ବେଲଜ୍ୟାଙ୍କୁ ଲାଜ ନାହିଁ..କଳଙ୍କିତ କଳାକାର କଳି : Ommtv

ବେଲଜ୍ୟାଙ୍କୁ ଲାଜ ନାହିଁ..କଳଙ୍କିତ କଳାକାର କଳି : Ommtv

ବେଲଜ୍ୟାଙ୍କୁ ଲାଜ ନାହିଁ..କଳଙ୍କିତ କଳାକାର କଳି : Ommtv

ବେଲଜ୍ୟାଙ୍କୁ ଲାଜ ନାହିଁ..କଳଙ୍କିତ କଳାକାର କଳି : Ommtv

ଭୁବନେଶ୍ବର (ଓମ) : ଜଣେ ପୂର୍ବତନ କଂଗ୍ରେସ ନେତା ତା’ପରେ ଦଳଡ଼େଇଁ ଜେଲରେ ପସି ଧମକ ଟଙ୍କାରେ ଟିଭି ଚ୍ୟାନେଲକରି କିଳାଖାଇ ପରେ ବିଜେପିରେ ନିଜ କଳଙ୍କ ଧୋଇବାପାଇଁ ଯୋଗଦେଲେ। ଆଉଜଣେ ଅନାମଧନ୍ୟ କଳାକାର ଆଉ ଜଣେ ଭଡ଼ାଟିଆ ଗୁଣ୍ଡା। ଏମାନଙ୍କୁ ଲଜ୍ୟା ବୋଲି କିଛି ନାହିଁ। ଦାମି ଲୋକ ଦେଖି ଧମକେଇ ଟଙ୍କା ମାଗିବା ଓ ଆବଶ୍ୟକ ପଡ଼ିଲେ ଆକ୍ରମଣ କରିବା ଏମାନଙ୍କ ଅଭ୍ୟାସ୍। କେଉଁଠୁ ଉଡ଼ିକି ଆସି ଭୁବନେଶ୍ବରରେ ଦିନାକେତେ ରହି ନିଜକୁ ଲୋକାଲ ଟୋକା ବୋଲାଇ ବୋବାଲ କରିବା ଏମାନଙ୍କ ଅଭ୍ୟାସ୍। ପ୍ରକୃତରେ ଭୁବନେଶ୍ବରୀଆ ଲୋକାଲ ଟୋକା ହାବୁଡ଼ରେ ଏମା‌େନେ ପଡ଼ି ନାହାଁନ୍ତି। ନହେଲେ ଶଳେ ଲଙ୍ଗଳା ହୋଇ ରାଜରାସ୍ତାରେ ଚାଲିଲେ କେମିତି ମଜା ଲାଗେ ତାହା ଜାଣନ୍ତେ। ରାଜଧାନୀକୁ କଳଙ୍କିତ କରୁଥିବା ତିନିଜଣ ବୋଲକାରା ମାଇଚିଆ ଗୁଣ୍ଡା କାଲି ଧରାହୋଇ ଜେଲ ଜାଇଛନ୍ତି। ଘଟଣା ହେଉଛି ଜଣେ କଳାକାର ନିଜକୁ ସହିଦନଗର ଥାନାର ଆଇଆଇସି ପରିଚୟ ଦେଇ ଅନ୍ୟ ଜଣେ କଳାକାରଙ୍କୁ ଥାନାକୁ ଡାକିଲେ। ଆଉ ଥାନା ସାମ୍ନାରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ସହ ମିଶି ସମ୍ପୃକ୍ତ କଳାକାରଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରି ମୁହଁରେ କାଳି‌ ବୋଳିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ସାମ୍ନାରେ। ଆଉ ସେଠାରେ ଉପସ୍ଥିତକିଛି ପୁଲିସ୍ ମାମୁଁ ଏସବୁ ଦେଖି ଚୁପ୍ ଥିଲେ।  ଘଟଣାରେ ସହିଦନଗର ଥାନା ପୁଲିସ ବିଜେପି ନେତା କଟକ ଗୋବିନ୍ଦପୁରର ଇତୀଶ ପ୍ରଧାନ (୩୬), ଜଗତସିଂହପୁରର ବିପ୍ଳବ ପରିଡ଼ା (୩୨) ଓ କେନ୍ଦୁଝରର କଳାକାର ଅର୍ପଣ ମିଶ୍ର (୩୬)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, କିଛିଦିନ ତଳେ ଅର୍ପଣ ଏକ ୱେବ୍‌ ପୋର୍ଟାଲରେ ସରୋଜ କୁମାର ମିଶ୍ର ଓରଫ ଓଡ଼ିଆ ଫିଲ୍ମରେ ଗୁଣ୍ଡା ଅଭିନୟକରୁଥିବା ତପିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ଅର୍ପଣ ଅଜଣା ନମ୍ବରରୁ ତପିଙ୍କୁ ଧମକ ଚମକ ଦେବା ସହ ୫୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ଏନେଇ ତପି ପ୍ରଥମେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏତିକିରେ ଥମିନଥିଲା ସେମାନଙ୍କ କଳି। ତପିଙ୍କୁ ପାନେ ଦେବା ପାଇଁ ଅର୍ପଣ, ଇତୀଶ ଓ ତାଙ୍କ ସହ‌ଯୋଗୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଆଉ ଯୋଜନା ମୁତାବକ ଗତ ୯ ତାରିଖ ବିଳମ୍ବିତ ରାତିରେ ସେମାନେ ଏକ ଅଜଣା ନମ୍ବରରୁ ତପିଙ୍କୁ ଫୋନ୍‌ କରି ସହିଦନଗର ଥାନା ଆଇଆଇସି ବୋଲି ପରିଚୟ ଦେଇଥିଲେ। ମାମଲା ଥିବା କହି ତୁରନ୍ତ ଥାନାରେ ଦେଖାକରିବାକୁ ଡାକିଥିଲେ। ରାତି ପାଖାପାଖି ସାଢ଼େ ୧୨ଟା ବେଳେ ତପି ଥାନା ସମ୍ମୁଖରେ ଗାଡ଼ି ପାର୍କିଂ କରୁଥିବା ବେଳେ ଇତୀଶଙ୍କ ଗାଡ଼ି ଓ ଅର୍ପଣଙ୍କ ଗାଡ଼ି ଆଗପଛ ହୋଇ ତପିଙ୍କୁ ଘେରିଯାଇଥିଲେ। ତପି କିଛି ବୁଝିବା ପୂର୍ବରୁ ସେମାନେ ଗାଡ଼ିରୁ ବାହାରିଥିଲେ। ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରିବା ସହ ଅର୍ପଣ, ତପିଙ୍କ ମୁହଁରେ କାଳି ‌ବୋଳିଥିଲେ। ଯାହାକୁ ନେଇ‌ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଥାନା ସାମ୍ନାରେ ଏତେ ସବୁ ଘଟଣା ଘଟିଥିଲେ ବି ପୁଲିସ ସୁରାକ ପାଇନଥିଲା। ହେଲେ ତପି ଜଣଙ୍କୁ କାବୁ କରି ଥାନାକୁ ନେଇ ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ଅନ୍ୟମାନେ ସେଠାରୁ ଖସିପଳାଇଥିଲେ। ଏନେଇ ତପି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଇତୀଶ, ବିପ୍ଳବ ଓ ଅର୍ପଣଙ୍କୁ  କୋର୍ଟ ଚାଲାଣ କରିଛି।