅଭିଜ୍ଞ ଡାକ୍ତର ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟପଦ୍ମଶ୍ରୀ ପ୍ରଫେସର ଡା. ୱାଇ କେ ଚାୱଲାଡା. ଏ ସି ଆନନ୍ଦଡା. ସିବିକେ ମହାନ୍ତିଡା. ରାମଚନ୍ଦ୍ର ଦାସଡା. ଅମ୍ବିକା ପ୍ରସାଦ ମହାନ୍ତିଡା. ହେମନ୍ତ କୁମାର କରଡା. ରମାନାଥ ମିଶ୍ରଡା. ସୁଧାଂଶୁ ରଥ ଓ ଡା ଏନ୍‍ କେ ଦାସ ପ୍ରମୁଖଙ୍କ ଚିକିତ୍ସା ଓ ପରାମର୍ଶ ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳସମ୍ପାଦକ ଆର ଏନ୍‍ ଦାଶକିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।