କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥ 285 କର୍ମଚାରୀଙ୍କୁ ସମ୍ମାନିତ କରିବ : ଓମଟିଭି

 24 ଟି ରେଳ ୟୁନିଟ୍କୁ ମଧ୍ୟ ପୁରସ୍କୃତ କରାଯିବ ପୂର୍ବ ତଟ ରେଳପଥ ଶୁକ୍ରବାର ଦିନ ଅପରାହ୍ନରେ 285 ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତ୍ସର୍ଗିକୃତ ସେବା, ପ୍ରଗତିଶୀଳ ମନୋଭାବ ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ଭବନେଶ୍ୱରର ରେଳ

କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥ 285 କର୍ମଚାରୀଙ୍କୁ ସମ୍ମାନିତ କରିବ : ଓମଟିଭି
କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥ 285 କର୍ମଚାରୀଙ୍କୁ ସମ୍ମାନିତ କରିବ : ଓମଟିଭି
 24 ଟି ରେଳ ୟୁନିଟ୍କୁ ମଧ୍ୟ ପୁରସ୍କୃତ କରାଯିବ

ପୂର୍ବ ତଟ ରେଳପଥ ଶୁକ୍ରବାର ଦିନ ଅପରାହ୍ନରେ 285 ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତ୍ସର୍ଗିକୃତ ସେବା, ପ୍ରଗତିଶୀଳ ମନୋଭାବ ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ଭବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା 67 ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରିବ | ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଏହି ଉତ୍ସବରେ ଯୋଗଦେଇ ଦକ୍ଷ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ | ବ୍ୟକ୍ତିଗତ ପୁରସ୍କାର ବ୍ୟତୀତ, ଶ୍ରେଷ୍ଠ ମେଜର୍ କ୍ଲିନ୍ ଷ୍ଟେସନ୍, ଶ୍ରେଷ୍ଠ ମାଇନର୍ କ୍ଲିନ୍ ଷ୍ଟେସନ୍, ସାମଗ୍ରିକ ଦକ୍ଷତା, ବୈଦ୍ୟୁତିକ ଅଣ ଟ୍ରାକ୍ସନ୍ ଶକ୍ତି ପରିଚାଳନା, ପରିବେଶ ଏବଂ ହାଉସ କିପିଙ୍ଗ ପରିଚାଳନା, ସର୍ଭେ ଏବଂ ନିର୍ମାଣ, ସ୍କ୍ରାପ୍ ନିଷ୍କାସନ, ଷ୍ଟୋର ଏବଂ କୋଚିଂ ଡିପୋ, ବାଣିଜ୍ୟିକ, ଅପରେଟିଂ, ସୁରକ୍ଷା, ନିରାପତ୍ତା, ୱାଗନ୍ ରକ୍ଷଣାବେକ୍ଷଣ, ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ, ସିଗନାଲ୍ ଆଣ୍ଡ ଟେଲିକମ୍, ରାଜଭାଷା, କ୍ରୀଡା, ମେକାନିକାଲ୍, କାର୍ମୀକ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୂର୍ବତଟ ରେଳପଥର ବିଭିନ୍ନ ରେଳବାଇ ୟୁନିଟ ଗୁଡିକୁ ପୁରସ୍କୃତ କରାଯିବ | ପୂର୍ବତଟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର  ସହିତ ସଵାରୀ ଡବା ମରାମତି କାରଖାନା ଏବଂ ଭୁବନେଶ୍ୱରସ୍ଥ ମୁଖ୍ୟାଳୟର କୃତି କର୍ମଚାରୀ ମାନେ ଏହି ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ |