ନାରୀ ନେତ୍ରୀ ବିକୁଛନ୍ତି ସରକାରୀ ଜମି, ୭୦ ହଜାରରେ ଗୁଣ୍ଠେ : Ommtv Kalinga Vikas

ନାରୀ ନେତ୍ରୀ ବିକୁଛନ୍ତି ସରକାରୀ ଜମି, ୭୦ ହଜାରରେ ଗୁଣ୍ଠେ : Ommtv Kalinga Vikas

ନାରୀ ନେତ୍ରୀ ବିକୁଛନ୍ତି ସରକାରୀ ଜମି, ୭୦ ହଜାରରେ ଗୁଣ୍ଠେ : Ommtv Kalinga Vikas
www.kalingavikas.in
www.ommtv.in

ନାରୀ ନେତ୍ରୀ ବିକୁଛନ୍ତି ସରକାରୀ ଜମି, ୭୦ ହଜାରରେ ଗୁଣ୍ଠେ : Ommtv Kalinga Vikas

BBSR, ୨୫/୧୦(KV): ଯେଉଁଠି ରହୁଛ ରୁହ। ନିଜ ଇଚ୍ଛାରେ ଜମି ବାଛିନିଅ। ଗୁଣ୍ଠେ ଦଖଲକଲେ ଦେବାକୁ ପଡ଼ିବ ଲକ୍ଷେଟଙ୍କା। ମୁଲଚାଲକଲେ ଆଉ କିଛିଟା କମିପାରେ। ହେଲେ ରାଜଧାନୀ ଛାତି ଉପରେ ବସ୍ତିବାସିନ୍ଦା ହେବାପାଇଁ ସରକାରୀ ଜମି ମାଡ଼ିବସିବା ନିହାତି ଦରକାର। ଜମିରେ ଝୁମ୍ପୁଡ଼ି ଘର ଖଣ୍ଡେ କରିଦେଲେ ସରକାର ଉଚ୍ଛେଦକରିବା ପୂର୍ବରୁ ପକ୍କା ଘର ଆବାସ ଯୋଜନାରେ ନିଶ୍ଚୟ ଘରଟିଏ ଦେବେ। ଏହି ଆଳରେ ଲୋକମଧ୍ୟ ଦଲାଲ ନେତା ହେଉ କିମ୍ବା ନେତ୍ରୀଙ୍କ ପାଲରେ ପଡ଼ି ବସ୍ତିରେ ସରକାରୀ ଜମି ଦଖଲକରି ଦଲାଲ ନେତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ଲାଞ୍ଚ ଦେଉଛନ୍ତି। ଏହାପରେ ଗୃହ ମିଳିବାପାଇଁ ‌ସର୍ଭେହେଲେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ହାତଗୁଞ୍ଜାଦେଇ ପକ୍କାଘର ଜୋଜନା ତାଲିକାରେ ନାମ ଚଢ଼ାଇ ଦେଉଛନ୍ତି। ପ୍ରଶାସନ ମଧ୍ୟ ସର୍ଭେରେ ସ୍ଥାନୀୟ କୁଜିନେତାଙ୍କ ସହଯୋଗ ନେଇ ଦଲାଲିକୁ ଆହୁରି ପ୍ରସୟ ଦେଉଥିବାରୁ ବର୍ତମାନ ରାଜଧାନୀର ବିଭିନ୍ନ ବସ୍ତିରେ ଗୃହ ମିଳବା ଦଲାଲି ଓ ସରକାରୀ ଜମି ବିକ୍ରୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି।

ନିକଟରେ ବିଏମସି ୱାର୍ଡ଼ ୧୧ସ୍ଥିତ ସୈନିକ ସ୍କୁଲ ଡ଼ମ୍ପିଂୟାଡ଼୍ ନିକଟରୁ କିଛି ଲୋକଙ୍କୁ ବିସ୍ଥାପିତ କରାଯାଇ ନୂଆ ଗୃହ ମିଳିଥିଲା। ଏହି ତାଲିକାରୁ ଆଉ କିଛି ‌ପରିବାର ବାଦ ପଡ଼ିଯାଇଥିଲେ। ଫଳରେ ତଦନ୍ତରୁ ଜଣାପଡ଼ିଥିଲା ସ୍ଥାନୀୟ ଜଣେ ନାରୀ ନେତ୍ରୀ ସେହି ବସ୍ତିବାସିନ୍ଦାମାନଙ୍କୁ ଉକ୍ତ ସ୍ଥାନରେ ଝୁମ୍ପୁଡ଼ିଘର କରି ରହିବାପାଇଁ ଲକ୍ଷାଧିକ ଟଙ୍କା ନେଇଛି। ଯାହା ବାବଦକୁ କୋର୍ଟ ପେପରରେ ହାତଲେଖା ଚୁକ୍ତିକରି ସରକାରୀ ଜମିକୁ ବିକ୍ରୀକରି ଟଙ୍କା ‌ଲୁଟିନେଇଛି। କେବଳ ସେତିକି ନୁହେଁ ପାତ୍ର ବସ୍ତି, ଧିରିକୁଟି ବସ୍ତି ଓ‌ ଟ୍ରେନ୍ ଲାଇନ୍ ନିକଟ ରେଳବାଇ ଜମିକୁ ଦଲାଲ ନାରୀ ନେତ୍ରୀ ଜଣଙ୍କ ବିକ୍ରୀ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗହୋଇଛି। ଏହି ଘଟଣାରେ ‌ଦଲାଲ ନେତ୍ରୀ ଜଣଙ୍କ ସହ କିଛି ନେତା ଓ ବିଏମସି ଅଧିକାରୀ ଥିବାରୁ ମହିଳା ଜଣଙ୍କ ଉକ୍ତ ସ୍ଥାନରେ ଏକ ପ୍ରକାର ଅରାଜକତା କରିବା ସହିତ ଆଇନକୁ ନମାନି କଥାକଥାରେ ହାତଉଠାଇ ଉକ୍ତ ସ୍ଥାନରେ ଗରିବ ଆଦିବାସୀ ଲୋକଙ୍କୁ ଭୟଭିତ କରି ରଖିଛନ୍ତି। ବର୍ତମାନ ଉକ୍ତ ନାରୀନେତ୍ରୀ ଜଣଙ୍କ ନାମରେ ଥାନାରେ ମାମଲା ହେବାପରେ ସରକାରୀ ବସ୍ତି ଜମି ବିକ୍ରୀ ଘଟଣାରେ ଆଉ କେଉଁ ବଡ଼ ବଡ଼ିଆ ନେତ୍ରାଙ୍କ ହାତ ରହିଛି ତାହାନେଇ ଗୁମର ଫିଟିବା ଆଶଙ୍କା ରହିଛି।