ମଉକା ଦେଖି ଚଉକା ମାରିଲେ ଅପରାଜିତା, ପୁଣି ‌ନିଆଁ ଲଗେଇଦେଇ ଆସ‌ିଲେକି ମାଡ଼ାମ..?

ମଉକା ଦେଖି ଚଉକା ମାରିଲେ ଅପରାଜିତା, ପୁଣି ‌ନିଆଁ ଲଗେଇଦେଇ ଆସ‌ିଲେକି ମାଡ଼ାମ

ମଉକା ଦେଖି ଚଉକା ମାରିଲେ ଅପରାଜିତା, ପୁଣି ‌ନିଆଁ ଲଗେଇଦେଇ ଆସ‌ିଲେକି ମାଡ଼ାମ..?

ମଉକା ଦେଖି ଚଉକା ମାରିଲେ ଅପରାଜିତା, ପୁଣି ‌ନିଆଁ ଲଗେଇଦେଇ ଆସ‌ିଲେକି ମାଡ଼ାମ..?

 ଭୁବନେଶ୍ବର, ୨୫/୧୧(ଓମ): ଝିମିଟି ଖେଳରୁ ମହାଭାରତ ହୋଇଥିଲା ପଟିଆ ପଦ୍ମକେଶରପୁର ଗ୍ରାମରେ। ପ୍ରଥମେ ପିଲାଙ୍କ କଳି ପରେ ବଡ଼ମାନଙ୍କ ମଧ୍ୟରେ ବଚସା। କଥାକଟା କଟି ପରିସ୍ଥିତି ଶେଷରେ ଗୋଷ୍ଠୀ ସଂଘର୍ଷର ରୂପନେଲା। ଯାହାକୁ ନେଇ କିଛି ମୁଷ୍ଠିମୟ ବ୍ୟକ୍ତି ଖେଳିଲେ ରାଜନିତି ଖେଳ। ଶାନ୍ତି ପ୍ରିୟ ନିରିହ ପଦ୍ମକେଶରପୁର ଗ୍ରାମରେ ଦେଖାଗଲା ଅଶାନ୍ତି ପରିସ୍ଥିତି। ଦୁଇ ଗୋଷ୍ଠୀ ପରସ୍ପରକୁ ଢ଼େଲା ପଥର ଓ କାଠ ଫାଳିଆରେ ମାଡ଼ ମରାମରିହେଲେ। କିଛି ଲୋକ ଗରିବ ନିରିହ ଲୋକଙ୍କ ଘରେ ପଶି ଜିନିଷପତ୍ର ‌ଭଙ୍ଗାଭଙ୍ଗି‌କଲେ। ସୂଚନା ପାଇଁ ମଧ୍ୟ କେହି ଲୋକପ୍ରତିନିଧି ଘଟଣାସ୍ଥଳକୁ ଆସିଲେ ନାହିଁ। ବହୁ ବାଧା ବିଘ୍ନପରେ ପୁଲିସ୍ ସାବାଡ଼ ଉପାୟ ଅବଲମ୍ଭନକରି ଗଣ୍ଡଗୋଳକରୁଥିବା କିଛି ଲୋକଙ୍କୁ ଗିରଫକଲା। ହେଲେ ରାଜନୀତି କରୁଥିବା ଲୋକମାନେ ବାହାରେ ରହି ନିଆଁରେ ଘିଅ ଢ଼ାଳିଲେ। ଫଳରେପୁଣି ଗଣ୍ଡଗୋଳ ଦେଖାଗଲା। ଯାହାନେଇ ପୁଲିସ ପୁଣି ଶତାଧିକ ପୁରୁଷ ଓ ମହିଳାଙ୍କୁ ଗିରଫକରି ଜେଲ ପଠାଇଦେଲା। ମାତ୍ର ଏଠାରେ ରାଜନୀତି ଥମିଲା ନାହିଁ। ଶେଷରେ ସୂଚନାପାଇ ଭୁବନେଶ୍ବର ସାଂସଦ ଅପରାଜିତା ଷଢ଼ଙ୍ଗୀ ପଦ୍ମକେଶରପୁର ଗ୍ରାମରେ ପହଞ୍ଚି ପଦ୍ମ ଫୁଟାଇବା ପ୍ରୟାସ ଆରମ୍ଭ କଲେ। ମଉକାଦେଖି ଚଉକା ମାରିବାପାଇଁ ଚେଷ୍ଟା ‌ଚଲାଇଲେ। ଆଖପାଖର କିଛି ବିଜେପି ପ୍ରଶଂସକ କର୍ମୀଙ୍କ ସହଯୋଗରେ ପଦ୍ମକେଶରପୁରେ ପ୍ରବେଶକରି ସେମାନଙ୍କ ସମସ୍ୟା ବୁଝିଲେ। ଯାହାନେଇ ମାଡ଼ାମ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ଗ୍ରାମରେ ଶାନ୍ତି ଫେରାଇ ଆଣିବାପାଇଁ ନିବେଦନକଲେ। ଏହା ପୂର୍ବରୁ କମିସନରେଟ୍ ପୁଲିସ୍ ନିଜଆଡ଼ୁ ଏକ ଗ୍ରାମ୍ୟ ଶାନ୍ତି କମିଟି ଗଠନକରି ଶାନ୍ତି ଫେରାଇ ଆଣିବାପାଇଁ ଚେଷ୍ଟା ଚଲାଇଥିଲେ। ସେହି ମଉକାରେ ମାଇଲେଜ୍ ନେଇଗଲେ ମାଡ଼ାମ । ଗରିବ ଲୋକଙ୍କୁ ଦରଦ ଢ଼ାଳିଦେଲେ ହେଲେ ଜେଲରୁ ବାହାରିବେ କେମିତି ତାହା ପାଇଁ ପାଉଣା ବାହାରିଲା ନାହିଁ। ଶତାଧିକ ଲୋକ କାହା ପ୍ରୟାସରେ ବାହାରକୁ ବାହାରିଛନ୍ତି ସେମାନେ ଖୋଦ ଜାଣିଛନ୍ତି। ସେମାନଙ୍କ ପାଇଁ ଅର୍ଥ କିଏ ଖର୍ଚ୍ଚ କରିଛି ଆଇନ ସହାୟତା କିଏ ଯୋଗାଡ଼କରିଛି ତାହା ମଧ୍ୟ ଜେଲ ଫେରନ୍ତା ଲୋକଙ୍କୁ ଜଣା। ଏଠି ଦେଉଥିବା ଲୋକ ଚୁପ୍ ହେଲେ ମାଇଲେଜ ନେଉଥିବା ଲୋକର ଗର୍ଜନ କରୁଥିବା ଦେଖିବାକୁ ମିଳିଛି। ଆଜି ଗ୍ରାମରେ ଶାନ୍ତି ଫେରିଆସିବାପରେ ପୁଣି ମାଡ଼ାମ ପଢ଼ଙ୍ଗୀ ଲିଭିଆସୁଥିବା ଦୀପରେ ପୁଣି ଘିଅ ଢ଼ାଳିଆସିଛନ୍ତି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସୁଧ କାରବାର ( ମନିଲ୍ୟାଣ୍ଡରିଂ ) ଚାଲିଥିବା ନେଇ ମତପ୍ରକାଶକରିବାପରେ ବର୍ତ୍ତମାନ ଶାନ୍ତିଶୃଙ୍ଖଳ‌ା ପ୍ରିୟ ପଦ୍ମକେଶରପୁର ଗ୍ରାମରେ ଅଶାନ୍ତି ପୁଣି କୁହୁଳୁଥିବା ଅନୁମାନ କରାଯାଉଛି।