ବେଆଇନ୍ ବାଣ କାରଖାନାରେ ଅଗ୍ନିକାଣ୍ଡ... : Ommtv

ବେଆଇନ୍ ବାଣ କାରଖାନାରେ ଅଗ୍ନିକାଣ୍ଡ... : Ommtv

ବେଆଇନ୍ ବାଣ କାରଖାନାରେ ଅଗ୍ନିକାଣ୍ଡ... : Ommtv

ବେଆଇନ୍ ବାଣ କାରଖାନାରେ ଅଗ୍ନିକାଣ୍ଡ... : Ommtv

ଚନ୍ଦ୍ରଶେଖରପୁର, ୧୧/୧୧(ଇମିସ): ଇନ୍‌ଫୋସିଟି ଥାନା ଅଧୀନ ଚୁନକ‌ୋଳି ବସ୍ତି ଅଞ୍ଚଳରେ ଥିବା ଏକ ଡ଼ୁପ୍ଲେକ୍ସରେ ଚାଲିଥିବା ବେଆଇନ୍ ବାଣ କାରଖାନାରେ ଆଜି ଅପରାହଣରେ ଅଗ୍ନିକାଣ୍ଡଘଟିଛି। ଏହି ଘଟଣାରେ ୪ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଉପରମହଲା ଘର ଆସବାପତ୍ର ଏବଂ ରୋଷେଇଘରେ ଅଗ୍ନିକାଣ୍ଡଘଟି ଛିନ୍‌ଛତର ହୋଇଯାଇଛି। ଏହା ସହିତ ସିଡ଼ି ଘରେ ରଖାଯାଇଥିବା ବିଭିନ୍ନପ୍ରକାର ଫ୍ୟାନସି ଆଇଟମ୍ ବାଣଫୁଟିବା ଶବ୍ଦରେ ସିଡ଼ିଘର କାନ୍ଥ ବିମ୍ ଓ ଛାତ ଉଡ଼ିଯାଇ ଅନ୍ୟଏକ ସ୍ଥାନରେ ପଡ଼ିଛି। ଘର ଭିତରେ ଥିବା ବାରୁଦ ଓ କିଛି ଗଡ଼ମା ବୋମାର ଫାଟିବା ଶବ୍ଦ ପ୍ରକୋପ ଏତେ ଯୋରରେ ଥିଲାଯେ ଆଖପାଖରେ ଥିବା ଚୁନକୋଳି ବସ୍ତିର କିଛି ଝୁମ୍ପୁଡ଼ିଘର କାନ୍ଥ ଫାଟିଯାଇଛି। ଘଟଣା ଘଟିବାପରେ ଘରଭିତରେ ଥିବା ବିଘ୍ନ‌ଦାସ ପଟ୍ଟନାୟକ ଓ ଅନ୍ୟ ୩ଜଣ ବ୍ୟକ୍ତି ଉପର ମହଲାରୁ ତଳକୁ ଦୌଡ଼ି ପଳାଇଆସିଥିଲେ। ପରେ ବୋମା ଲଗାତାର ଫୁଟିବା ଅରମ୍ଭକରିଥିଲା। ଉପର ମହଲାର ରୋଷେଇ ଘରେ ନିଆଁ ବ୍ୟାପିବାପରେ ଏକ ଗ୍ୟାସ୍ ସିଟିଣ୍ଡର ମଧ୍ୟ ଫାଟି ଚୁରମାର୍ ହୋଇଯାଇଛି। ଏସବୁନେଇ ପ୍ରଥମେ ଶୈଳଶ୍ରୀବିହାର ଦମକଳ ବିଭାଗ ସ୍ଥାନୀ‌ୟଲୋକଙ୍କଠାରୁ ସୂଚନାପାଇବାପରେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲା ନିଆଁକୁଆୟତ କରିବା କଷ୍ଟକର। ତେଣୁ ମଞ୍ଚେଶ୍ବର ଓ କଳ୍ପନା ଦମକଳ ବାହିନୀକୁ ସୂଚନାଦିଆଯାଇ ପ୍ରାୟ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ ବିଭାଗ ଯବାନ ନିଆଁକୁଆୟତକରୁଥିଲା ବେଳେ କିଛ ଅଫାଟା ବୋମା ଫୁଟିଥିଲା। ପ୍ରାୟ ଅଢ଼େଇ ଘଣ୍ଟାଧରି ନିଆଁ ଲିଭା ପ୍ରୟାସ ଚାଲିବାପରେ ପ୍ରାୟ ରାତି ସାତଟା ବେଳେ ନିଆଁଲିଭା କାର୍ଯ୍ୟ ସଫଳତାସହ ଶେଷ ହୋଇଥିଲା।

  • ତଳେ ଲେଡ଼ିସ୍ ହଷ୍ଟେଲ ଉପରେ ବାଣ କାରଖାନା...

