ବୁଦ୍ଧବିହାର ଗଣେଶପୂଜାରେ ପୁଲିସ୍ କର୍ତ୍ତା : ଉପସ୍ଥିତ ବୁଦ୍ଧି ବଳରେ ବସ୍ତି ଗଣ୍ଡଗୋଳ ସମାଧାନକଲା ପୁଲିସ୍ : Ommtv

: ବସ୍ତି ଗଣ୍ଡଗୋଳକୁ ସମାଧାନ କରିବାକୁଯାଇ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତ ଲୋକଙ୍କୁ ନେଇ ଭାଇଚାରା ଭାବନା ସୃଷ୍ଟିକରିଛି। ଯାହାଦେଖି ଆଖପାଖ ଅଞ୍ଚଳର ଲୋକ ପୁଲିସ୍‌ର ଏପରି କାର୍ଯ୍ୟକୁ ପ୍ରଶଂସାକରିଛନ୍ତି। ବିଗତ ଦିନରେ ଚନ୍ଦ୍ରଶେଖରପୁର ଅଞ୍ଚଳର ୯ଟି  ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦପରେ ସେମାନଙ୍କୁ ଜାଗା ମିସନରେ ଇଶାନେଶ୍ବର ପାହାଡ଼ ନିକଟ ବୁଦ୍ଧବିହାର କଲୋନିରେ ଘର ଦିଆଯାଇଥିଲା। ବର୍ତମାନ ପାର୍ବଣ ଆରମ୍ଭ ହେଉଥିବାରୁ ଗଣେଶ ପୂଜା କରିବା ପାଇଁ ୯ଟି ବସ୍ତିର ସଭାପତି ଏବଂ ସଂପାଦକମାନେ ଅଣ୍ଟାକସିଥିଲେ। ଫଳରେ ବୁଦ୍ଧବିହାର ଗୋଟିଏ କଲୋନି ଭିତରେ ୯ଟି ପୃଥକ ପୃଥକ ପୂଜାକୁନେଇ ଦେଖାଯାଇଥିଲା ଗଣ୍ଡଗୋଳ। ପରିସ୍ଥିତି ଅଣାୟତ ହେବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସୂଚନାପାଇଁ ଉତ୍ତେଜନାକରୁଥିବା ଲୋକଙ୍କୁ ବୁଝାବୁଝିକରିଥିଲା। ଏହାପରେ ସେଠାକାର ସୋସାଇଟି ଓ ଯୁବକ ସଂଘ ମଧ୍ୟରେ ପୂଜାକୁ ନେଇ ବାଦବିବାଦ ହେବାରୁ ପୁଲିସ୍ କଲୋନି ପୂଜାରେ ହସ୍ତକ୍ଷେପକରିଥିଲା। ଆଶଙ୍କାଦେଖାଯାଉଥିବା ଗୋଷ୍ଠୀ ସଂଘର୍ଷକୁ ଏଡ଼ାଇବା ପାଇଁ ପୁଲିସ୍ ସମସ୍ତ କଲୋନିବାସୀଙ୍କୁ ଗୋଟିଏ ସ୍ଥାନରେ ମିଟିଂ ବସାଇ ଏକ ନିଆରା ଉପାୟ ବାହାରକରିଥିଲା। ଉପାୟ ଅନୁଯାୟୀ ସେମାନେ ପୂର୍ବରୁ ବିଭିନ୍ନ ବସ୍ତିରେ ରହୁଥିଲେ ମାତ୍ର ବର୍ତମାନ ସେମାନଙ୍କ ନୂଆ ଠିକଣା ଯେହେତୁ ବୁଦ୍ଧବିହାର ତେଣୁ ସେମାନେ ଗୋଟିଏସ୍ଥାନରେ ପୂଜା କରିବେ। ଯାହାର ସମସ୍ତ ଦାୟୀତ୍ବ ନେବ ପୁଲିସ୍। ସମସ୍ତଙ୍କ ସମ୍ମତିକର୍ମେ ଆଜି ପୁଲିସ୍ ସକାଳୁ ଗଣେଶ ଠାକୁରଙ୍କ ମୃର୍ତ୍ତି ନେଇ ବୁଦ୍ଧବିହାର କମ୍ୟୁନିଟି ହଲରେ ପହଞ୍ଚିଥିଲା। କଲୋନି ଲୋକ ଅନ୍ୟ ସମସ୍ତପ୍ରକାର ପ୍ରସ୍ତୁତି ଯେମିତି ଭୋଗ, ପୂଜା ସାମଗ୍ରୀ ଓ ଭାଇନା ଯୋଗାଡ଼ କରିଦେଇଥିଲେ। ଥାନାର ଜଣେ ପୁଲିସ୍ କର୍ମଚାରୀ ଅନୁଷ୍ଠିତ ପୂଜାରେ କର୍ତ୍ତାଭାବେ ହୋମେରେ ବସିଥିଲେ। ଏହିସମ‌ୟରେ ବସ୍ତିର ମହିଳା, ପୁରୁଷ, ଯୁବକ, ଯୁବତୀ, ପିଲା ଓ ବରିଷ୍ଠାମାନେ ଉପସ୍ଥିତରହି ପୂଜାକରିଥିଲେ।