Elephants at BBSR Sikharchandi : Ommtv

Elephant news

Elephants at BBSR Sikharchandi : Ommtv
Elephants at BBSR Sikharchandi : Ommtv
OMM TV : ଚନ୍ଦକା ଅଭୟାରଣ୍ୟଦେଇ ଭତରପୁର ଏବଂ ସେଠାରୁ ସିଧା ସଳଖ ଶିଖରଚଣ୍ଡି ପାହାଡ଼। ଏମିତି ଏକ ପ୍ରକାର ବାଟ ତିଆରି କରିଛନ୍ତି ବଣୁଆ ହାତୀ। ବେସ୍ କିଛି ଦିନର ବ୍ୟବଧାନପରେ ପୁଣିଥରେ ଶିଖରଚଣ୍ଡି ମୁହାଁ ହୋଇଛନ୍ତି ହାତୀ। ଏଥର ମାତ୍ର ଦୁଇଟି। ଗତ ସପ୍ତାହାରେ ୪ଟି ହାତୀ ଶିଖରଚଣ୍ଡିକୁ ଆସିଥି‌ଲା ବେଳେ ଗତକାଲି ରାତିରେ ମାତ୍ର ଦୁଇଟି ମାଇ ହାତୀ ଶିଖରଚଣ୍ଡି ହନୁମାନ ପାହାଡ଼ ନିକଟକୁ ଆସି ଭୋରରୁ ପୁଣି ଭରତପୁର ଜଙ୍ଗଲ ଦେଇ ଚନ୍ଦକା ଅଭୟାରଣ୍ୟ ଦିଗକୁ ଚାଲିଯାଇଛନ୍ତି। ବନବିଭାଗ ସୂଚନା ଅନୁଯାୟୀ ଅନ୍ଧାରୁଆ, ପଥରଗାଡ଼ିଆ ଅଞ୍ଚଳରେ ହୋଇଥିବା ଧାନ ଚାଷ ସହିତ ପନିପରିବା ଚାଷକୁ ଖାଇବାପାଇଁ ହାତୀ ଦୁଇଟି ଜଙ୍ଗଲଭିତରୁ ବାହାରି ଆସିଥିବା ଅନୁମାନ କରାଯାଉଛି।ଶିଖରଚଣ୍ଡି ପାହାଡ଼ରେ ଝଙ୍କାଳିଆ ଗଛ କିମ୍ବା ସବୁଜ ଡ଼ାଳ ପତ୍ର ନଥିବାରୁ ଆଉ ହାତୀମାନେ ଏଠାକୁ ଆସିବେ ନାହିଁ ବୋଲି ଏକ ପ୍ରକାର ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଅଭୟାରଣ୍ୟ ପାରହେଲେ କୌଣସି ଜଳାଶୟ ନଥିବାରୁ ଜଳକ୍ରୀଡ଼ା କିମ୍ବା ପିଇବାପାଇଁ ପାଣି ନପାଇ ସେମାନେ ଜଙ୍ଗଲ ଭିତରେ ରହିବା ପସନ୍ଦକରିବେ। ଯଦିଓ ଆସନ୍ତି ତେବେ ଖାଇବାପାଇଁ କିଛି ନପାଇ ଖରାହେଲେ ଲୁଚିବାପାଇଁ ବଡ଼ ଗଛ ନପାଇ ‌ପୁଣି ଜଙ୍ଗଲ ଭିତରକୁ ଚାଲିଯାବା ସୁନିଶ୍ଚିତ ବୋଲି ବନକର୍ମଚାରୀ ମତପ୍ରକାଶକରିଛନ୍ତି। ଦୁଇ ଦିନ ପୂର୍ବେ ଗୋଟିଏ ହାତୀ ନନ୍ଦନକାନନ ହାତୀ ରହୁଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ଚିଡ଼ିଆଖାନା ଭିତରକୁ ପ୍ରବେଶ କରିବାନେଇ ସୁବିଧା ନହେବାରୁ ପୁଣି ଚନ୍ଦକା ଅଭୟାରଣ୍ୟକୁ ଚାଲିଆସିଥିଲା। ଅନ୍ୟପକ୍ଷରେ ଭରତପୁର ଜଙ୍ଗଲ ନିକଟକୁ ଲାଗି ରହିଥିବା ଗଣେଶଘାଟ କଲୋନୀ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି। ସେମାନେ ଗତ ଦୁଇ ସପ୍ତାହ ହେଲାଣି ଚୁନକୋଳି ବସ୍ତି ରାସ୍ତା ଦେଇ କଲୋନୀ ଭିତରକୁ ଯାତାୟତ କରୁନାହାଁନ୍ତି। କିସ୍ ପଥରଗାଡ଼ିଆ ରାସ୍ତାଦେଇ ପାଖାପାଖି ୪ କିଲୋମିଟର ବୁଲି କଲୋନୀକୁ ଯୋଗାଯୋଗ କରୁଛନ୍ତି। ତେବେ ହାତୀ ଶିଖରଚଣ୍ଡିକୁ ଆସୁଥିବା ବାଟରେ ଟ୍ରେଞ୍ଜ ଖୋଳିବାନେଇ ସ୍ଥାନୀୟ‌ ଲୋକ ବନବିଭାଗକୁ ନିବେଦନ କରିଛନ୍ତି। ଭରତପୁର ଅଭୟାରଣ୍ୟ ଟ୍ରେଞ୍ଜ ଗୁଡ଼ିକ ପୋତି ହୋଇଯାଇଥିବାରୁ ହାତୀମାନେ ଚନ୍ଦକାରୁ ହାତୀ ଚଲା ରାସ୍ତାଦେଇ ସିଧାସଳଖ ଶିଖରଚଣ୍ଡି ଆସୁଛନ୍ତି ଏବଂ ସକା‌ଳହେଲେ ପୁଣି ଫେରିଯାଉଛନ୍ତି। ଏହି ସମୟରେ ସେମାନଙ୍କ ଆଗରେ ପାଚେରି, ଘର , ଗଛ ଦେଖାଗଲେ ସେଗୁଡ଼ିକୁ ଭାଙ୍ଗିଦେଇଛନ୍ତି। ଏମିତିକି କୌଣସି ପଶୁ ସାମ୍ମନାସାମ୍ନୀ ହୋଇଗଲେ ଗୋଡ଼େଇ ପାଦରେ ଦଳି ଚକଟି ମାରିଦେଉଛନ୍ତି। #elephant #chandaka #Nandankanan #OmmTv #OmTV #NBPC #KalingaCineArts #Bhubaneswar

