ବ୍ୟାଟେରି ଚୋରି ଗ୍ୟାଙ୍ଗ୍ ଠାବ, ୪ ଗିରଫ:
ବ୍ୟାଟେରି ଚୋରି ଗ୍ୟାଙ୍ଗ୍ ଠାବ, ୪ ଗିରଫ:
ବ୍ୟାଟେରି ଚୋରି ଗ୍ୟାଙ୍ଗ୍ ଠାବ, ୪ ଗିରଫ:
ଭୁବନେଶ୍ବର: ଭଡ଼ାରେ ଗାଡ଼ି ଆଣି ରାତି ଅଧରେ ୱାର୍କସପ୍ରେ ପଶି ଏକ୍ସକାଭେଟର୍ ଏବଂ ହାଇୱା ଟ୍ରକ୍ରୁ ବ୍ୟାଟେରି ଚୋରି କରୁଥିବା ୩ଜଣିଆ ଗ୍ୟାଙ୍ଗ୍ ଏବଂ ଚୋରା ବ୍ୟାଟେରି କିଣିଥିବା ଜଣେ କବାଡ଼ି ଦୋକାନୀକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଜଗତପୁରର ରୋହିତ ମଲିକ, ସୌଭାଗ୍ୟ ସାସମଲ, ଦୀପକ ବେହେରା ଓ କବାଡ଼ିଆ ଅମୀର ହୋସେନ୍ ଶେଖ। ଅଭିଯୁକ୍ତଙ୍କ ହେପାଜତରୁ ୧୦ଟି ବ୍ୟାଟେରି ଓ ଗୋଟିଏ ସ୍କର୍ପିଓ କାର୍ ଜବତ କରାଯାଇଛି।ମଞ୍ଚେଶ୍ବର ଥାନାରେ ଆୟୋଜିତ ଏକ ସାମ୍ବପାଦିକ ସମ୍ମିଳନୀରେ ଏସିପି ବିଶ୍ବରଞ୍ଜନ ସେନାପତି କହିଛନ୍ତି ଯେ ଅଭିଯୋଗକାରୀ ସନାତନ ଦାସ ଓ ଛବିଦଳ ବେହେରାଙ୍କର କୁଆଖାଇ ନଦୀ ପୋଲ ତଳେ ୨ଟି ଵାର୍କସପ୍ ଅଛି। ସେଠାରେ ହାଇଵା ଓ ଏକ୍ସକାଭେଟର୍ ମରାମତି କରାଯାଏ। ଗତ ୧୫ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଚକେଇସିଆଣିରୁ ଏକ ସ୍କର୍ପିଓ ଭଡ଼ାରେ ଆଣି ୱାର୍କସପ୍ରେ ମରାମତି ପାଇଁ ଥିବା ୩ଟି ଏକ୍ସକାଭେଟର୍ ଓ ୩ଟି ହାଇୱାର ବ୍ୟାଟେରିବକ୍ସ ଭାଙ୍ଗି ୧୦ଟି ବ୍ୟାଟେରି ଚୋରି କରିଥିଲେ। ପରେ କଟକସ୍ଥିତ ଟାଙ୍ଗୀ ନିର୍ଗୁଣ୍ଡିରେ କବାଡ଼ିଆ ଅମୀରକୁ ୨୦ହଜାର ଟଙ୍କାରେ ବିକ୍ରି କରିଥିଲେ। ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଥିଲା। ଅପରପଟେ ଏହି ଗ୍ୟାଙ୍ଗ୍ରେ ଆହୁରି ଲୁଟେରା ଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଚାଲିଥିବା ଶ୍ରୀ ସେନାପତି କହିଛନ୍ତି।

