ନାକେ ଦମ ହୋଇଗଲାଣି ଢ଼ୋ’ଟିଭି, ଆଉ କରିବ କଣ ବାଟପାଉନି..! : Ommtv
ନାକେ ଦମ ହୋଇଗଲାଣି ଢ଼ୋ’ଟିଭି, ଆଉ କରିବ କଣ ବାଟପାଉନି..! : Ommtv

ନାକେ ଦମ ହୋଇଗଲାଣି ଢ଼ୋ’ଟିଭି, ଆଉ କରିବ କଣ ବାଟପାଉନି..! : Ommtv
ଭୁବନେଶ୍ବର : (କବି) ଯେତେ ଯାହା କୌଶଳ କଲେ ମଧ୍ୟ କିଟ୍’ର ବାଳ ବଙ୍କା ହେଉନାହିଁ। ସତରେ ବୋଧେ ଅଚ୍ୟୁତ ସହ ଠାକୁର ଅଛନ୍ତି। ଆମେ ବାଡ଼େଇ ପିଟି ହେଲେ କଣ’ହେବ। ଦେଖିଆ ଆଉ କିଛି ଫାନ୍ଦ ଛିନ୍ତା କରିବା। ଏଥର ଏତିକି ଥାଉ । ଅର୍ଥ ହାନି, ପ୍ରାଣ ପିଡ଼ା ଓ ନାକେଦମ ହୋଇ ଢ଼ୋ’ଟିଭିକୁ ଲଗେଇ ଗୁଡ଼ିଏ ମନଗଢ଼ା ଖବର ବଜେଇ ମଧ୍ୟ କିଛି ଫରକ ପଡ଼ିଲା ନାହିଁ। ତୁଛାକୁ କିଟ୍ ଓ ଅଚ୍ୟୁତକୁ ବିଶ୍ବର ସବୁଦେଶରେ ପ୍ରମୋସନ କରିଦେଲୁ। ଆରାଜନିତୀ, କୁଟନିତୀ, ଗାଣ୍ଡି ଚୁମୁନା ନିତୀ, ଚୁଗୁଲି ନିତୀ ଠାରୁ ଧରି ଗୁଣ୍ଡାବି ଲଗାଇଲୁ ହେଲେ ଫଳ ଫୁସ୍। ନେତା ଠାରୁ କୁଜି ନେତା, କଥାକୁହାଳିଆ ସଂଗଠନ ଓ ଲୋକାଲଠାରୁ ନ୍ୟାସନାଲ ବୁମବାଲା ପର୍ଯ୍ୟନ୍ତ ସବୁ ଚାମଚାଙ୍କୁ ପୁଳାଏ ପୁଳାଏ ଦେଲୁ ତଥାପି ହୁଁ ନାହିଁ କି ଢ଼ୁ ନାହିଁ। ଲାଗୁଛି ଟଙ୍କାଗୁଡ଼ା ପାଣିରେ ପଡ଼ିଲା। ସେହି ଟଙ୍କାରେ ବର୍ଷେ ଆମ ଢ଼ୋ’ଟିଭି ଚଳିଯାଇ ଥାନ୍ତା। ଏମିତି ଚିନ୍ତା କରୁଛନ୍ତି ଏବେ ପଣ୍ଡା ଓ ପଣ୍ଡଉଣୀ।
କଳ ବଳ କୌଶଳକରି କିଟ୍ ବିଶ୍ବ ବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବଦନାମ କରିବାପାଇଁ ଲାଗିପଡ଼ିଥିବା ପଣ୍ଡା ଫ୍ୟାମିଲି ଏବେ ହରଡ଼ ଘଣାରେ। ସବୁ ପ୍ରକାର ଫାନ୍ଦ କରି ମଧ୍ୟ ଫଳାଫଳ ନପାଇବାରୁ ଏବେ ମାଟି କାମୁଡ଼ି ବିଦାରି ହେଉଛନ୍ତି। କୁଆଡ଼େ ଏମିତି ସୂଚନା ରହିଛି ପଣ୍ଡଉଣୀ ଏକ ସ୍ବତନ୍ତ୍ର ମିଟିଂ ଡ଼ାକି ତାଙ୍କ ପ୍ରତିନିଧିଙ୍କୁ ବହେ ଧୋଇଛନ୍ତି। ଆଉକହିଛନ୍ତି ‘ତୁମଲୋଗ କୁଛ ନେହିଁ କରପାୟା.. ହମାରା ସବ ମେହନତ ପାନିମେ ଚଲାଗୟା, ଅବ ହମକୋ କୁଛ ଅଲଗ ସୋଚନା ପଡ଼େଗା’। ଯେଉଁ କାରଣରୁ ନେପାଳ ଛାତ୍ରୀ ମୃତ୍ୟୁ ଘଟଣାକୁ ଅଣଦେଖାକରି ସେହି ଆଳରେ ଜମି, ରାସ୍ତା ଏବଂ ଜବରଦଖଲ ଉପରେ ଏବେ ଢ଼ୋ’ଟିଭିର ନଜର। କିଟ୍ ପ୍ରସଙ୍ଗକୁନେଇ ରାଜ୍ୟ ସରକାର ବିଚାର ବିଭାଗିୟ ତଦନ୍ତ କରୁଥିଲା ବେଳେ ଖୋଦ ସେହି ଦଳରେ ଥାଇ ସରକାରଙ୍କୁ ବଦନାମ କରି ପଣ୍ଡାବାବୁ କିଛି ଗୋଟେ ବଡ଼ ହାତ ମାରିବାକୁ ଚିନ୍ତା ବୋଧେ କରୁଛନ୍ତି। ଯେଉଁ କାରଣରୁ କିଟ୍, କିସ୍, କିମସ୍ର ଉନ୍ନତି ଦେଖି ଇର୍ଶାରେ ଜଳି ବାବୁ ଓ ବାବୁଆଣୀ ନାଲି ପଡ଼ିଯାଉଛନ୍ତି। ନିଜ ସଂସ୍ଥା ନାମରେ ମାଳମାଳ ଅଭିଯୋଗ ଥିଲା ବେଳେ ଚାଲୁଣି ହୋଇ ଛୁଞ୍ଚିକୁ କହୁଛନ୍ତି ଆଲେ ଛୁଞ୍ଚି ତୋ ଗାଣ୍ଡିରେ ଗୋଟେ କଣା।
ପଣ୍ଡାବାବୁ ଏବେ ଟିକେ ଟେନସନରେ ଅଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି। କାରଣ ସ୍ଥାନୀୟଲୋକ ବାବୁଙ୍କ କାରନାମା ବିଷୟରେ ଶୁଣି ତାତିକି ଅଛନ୍ତି। କାଳେ କିଏ ବାଟରେ ଅଟକାଇ ଦେବ ତେଣୁ ବାବୁ ବାବୁଆଣି ଲୁଚିଲୁଚି ଅଫିସକୁ କଳାକାଚ ଗାଡ଼ିରେ ଆସୁଛନ୍ତି ଓ ରାତିରେ ଚାଲିଯାଉଛନ୍ତି। ଏମିତିକି ବାବୁ ଠିକ୍ ସୂଚନା ରଖିଛନ୍ତି ଯେ ବର୍ତମାନ ସାରା ରାଜ୍ୟର ଆଦିବାସୀ ମେଳି ବାନ୍ଧିଲେଣି। କେତେବେଳେ ଚକ୍ରବୁଲିଯିବ ମୁଣ୍ଡ ଟିଣ ହୋଇଯିବ ବାବୁ ସବୁ କ୍ଷେତ୍ରରୁ ସଫାହୋଇଜିବେ। ସେତେ ବେଳକୁ ‘ନା ରହେଗା ବାଂଶ ନା ବଜେଗା ବାଂଶୁରୀ’।
ଏମିତି ନିରାଟ ସତକଥା ଲେଖିବାପାଇଁ ଆମକୁ ଛାପିବା ଓ ଚାପିବା ପାଇଁ ଧମକପରେ ଡ଼ିଲ କରିବାପାଇଁ ଅଫର ଆସିଲା। ହେଲେ ଆମର ଗୋଟିଏ ଅସୁଲ ‘ଝୁକୁଙ୍ଗା ନେହିଁ ଶାଲା’। ଦେଖିବା ଆଗକୁ କୋଉ ପାଣି କୁଆଡ଼େ ଯାଉଛି। ଢ଼ୋ’ଟିଭି ଆଉ କଣ ନୂଆ କାହାଣୀ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଏତିକିରେ ରହିଲୁ ଆଗାମି ଅଧ୍ୟାୟରେ ପୁଣି ବାବୁ ବାବୁଆଣୀଙ୍କ .... ଉଦ୍ଧାର କରିବା।