ସମ୍ବାଦ ସାହିତ୍ୟଘର’ ବୃକ୍ଷରୋପଣ : Ommtv

ସମ୍ବାଦ ସାହିତ୍ୟଘର’ ବୃକ୍ଷରୋପଣ

ସମ୍ବାଦ ସାହିତ୍ୟଘର’ ବୃକ୍ଷରୋପଣ  : Ommtv

‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ‘ସମ୍ବାଦ’ ମହାନଗର ଟିମ୍‌ ସହଯୋଗରେ ଜାଭିୟର ଲୟଲା ସ୍କୁଲ ରାସ୍ତା ଡ଼ିଭାଇଡ଼ରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଏବଂ ନାରୀନେତ୍ରୀ ଜୋସ୍ନାମୟୀ ପରିଡ଼ା ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ସ୍ଥାନୀୟ କର୍ପୋରେଟର ପ୍ରେମାନନ୍ଦ ଜେନା ଓ ଭାରତୀ ସିଂ ନିଜ ୱାର୍ଡ଼ ସହଯୋଗୀମାନଙ୍କ ସହଯୋଗରେ ବୃକ୍ଷରୋପଣ କରିଥିଲେ। ସମାଜ ‌ମଙ୍ଗଳ ବୋର୍ଡ଼ ସଭ୍ୟା ବାସନ୍ତୀ ସିଂ, ଯୁବ ସମାଜସେବୀ ପଞ୍ଚାନନ ଦଳେଇ, ତ୍ରିନାଥ ନାଥ ଓ ସିମାଞ୍ଚଳ ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ସାଲିଆସାହି, ହାତୀଆସୁଣି, ମୈତ୍ରୀବିହାର, ବାଜପେୟୀନଗର, ନୟାଗଡ଼ ବିର୍ସାମୁଣ୍ଡା ବସ୍ତିବାସିନ୍ଦା ଏବଂ ସ୍ଥାନୀୟ ୱାର୍ଡ଼ ସଫେଇ କର୍ମଚାରୀମାନେ ସାମିଲ‌ହୋଇ ୧୦୦ ଚାରାରୋପଣ କରିଛନ୍ତି। ନ୍ୟୁ ଭୁବନେଶ୍ବର ପ୍ରେସ୍‌ କ୍ଲବ ନେତୃ୍ତ୍ବରେ ଅନୁଷ୍ଠିତ ‌ଏହି କାର୍ଯ୍ୟକ୍ରମରେ ସଭାପତି ସ୍ବରଜିତ୍‌ ଆର୍ଜ୍ୟ, ଉପଦେଷ୍ଠା ରଶ୍ମିତା ଖଟୁଆ ଓ ସଭ୍ୟ ଦୁଷ୍ମନ୍ତ କୁମାର ଜେନା ଅତିଥିମାନଙ୍କୁ ସ୍ବାଗତକରିବା ସହିତ ‘ବୃକ୍ଷଟିଏ ମଣିଷ ଟିଏ’ ସଚେତନତା ବାର୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ଏକାଧିକ ସଭ୍ୟ ଯୋଗଦେଇ ଚାରାରୋପଣ କରିବା ସହିତ ଗଛଗୁଡ଼ିକର ଯତ୍ନ ନେବାପାଇଁ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ବରିଷ୍ଠ ସମ୍ବାଦିକ କେଶବ ପାଣି ଓ ବିଦ୍ୟାଧର ବାରିକ ପରିଚାଳନା କରିଥିଲେ। #Sambad #Ommtv #Omtv #Kalingacinearts #NBPC #BidyadharBarik #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos

 

A tree planting program was held today at Xavier Laila School Road Divider in collaboration with 'Sambad' Mahanagar team on behalf of 'Sabhad Sahitya Ghar'. Local MLA Sushant Raut and Femininetri Josnamayi Parida participated as guests and launched the tree planting program. Later, local corporators Premanand Jena and Bharti Singh planted trees with the help of their ward associates. Samaj Mangal Board Member Basanti Singh, Youth Social Worker Panchanan Dallei, Trinath Nath and Simeraj Pan participated in the programme.Along with this, the residents of Salyasahi, Hatiasuni, Maitrivihar, Vajpayeenagar, Nyagadh Birsamunda and the local ward cleaning staff have planted 100 saplings. In this event held under the leadership of New Bhubaneswar Press Club, President Awajit Arjya, Vice President Rashmita Khatua and Member Dushmanth Kumar Jena welcomed the guests and gave awareness message 'A Tree is a Man'. Several members of the Press Club attended the event and appealed to the local people to plant saplings and take care of the trees.The program was moderated by Keshav Pani and Bidyadhar Barik, Senior Correspondent of 'Sambad'