OMM TV : Bhatarpur and from there straight Sikharchandi hills. Wild elephants have made such a unique way. After a gap of few days, elephants are heading towards Sikharchandi again. Just two of them this time. While 4 elephants had come to Sikharchandi last week, only two female elephants have come near Sikharchandhi Hanuman hill and went back to Chandaka sanctuary from early morning through Bharatpur forest. Elephants are expected to have emerged from the two forests to eat vegetables and paddy fields in dark, rocky areas, forest department reports. It is one way assumed that elephants won't come here as there are no shabby trees or green leaves in the hills of Shikharchandi. On the other hand they prefer to stay in the woods with no water sports or drinking water since there is no reservoir crossing the sanctuary. Forest officials have expressed their opinion that even if they come, it is safe to go back to the forest without having a big tree to hide in the sun. Two days ago an elephant went to Nandankanan elephant sanctuary. Chandaka again went to the zoo as there was no facility to enter from there. On the other hand, the people of Ganeshghat Colony which is attached to Bharatpur forest are in panic situation. They are not transporting into the colony through Chunkoli slum road for the past two weeks. Kis is contacting the colony by walking about 10 kilometers by giving the stone cart road. So, the locals have requested the forest department to dig a train on the way to Hati Shikharchandi. Since Bharatpur sanctuary trains are buried, elephants are coming from Chandaka to Shikharchandi via Elephant walkway and return again in the morning. At this time, if pastures, houses, trees are seen in front of them, they have broken them. If an animal comes in front of him, he will kill him with a rod. #elephant #chandaka #Nandankanan #OmmTv #OmTV #NBPC #KalingaCineArts #Bhubaneswar