ଅଭିନେତ୍ରୀ ରୀୟାଙ୍କ ନାମରେ ଅଭିଯୋଗ ଆଣିଲେ ଚାକରାଣୀ ବ‌ର୍ଷା  : Ommtv Round The Clock

ଅଭିନେତ୍ରୀ ରୀୟାଙ୍କ ନାମରେ ଅଭିଯୋଗ ଆଣିଲେ ଚାକରାଣୀ ବ‌ର୍ଷା  : Ommtv Round The Clock

ଅଭିନେତ୍ରୀ ରୀୟାଙ୍କ ନାମରେ ଅଭିଯୋଗ ଆଣିଲେ ଚାକରାଣୀ ବ‌ର୍ଷା  : Ommtv Round The Clock

ଅଭିନେତ୍ରୀ ରୀୟାଙ୍କ ନାମରେ ଅଭିଯୋଗ ଆଣିଲେ ଚାକରାଣୀ ବ‌ର୍ଷା  : Ommtv Round The Clock

: ଓଲିଉଡ଼ର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ରୀୟା ଦେ’ଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ହୋଇଛି ନିର୍ଯ୍ୟାତନା ଅଭିଯୋଗ। ମା’ ଛେଉଣ୍ଡ ଜଣେ ଯୁବତୀଙ୍କୁ ନିଜଘରେ ରୀୟା ଦେଢ଼ବର୍ଷ ଧରି କାମ କରାଇବାପରେ ପାଉଣା ନଦେଇ ପାଲଟା ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ କରିଛନ୍ତି ରୀୟାଙ୍କ ଚାକରାଣୀ ବର୍ଷା ବେହେରା। ଏନେଇ ପୁଲିସ୍ ଅଭିଯୋଗକୁ ଭିତିକରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ରୀୟାଙ୍କୁ ଏନେଇ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ଆବଶ୍ୟକ ପଡ଼ିଲେ ଥାନାକୁ ଡ଼ାକି ଜେରା କରାଯିବ ବୋଲି ପୁଲିସ୍ କହିଛି। ଘଟଣାଅନୁଯାୟୀ ବର୍ଷା ତାଙ୍କ ପ୍ରତି ହୋଇଥିବା ନାବାଳିକା ନିର୍ଯ୍ୟାତନା , ଅମାନୁସିକତା ଓ ଶାରୀରିକ ଆକ୍ରମଣ ବିଷୟକୁ ଉଲ୍ଲେଖକରି ଥାନାରେ ଲିଛିତ ଅଭିଯୋଗ କରିଛନ୍ତି। ଉଭୟ ରୀୟା ଓ ତାଙ୍କ ସ୍ବାମୀ ତାଙ୍କୁ ଶାରୀରିକ ନର୍ଯ୍ୟାତନା ଦେଉଥିବା ସେ କହିଛନ୍ତି। ସୂଚନାଅନୁଯାୟୀ ଗତକାଲି ଘରେ କେହିନଥିଲା ବେଳେ ବର୍ଷା କୌଶଳକରି ରୀୟାଙ୍କ ଘର କଟକରୁ ଏକ ବସଯୋଗେ ଚନ୍ଦ୍ରଶେଖରପୁର ତାଙ୍କର ଜଣେ ପରିଚିତ ମାଧୁରୀ ବିଶି ନାମକ ଜଣେ ପରିଚିତ ଭଉଣୀଙ୍କ ନିକଟକୁ ଚାଲିଆସିଥିଲେ। ମାଧୁରୀ ଘରେ ନଥିବାରୁ ସ୍ଥାନୀୟ ଲୋକ ତାଙ୍କୁ ରାସ୍ତା କଡ଼ରେ କାନ୍ଦୁଥିବା ଦେଖି ଶିଶୁ ସୁରକ୍ଷା ଟିମକୁ ହସ୍ତାନ୍ତର କରିଥିଲେ। ସେଠାରୁ ଆଜି ସମାଳେ ମାଧୁରୀ ତାଙ୍କୁ ଉଦ୍ଧାରକରି ଆଣିବାପରେ ସବୁଘଟଣା ସୁଣି ଅଭିନେତ୍ରୀ ରୀୟା ଓ ତାଙ୍କ ସ୍ବାମୀ ବିରୋଧରେ ଅଭିଯୋଗ ଦେବାପାଇଁ ଏଲପି ଟିମ ସଭ୍ୟମାନଙ୍କ ସହ ମିଶି ଥାନାକୁ ଯାଇଥିଲେ। ସେଠାରେ ପୁଲିସ୍ ବର୍ଷାଙ୍କୁ ଅଭିଯୋଗ ଗ୍ରହଣକରି ସବୁଘଟଣା ବିଷୟରେ ପଚାରି ବୁଝିଥିଲା ଓ ଏନେଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେଇଛି। ବର୍ଷାଙ୍କ କହିବାଅନୁଯାୟୀ ରୀୟା ତାଙ୍କୁ ଘର କାମ ସହିତ ସୁଟିଂ ସେଟ୍ ଓ ଯାତ୍ରା, ମଞ୍ଚ କାର୍ଯ୍ୟକ୍ରମକୁ ସାଙ୍ଗରେ କେୟାରଟେକର କରି ନେଉଥିଲେ। ମାସକୁ ୮ହଜାର ଟଙ୍କା ଦେବା ସହ ଭରଣ ପୋଷଣ ଦେବାପାଇଁ ଚୁକ୍ତିକରିଥିଲେ। ମାତ୍ର ଦେଢ଼ବର୍ଷ ଧରି ଅର୍ଥାତ ରୀୟାଙ୍କ କଟକ ଘରେ ରହିବା ପରଠାରୁ ସେ କୌଣସି ଅର୍ଥ ଦେଉନଥିଲେ। ନିକଟରେ ବର୍ଷାଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ଦେହ ଖରାପ ହୋଇଥିବା ଜାଣିପାରି ଦେଖାକରିବାପାଇଁ କହିବାରୁ ରୀୟା ତାଙ୍କୁ ଛାଡ଼ିବା ପରିବର୍ତ୍ତେ ମାଡ଼ମାରି ଗୋଡ଼ରେ ନୋଳା ପକାଇଦେଇ ‌ଗୋଟିଏ ଘରେ ତାଲାପକାଇ ରଖିଥିଲେ। ଏସବୁ ବିଷୟରେ ଘଟଣାସ୍ଥଳକୁ ପୁଲିସ୍ ଯାଇ ତଦନ୍ତକରିବ ବ‌ୋଳି କହିଛି।