ନିୟମଗିରି ବକ୍ସIଇଡ଼ ଖଣି ବେଦାନ୍ତକୁ ନ ଦେବା ପାଇଁ ଆଦିବାସୀ ଭାଇମାନେ ମେଳି ବାନ୍ଧିଲେ : Ommtv Kalinga Vikas
ନିୟମଗିରି ବକ୍ସIଇଡ଼ ଖଣି ବେଦାନ୍ତକୁ ନ ଦେବା ପାଇଁ ଆଦିବାସୀ ଭାଇମାନେ ମେଳି ବାନ୍ଧିଲେ : Ommtv Kalinga Vikas
ନିୟମଗିରି ବକ୍ସIଇଡ଼ ଖଣି ବେଦାନ୍ତକୁ ନ ଦେବା ପାଇଁ ଆଦିବାସୀ ଭାଇମାନେ ମେଳି ବାନ୍ଧିଲେ : Ommtv Kalinga Vikas
କଳାହାଣ୍ଡି, ଜିଲ୍ଲା,୦୭/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବେଦାନ୍ତ କାରଖାନାକୁ ନିୟମ ଗିରିରେ ବକ୍ସIଇଡ଼ ଖଣି ଖନନ ନ କରେଇ ଦେବା ପାଇଁ ଓ ତ୍ରିଲୋଚନପୁର ପଞ୍ଚାୟତରେ ଗ୍ରାମସଭା ନ କରେଇ ଦେବା ପାଇଁ ଡେଙ୍ଗାରିଆ ଆଦିବାସୀ ଭାଇ ମାନଙ୍କ ମେଳି ଅନୁଷ୍ଠିତ ହୋଇଯାଇଅଛି I ଏହି ବୈଠକରେ ନିୟମଗିରି ସୁରକ୍ଷା ସମିତି ଓ ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଆଦିବାସୀ ଭାଇମାନେ ତ୍ରିଲୋଚନପୁର ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ I ଏହି ବୈଠକରେ ନେତୃତ୍ୱ ନେଇଥିଲେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକା ଓ ଉପ ସଭାପତି ଦଦୀ ପୁଷିକା ଏବଂ ତ୍ରିଲୋଚନପୁର ପଞ୍ଚାୟତ ର ସମସ୍ତ ଗ୍ରାମର ବା ଫୁଲଡ଼ୁମେର, କୁନାକାଡୁ, ପାଲବେରୀ, ତାଡିଝୁଲା, ଖେମୁଡିପଦର, ଲାକପଦର, ଡ଼ଙ୍ଗାମାଟି, ପାଟଶାଲ, ଲାଡାଙ୍ଗ,ଆମଟା ପଦର ଓ ତ୍ରିଲୋଚନପୁର ପଞ୍ଚାୟତର ସମସ୍ତ ଗ୍ରାମରୁ ଆସି ଏହି ବୈଠକରେ ଯୋଗଦେଇଥିଲେ I ତତ ସଙ୍ଗେ ସଙ୍ଗେ ତ୍ରିଲୋଚନପୁର ପଞ୍ଚାୟତ ବା ନିୟମଗିରି ପର୍ବତର ପାଦଦେଶର ଓ ପର୍ବତ ଶିଖରରେ ରହୁଥିବା ସମସ୍ତ ଗ୍ରାମରେ ପାଞ୍ଚ ଜଣିଆ କମିଟି ଗଢ଼ା ଯାଇଥିବା ସମସ୍ତ ଗ୍ରାମର କମିଟି ମେମ୍ବର ଓ ତ୍ରିଲୋଚନପୁର ପଞ୍ଚାୟତର ସରପଞ୍ଚ ସୋନାଲି ମାଝୀ,ସମିତି ସଭ୍ୟା ସୁଦଶI ପଟ୍ଟନାୟକ ଓ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର ଏବଂ ତ୍ରିଲୋଚନପୁର ପଞ୍ଚାୟତ କିଛି ଭଦ୍ର ବ୍ୟକ୍ତି ଏହି ବୈଠକରେ ମଧ୍ୟ ଭାଗ ନେଇଥିଲେ I ଏହି ବୈଠକର ମୁଖ୍ୟ ଉଦେଶ୍ୟ ହେଲା ନିୟମଗିରି ରେ ଆଉ ଗ୍ରାମସଭା ନ କରେଇ ଦେବା ପାଇଁ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକା କହିବା କଥାଯେ ବେଦାନ୍ତ କମ୍ପାନୀ ଥରେ ଆମର ଏଇ ମା ମାଟିରେ ଗ୍ରାମସଭା କରି ସରିଲା ପରେ କେଉଁ ପଟରୁ ଖଣି ନ ମିଳିବା ହେତୁ ଏବେ ପୁଣି ବେଦାନ୍ତ ଚାହୁଁଛି ଆଉ ଥରେ ନିୟମଗିରି ମାଟିରେ ଗ୍ରାମସଭା କରି ଆମଠାରୁ ଏଇ ନିୟମ ଗିରି ବକ୍ସIଇଡ଼ ଖଣିକୁ ଜୋର ଜବରଦସ୍ତ ଛାଡେଇ ନେବା ପାଇଁ I ତେଣୁକରି ଆମର ଯେତକ ଆଦିବାସୀ ଭାଇମାନେ ମାରିବା ପଛେ ଏହି ନିୟମଗିରି ପର୍ବତର ବକ୍ସIଇଡ଼ ଖଣିକୁ କାହାକୁ ମାଟି ମୁଠାଏ ଦେବନାହିଁ I ଏହି ବୈଠକରେ ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକର କୁର୍ଲି ପଞ୍ଚାୟତ,ମୁନିଗୁଡା ବ୍ଲକର ଶିବପଦର ପଞ୍ଚାୟତ ଓ ମୁନିଖୋଲ ପଞ୍ଚାୟତ, କଲ୍ୟାଣ ସଂ ପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ସମସ୍ତ ଗ୍ରାମର କମିଟିର ସଭାପତି ଓ ନିୟମଗିରିକୁ ଖଣିକୁ ଲାଗି ଥିବା ସମସ୍ତ ପଞ୍ଚାୟତର ସଭାପତି,ଉପ ସଭାପତି ଓ ସମ୍ପାଦକ ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ I ଆମ ଆଘରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଦୈତାରୀ ଗୌଡ଼ ପରି ପ୍ରକାଶ କରି କହିଛନ୍ତି ଯେ ଆମେ ମରିଯିବୁ ପଛେ ଆମର ନିୟମ ରାଜା ବା ନିୟମଗିରି ପାର୍ବତରେ ଥିବା ବକ୍ସIଇଡ଼ ଖଣିକୁ ବେଦାନ୍ତ କମ୍ପାନୀକୁ ଦେବୁନାହିଁ କି ପୁନରାବୃତ୍ତି ଗ୍ରାମସଭା କରେଇ ଦେବୁନାହିଁ I ଶ୍ରୀ ଦୈତାରୀ କହିବା କଥାଯେ ଏହି ବେଦାନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲାଞ୍ଜିଗଡ ବ୍ଲକରୁ ଆଦିବାସୀ ଡ଼ଙ୍ଗରିଆ କନ୍ଧ ମାନଙ୍କ ପ୍ରତିରୂପ ଲୋକଙ୍କୁ ନେଇ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ନିୟମଗିରି ଅଞ୍ଚଳରେ ଗ୍ରାମସଭା କରି ବକ୍ସIଇଡ଼ କଞ୍ଚାମାଲ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପତ୍ର ପ୍ରଦାନ ଲାଞ୍ଜିଗଡ ବ୍ଲକ ବିଡ଼ିଓଙ୍କ ଜରିଆରେ କରିଥିଲେ I ତାପରେ ଲାଞ୍ଜିଗଡ ଅଞ୍ଚଳର କିଛି ଆଦିବାସୀ ଭାଇ ମାନଙ୍କୁ ଧରିକି ଯାଇ କଳାହାଣ୍ଡି ଜିଲ୍ଲାର ତିନି ଜଣ ବିଧାୟକ ଓ ଲୋକସଭା ସଦସ୍ୟାଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ଇ

ଭୁବନେଶ୍ୱର ମାଷ୍ଟରକେଣ୍ଟିନ ଠାରୁ ତିନି ହଜାର ଲୋକଙ୍କ ରାଲି ବାହାର କରି ଗାନ୍ଧୀମାର୍ଗ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ଚଳିତ ବର୍ଷ ମାର୍ଚ୍ଚ ମାସ ୦୭ ତାରିଖରେ I ଶ୍ରୀ ଗୌଡ଼ କହିବା କଥାଯେ ବେଦାନ୍ତ ଯତେ ଯାହା କରୁ ଆମେ ସମସ୍ତେ ନିୟମ ରାଜା ଆମ ଦେବତା ପାଖରେ ନିୟମ କରିଛୁ ଯେ ବେଦାନ୍ତ କମ୍ପାନୀକୁ ଆମ ନିୟମଗିରି ପାର୍ବତରୁ ମୁଠାଏ ମାଟି ଦେବୁନାହିଁ ବୋଲି ଆମ ଆଘରେ ମତ ବ୍ୟକ୍ତ କରିଛନ୍ତି I
