ସରକାରୀ ଚତୁର୍ଥଶ୍ରେଣୀ କର୍ମଚାରୀ ଅମରେଶଙ୍କ ପଞ୍ଝାରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ  : ଓମଟିଭି

ରାଜ୍ୟ ପ୍ରତ୍ନତତ୍ୱ ବିଭାଗରେ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଦବଦବା ନେଇ ବେଶ ଚର୍ଚ୍ଚା ହେଉଛି । ଏହି ବାବୁ ଜଣଙ୍କ ନାମ ଅମରେଶ ମହାନ୍ତି । ବୟସ ମାତ୍ର ୩୫ ହେଲେ ବାବୁଙ୍କ ପାୱାର କହିଲେ ନସରେ ।

   ସରକାରୀ ଚତୁର୍ଥଶ୍ରେଣୀ କର୍ମଚାରୀ ଅମରେଶଙ୍କ ପଞ୍ଝାରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ  : ଓମଟିଭି

   ସରକାରୀ ଚତୁର୍ଥଶ୍ରେଣୀ କର୍ମଚାରୀ ଅମରେଶଙ୍କ ପଞ୍ଝାରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ  : ଓମଟିଭି

ଭୁବନେଶ୍ୱର,୨୫/୧୧/୨୨(ଓମ, ରିପୋର୍ଟ: ସ୍ମରଜିତ ଆର୍ଯ୍ୟ): ରାଜ୍ୟ ପ୍ରତ୍ନତତ୍ୱ ବିଭାଗରେ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଦବଦବା ନେଇ ବେଶ ଚର୍ଚ୍ଚା ହେଉଛି । ଏହି ବାବୁ ଜଣଙ୍କ ନାମ ଅମରେଶ ମହାନ୍ତି । ବୟସ ମାତ୍ର ୩୫ ହେଲେ ବାବୁଙ୍କ ପାୱାର କହିଲେ ନସରେ । ବାବୁଙ୍କୁ ଆସିଷ୍ଟାଣ୍ଟଇଞ୍ଜିନିୟରଠୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ସମସ୍ତେ ଦେଖିଲେ ଆଜ୍ଞା ବୋଲିକହି ଭୟ କରନ୍ତି । କାରଣ ବାବୁ ଜଣଙ୍କ ପାୱାର ଏତେଯେ ବିଭାଗକୁ ହାତ ମୁଠାରେ ରଖି ଠିକା କାମ ବାଣ୍ଟିବାଠାରୁ ଠିକାଦାର ନିୟୋଜନ ପର୍ଯ୍ୟନ୍ତ ସମସ୍ତ ନିଷ୍ପତି ଅମରେଶ ନେଇଥାନ୍ତି । ଏହି କାର୍ଯ୍ୟ ଜେଇଙ୍କ ଠାରୁ ଆରମ୍ଭ କରି ସୁପରିଟେଣ୍ଟ ଇଂଜିନିୟର ପର୍ଯ୍ୟନ୍ତ କରିବାପାଇଁ ସରକାରୀ ନିୟମ ରହିଥିଲା ବେଳେ କିନ୍ତୁ ନିଷ୍ପତ୍ତି ନିଅନ୍ତି ବାବୁ ଅମରେଶ।

ଦଶମ ଫେଲ ହୋଇଥିବାରୁ ଅମରେଶ ୧୨ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ପରେ ସେହିସ୍ଥାନରେ ଜଣେ ମନୁମେଣ୍ଟ ଆଟେଣ୍ଡାଣ୍ଟଣ୍ଟ ଭାବେ ଚାକିରିରେ ଯୋଗଦେଇଥିଲେ । ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ କେଉଁ ନିୟମ ଆଧାରରେ ଆଟେନାଣ୍ଡ ହେଲେ ? ସରକାରଙ୍କ ସମସ୍ତ ସର୍ତଅନୁଯାୟୀ ଏସବୁ ହେଉଛି ତ? ଜଣେ ମନୁମେଣ୍ଟ ଆଟେନାଣ୍ଟର କାର୍ଯ୍ୟହୋଉଛି କାର୍ଯ୍ୟାଳୟ ବାହାରେ ରହି ମନ୍ଦିରଗୁଡ଼ିକର କାର୍ଯ୍ୟ ଠିକ ଠାକରେ ହେଉଛିକି ନାହିଁ ତାହାନେଇ ତଦାରକ କରିବା କଥା । କିନ୍ତୁ କାର୍ଯ୍ୟାଳୟର ଏକ କନଫରେନସ ହଲକୁ ନିଜ କବଜାରେ ନେଇ ଅଫିସକାର୍ଯ୍ୟ ପରିଚାଳନା କରୁଛନ୍ତି ଅମରେଶ । ଜଣେ ଚତୃର୍ଥ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଅଫିସ ସମେତ ବାହାରୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ଚକିତ କରିଛି । କେଉଁ ଠିକାଦାର କେଉଁଠି କାର୍ଯ୍ୟକରିବେ ଓ କେତେ ଟଙ୍କାର କାର୍ଯ୍ୟ କରିବେ ତାହାନେଇ ସମସ୍ତ ପ୍ରକାର ନିଷ୍ପତି ନେଇଥାନ୍ତି ଏହି କରିତକର୍ମା ଆଟେନାଣ୍ଟ । କେବଳ ସେତିକି ନୁହଁ ମହାନ୍ତି ବାବୁ ନିଜର ଭାଗ ନପାଇଲେ ବିଭିନ୍ନ ପ୍ରକାର ଆଳ ଦେଖାଇ ଠିକାଦାର ମାନଙ୍କୁ ହଇରାଣ କରନ୍ତି । ବାବୁଙ୍କର ଆୟ ବହିଃଭୁତ ସମ୍ପତି ତାଲିକା ଅଥ୍ୟଧିକ ଥିବା ମଧ୍ୟ ସାଧାରଣ ମହଲରେ ଚର୍ଚ୍ଚା ହେଉଛି । ଏସବୁ  କାର୍ଯ୍ୟ ସରକାରୀ ଉଚ୍ଚ ଅଧିକାରୀମାନଙ୍କ ନିକଟରେ ସୂଚନା ରହିଥିଲେ ମଧ୍ୟ ଅଧିକାରୀମାନେ ଚୁପ ରହିବା ଓ ବାବୁଙ୍କ ହାତରେ ସବୁକିଛି ଛାଡ଼ିଦେବା ବିଭାଗରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟିକରିଛି । ବାବୁ କାହାବଳରେ ବଳିଆନ ଦେଖାଇ ହେଉଛନ୍ତି ତାହା ଜଣାପଡ଼ୁନଥିଲା ବେଳେ ତାଙ୍କ ଉପରେ କୌଣସି ଗଡ଼ ଫାଦରଙ୍କ ଆର୍ଶିବାଦ ଥିବା ନିଶ୍ଚିତ । ଏସବୁ କାରନାମା ଅନ୍ୟ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ ରାଜଧାନୀରେ ଅଫିସରମାନଙ୍କ ଛତ୍ରଛାୟାରେ ଚାଲିଥିବା ବେଳେ ସମସ୍ତେ କାହିଁକି ଚୁପ୍ ତାହାଜଣାପଡୁ ନାହିଁ । ରାଜ୍ୟରେ ୫ଟି ଭଳି ସ୍ୱଚ୍ଛ ଶାସନ ଚାଲିଥିଲାବେଳେ ଏହି କଳାକାରନାମା ନେଇ ୫ଟି ମୁଖିଆ ଜାଣିଛନ୍ତି କି ନାହିଁ । ପ୍ରଶାସନ ଭିତରେ ଥାଇ ୫ଟି କାର୍ଯ୍ୟକଳାପକୁ ଆଖିଠାର ମାରି ଅମରେଶ ଏଭଳି କାରନାମା କରୁଥିଲାବେଳେ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ଚୁପ୍ କାହିଁକି? ନା’ଅମରେଶ ଏସବୁ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଉର୍ଦ୍ଧରେ ଅଛନ୍ତି । ଏ ସଂମ୍ପର୍କରେ ସଂସ୍କୃତି ବିଭାଗ ସଚିବ,  ସଂସ୍କୃତି ବିଭାଗ ନିର୍ଦେଶକ ଓ ବିଭାଗିୟ ମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ନାଗରିକ ସୁରକ୍ଷା ମଞ୍ଚ ଚେତାବନି ଦେଇଛି । ଅଭିଯୋଗର ତଦନ୍ତ କରି  ଉଚିତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମି ଦିନରେ ମଞ୍ଚ ଆନ୍ଦୋଳନର ପନ୍ଥା ଆପଣାଇବ ବୋଲି ନିଷ୍ପିତି ନେଇଛି ।