ଡ଼ୁ‌‌ପ୍ଲେକ୍ସ୍ ଘର ଉପରେ ଜଣେ ବ୍ୟକ୍ତି ଭଡ଼ାରହୁଥିବା ସହ ଅନ୍ୟ କିଛି କୋଠରିରେ ଚାଲିଥିଲା ବାଣ କାରଖାନା। ଏବଂ ଶହଶହ ବାଣ ପେଟି ଗ‌ୋଦାମ ହୋଇଥିଲା ସିଡ଼ିଘରେ। ମାତ୍ର ଏହି ବେଆଇନ୍ ବାଣ କାରଖାନାଚାଲିଥିବା ଘର ତଳରେ ରହିଥିଲେ ପ୍ରାୟ ୩୦ ଜଣ ଯୁବତୀ। ଯେଉଁମାନେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଏକ କଲସେଣ୍ଟରରେ କାମକରୁଥିଲେ। ସେମାନେ ପ୍ରାୟ ସଂଧ୍ୟା ସମୟ ଛାତ ଉପରେ ଆମୋଦ ପ୍ରମୋଦ କରିବାପାଇଁ ଚାଲିଆସନ୍ତି ବ‌ୋଲି ସ୍ଥାନୀୟ ଲୋକ କୁହନ୍ତି। ମାତ୍ର ଭାଗ୍ୟ ସେମାନଙ୍କର ଆଜି ଟାଣଥିଲା। ସମସ୍ତଙ୍କର ସେକେଣ୍ଟ ସିପ୍ଟ ଡ଼୍ୟୁଟିଥିବାରୁ ମଧ୍ୟାହ୍ନରେ ସମସ୍ତେ ଘର ତାଲା ପକାଇ କାର୍ଯ୍ୟାଳୟକୁ ଚାଲିଯାଇଥିଲେ। ଫଳରେ ଏକ ବଡ଼ ଧରଣର ବିପଦକୁ ସମସ୍ତେ ବର୍ତିଯାଇଥିଲେ।  

  • ପୁଲିସ୍ ଅଗୋଚରରେ ବେଆଇନ୍ କାରଖାନା ...

ଇନ୍‌ଫୋସିଟି ଥାନାଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏହି ବେଆଇନ୍ ବାଣ କାରଖାନାକୁ ଦୀପାବଳିବେଳେ ଶହଶହ ବ୍ୟବସାୟୀ ହୋଲସେଲ ଦାମରେ ବାଣ କିଣିବାପାଇଁ ଆସୁଥିଲେ। ଏନେଇ ଇନ୍‌ଫୋସିଟି ଥାନା ପୁଲିସ୍ ପାଖରେ ଖବରମଧ୍ୟ ଥିଲା। କେବଳ ବାଣ ଗୋଦାମ କରିଥିବା ବ୍ୟକ୍ତି ଜଣଙ୍କ ହୋଲସେଲ୍ ଦାମରେ ବାଣ ବିକ୍ରକରିବାପାଇଁ ଅନୁମତି ଆଣିଥିବା ପୁଲିସ୍ ନିକଟରେ ସୂଚନାଥିଲା। କିନ୍ତୁ ସେଠାରେ ବାଣ କାରଖାନା ଚାଲିଥିବା ଓ ଦୀପାବଳି ପରେ ମଧ୍ୟ ବାଣ ବେପାର ହେଉଥିଲା ତାହାନେଇ ପୁଲିସ୍ ନିକଟରେ କୗଣସି ସୂଚନା ନଥିବା ମତପ୍ରକାଶକରିଛି ପୁଲିସ୍। ଆଗାମି ଦିନରେ ବୋଇତ ବନ୍ଦାଣ ଉତ୍ସବଥିବାରୁ କିଛି ଗ୍ରାହକଙ୍କ ପାଇଁ ବାଣ ପ୍ରସ୍ତୁତ ଚାଲିଥିଲା ବ‌େଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ଫଳରେ ବାଣ କାରଖାନାରେ ନିଆଁ ଲାଗିଯାଇଥିଲା। ଏନେଇ ପୁଲିସ୍ ଘର ମାଲିକ ଓ ବାଣ ବେପାର କରୁଥିବା ବ୍ୟକ୍ତି ଜଣଙ୍କୁ ଥାନାରେ ଅଟକରଖି ପଚରାଉଚରା କରୁଥିବା ଜଣାପଡ଼ିଛି।   

  • ଉପକଣ୍ଠ ଉପରେ ନଜର ନାହିଁ ...

ରାଜଧାନୀ ଉପକଣ୍ଠ ଉପରେ‌ ପୁଲିସ୍‌ର ନଜର ନଥିବାରୁ ପ୍ରତିବର୍ଷ କିଛିନା କିଛି ଲୋକ ଏହି ଭଳି ବେଆଇନ୍ ବାଣ ପ୍ରସ୍ତୁତକରି ଜୀବନ ହରାଉଛନ୍ତି। ବିଗତ ବର୍ଷଗୁଡ଼ିକରେ ବାଲିଅନ୍ତା, ବାଲିପାଟଣା ଅଞ୍ଚଳରେ ବାଣ ତିଆରି ବେଳେ ବିସ୍ପୋରଣଘଟି ଅନେକ ଜୀବନଯାଇଛି। ତେବେ ଉତ୍ତର ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ଚୋରା ଭାବେ ଅନେକ ସ୍ଥାନରେ ଚାଲିଛି ବାଣ ବ୍ୟବସାୟ। ଯାହାନେଇ ପୁଲିସ୍ ନିକଟରେ କ‌ୌଣସି ସୂଚନାନାହିଁ। ଯାହାର ଏକ ବଡ଼ ଉଦାହାରଣ ଦେଖଗଲା ଆଜି ଇନ୍‌ଫୋସିଟି ଚୁନକୋଳି ବସ୍ତି ଅଞ୍ଚଳରେ। ଆହୁରି ଅନେକ ସ୍ଥାନରେ ଲୁଚାଚ‌ୋରାରେ ଏହିଭଳି ବାଣ ବ୍ୟବସାୟ ଚାଲିଛି, ଗୋଦାମହୋଇ ଗଛିତ ବାଣ ରହିଛି ଓ ନୂଆ ବାଣ ତିଆରି ହେଉଛି ବୋଲି ବିଷେଶସୁତ୍ରରୁ ପ୍ରକାଶ। ମାତ୍ର ପୁଲିସ୍ ଏହାର ଟେର୍ ପାଇପାରୁ ନାହିଁ।