ରରୁଆଁ ଥାନା ଏଏସ୍ଆଇ ଲାଞ୍ଚ ନେଉଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି : Ommtv Kalinga Vikas
ରରୁଆଁ ଥାନା ଏଏସ୍ଆଇ ଲାଞ୍ଚ ନେଉଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି : Ommtv Kalinga Vikas
ରରୁଆଁ ଥାନା ଏଏସ୍ଆଇ ଲାଞ୍ଚ ନେଉଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି : Ommtv Kalinga Vikas
ଦିନ ଦ୍ବିପହରେ ଖୁଲମଖୁଲା ଲାଞ୍ଚ ନେଉଥିବା ପୁଲିସ ଏଏସ୍ଆଇଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ଥାନାରୁ ଏକ ବାଇକ୍ ରିଲିଜ୍ କରିବାକୁ ଏଏସ୍ଆଇଙ୍କ ଟଙ୍କା ନେଉଥିବା ଭିଡିଓ ଭାଇରାଲ ଘଟଣା ପୁଲିସ ବିଭାଗ ପ୍ରତି କଳଙ୍କ ପୋତି ଦେଇଛି। ପୁଲିସ ବାବୁ ଜଣକ ମୋଟା ଅଙ୍କର ବେତନ ପାଉଥିବା ବେଳେ ପୁଣି ଲାଞ୍ଚ ନେଉଥିବା ଭିଡିଓ ଯାହା ଏବେ ବହୁଳ ଭାବରେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ଏ ପୁଲିସ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜଜିଲ୍ଲା ରରୁଆଁ ଥାନାର ଏଏସଆଇ ମୀନକେତନ ପ୍ରଧାନ। ଜଣେ ଲୋକଙ୍କ ବାଇକ୍ ଥାନାରୁ ଛାଡ଼ିବା ପାଇଁ ପୁଲିସ ବାବୁଜଣକ ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନ୍ୟଜଣେ ଯୁବକ ଏହାକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ।

ଭିଡ଼ିଓରେ ପୁଲିସ ବାବୁ ଜଣକ ପଚାରୁଛନ୍ତି ଏହା ଚୋରି ଗାଡ଼ି ନୁହଁ ତ ? ପରେ ପୁଲିସ ବାବୁ ଜଣକ ଜଣେ ବ୍ୟକ୍ତିଙ୍କ ପାଖରୁ ଟଙ୍କା ନେଇ କିପରି ନିଜ ପକେଟ ଗରମ କରୁଛନ୍ତି ତାହା ତାର ଦୃଶ୍ୟ ଦେଖି ଏବେ ସମସ୍ତେ ଅବାକ୍ ହୋଇପଡ଼ିରହିଛନ୍ତି । ତେବେ ଭାଇରାଲ୍ ଭିଡିଓ ବିଷୟରେ ରରୁଆଁ ଥାନା ଅଧିକାରୀ ଅନାଦି ପଟ୍ଟାୟତଙ୍କ ସହିତ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ଆଜି ଜାଣିଲେ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏନେଇ ସେ ଏସପିଙ୍କୁ ଜଣାଇବେ ବୋଲି ନିଜ ମତ ରଖିଛନ୍ତି। ଏନେଇ ଲାଞ୍ଚ ନେଉଥିବା ଏଏସ୍ଆଇ ମୀନକେତନ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ କରିନଥିଲେ।ଜଣେ ଲୋକଙ୍କ ବାଇକ୍ ଥାନାରୁ ଛାଡ଼ିବା ପାଇଁ ପୁଲିସ ବାବୁଜଣକ ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନ୍ୟଜଣେ ଯୁବକ ଏହାକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ଭିଡ଼ିଓରେ ପୁଲିସ ବାବୁ ଜଣକ ପଚାରୁଛନ୍ତି ଏହା ଚୋରି ଗାଡ଼ି ନୁହଁ ତ ? ପରେ ପୁଲିସ ବାବୁ ଜଣକ ଜଣେ ବ୍ୟକ୍ତିଙ୍କ ପାଖରୁ ଟଙ୍କା ନେଇ କିପରି ନିଜ ପକେଟ ଗରମ କରୁଛନ୍ତି ତାହା ତାର ଦୃଶ୍ୟ ଦେଖି ଏବେ ସମସ୍ତେ ଅବାକ୍ ହୋଇପଡ଼ିରହିଛନ୍ତି । ତେବେ ଭାଇରାଲ୍ ଭିଡିଓ ବିଷୟରେ ରରୁଆଁ ଥାନା ଅଧିକାରୀ ଅନାଦି ପଟ୍ଟାୟତଙ୍କ ସହିତ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ଆଜି ଜାଣିଲେ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏନେଇ ସେ ଏସପିଙ୍କୁ ଜଣାଇବେ ବୋଲି ନିଜ ମତ ରଖିଛନ୍ତି। ଏନେଇ ଲାଞ୍ଚ ନେଉଥିବା ଏଏସ୍ଆଇ ମୀନକେତନ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ କରିନଥିଲେ। ତେବେ ସରକାର ବଦଳିବା ପରେ ଲୋକଙ୍କ ସରକାରରେ ଏଭଳି ଲାଞ୍ଚୁଆ ପୁଲିସ ବାବୁଙ୍କ ଉପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ଟ
ଓମ୍ ଟିଭି/ କଳିଙ୍ଗ ବିକାଶ ନିୟୂଜ୍
