ସାମ୍ବାଦିକଙ୍କୁ ହତ୍ୟା ଉଦ୍ୟମ ରହସ୍ୟ... କର୍ପୋରେଟର ପୁଅ ମୁଖ୍ୟ ଚର୍ଚ୍ଚା ପୁଲିସ୍ ଚାପଶୂନ୍ୟ ହେଲେ ସତ୍ୟାସତ ବାହାରିପାରିବ : Ommtv

ସାମ୍ବାଦିକଙ୍କୁ ହତ୍ୟା ଉଦ୍ୟମ ରହସ୍ୟ... କର୍ପୋରେଟର ପୁଅ ମୁଖ୍ୟ ଚର୍ଚ୍ଚା ପୁଲିସ୍ ଚାପଶୂନ୍ୟ ହେଲେ ସତ୍ୟାସତ ବାହାରିପାରିବ

ସାମ୍ବାଦିକଙ୍କୁ ହତ୍ୟା ଉଦ୍ୟମ ରହସ୍ୟ... କର୍ପୋରେଟର ପୁଅ ମୁଖ୍ୟ ଚର୍ଚ୍ଚା  ପୁଲିସ୍ ଚାପଶୂନ୍ୟ ହେଲେ ସତ୍ୟାସତ ବାହାରିପାରିବ : Ommtv

ସାମ୍ବାଦିକଙ୍କୁ ହତ୍ୟା ଉଦ୍ୟମ ରହସ୍ୟ... କର୍ପୋରେଟର ପୁଅ ମୁଖ୍ୟ ଚର୍ଚ୍ଚା

ପୁଲିସ୍ ଚାପଶୂନ୍ୟ ହେଲେ ସତ୍ୟାସତ ବାହାରିପାରିବ : Ommtv

ସାମ୍ବାଦିକର କର୍ତବ୍ୟ ସତକୁ ସାମ୍ମନାକୁ ଆଣିବା। ଯାହା ସତ ତାହାନେଇ ସାଧାରଣ ଜନତାଙ୍କ ନିକଟରେ ଖବର ମାଧ୍ୟମରେ ପହଞ୍ଚାଇବା କିମ୍ବା ପ୍ରସାରଣ କରିବା। ମାତ୍ର ବର୍ତମାନ ସମୟରେ ସତ ଲେଖିଲେ କିମ୍ବା ଦେଖାଇଲେ ଖଣ୍ଡାଚୋଟର ଶିକାର ହେବାକୁ ପଡ଼ୁଛି। ଏପରି ଖୋଦ ରାଜଧାନୀରେ ବଡ଼ ଖବରର ସାମ୍ବାଦିକ ଜ୍ୟୋତିରଂଜନ ମହାପାତ୍ରଙ୍କୁ ଭିଏସଏସନଗର ମଞ୍ଚେଶ୍ବର ରାସ୍ତା ମଝିରେ ଥିବା ଧିରିକୁଟି ଅଳିଆଗଦା ପାଖରେ ରଙ୍ଗମାଟିଆର ଜଣେ ଅସାମାଜିକ ଯୁବକଙ୍କ ସହ ଆଉ ତିନିଜଣ ମିଶି ସାମ୍ବାଦିକ ଜ୍ୟୋତି ଓ ତାଙ୍କ ଭାଇକୁ ବିଳମ୍ବିତ ରାତିରେ ଅଟକାଇ ଖଣ୍ଡାରେ ଚୋଟ ଉପରେ ଚୋଟ ମାରି ରକ୍ତାକ୍ତ କରିଦେଇଥିଲେ। ବାଳ ସାମ୍ବାଦିକତା କରୁଛି ବୋଲି କହି ଆକ୍ରମଣ କରୁଥିଲା ବେଳେ ଏହା ସ୍ପଷ୍ଟ ବାରି ହୋଇପଡ଼ିଥିଲା ଆକ୍ରମଣକାରୀମାନେ ଜ୍ୟୋତି ଜଣେ ସାମ୍ବାଦିକ ବୋଲି ଆଗରୁ ଜାଣିଥିଲେ। ଯାହାକୁ ନେଇ ସେମାନେ ପୂର୍ବ ଯୋଜନାଅନୁଯାୟୀ ଆକ୍ରମଣ କରିବାପାଇଁ ଆସିଥିଲେ। ଶନିବାର ରାତିରେ ଏହି ଘଟଣା ଘଟିଥିଲା ବ‌େଳେ ରବିବାର ଦିନ ମଞ୍ଚେଶ୍ବରଥାନା ପୁଲିସ୍ ଘଟଣାର ତନାଘନା କରିବା ଆରମ୍ଭ କରିଦେଇଥିଲା। ଫଳରେ ଘଟଣାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଆସାମିକୁ ରଙ୍ଗମାଟିଆରୁ ଗିରଫକରିଥିଲ। ସେ ଏପରି କାମରେ ଲିପ୍ତରହେ ବୋଲି ପ୍ରମାଣ ପାଇବାପରେ ଆଉ ୩ଜଣଙ୍କ ପରିଚୟ ପୁଲିସ୍ ପାଇଥିଲା। ଯାହାନେଇ ସମସ୍ତଙ୍କୁ ପୁଲିସ୍ କାବୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେମାନଙ୍କ ମଧ୍ୟରୁ କିଛି ଦୁର୍ବୃତଙ୍କୁ ସାମ୍ବାଦିକ ଜ୍ୟୋତି ଚିର୍ହ୍ନିବାରୁ ଘଟଣା ସ୍ପଷ୍ଟ ହୋଇଥିଲା ଏହା ଏକ ହତ୍ୟା ଉଦ୍ୟମ ଘଟଣା। ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକ ଆଉ ଗୋଟିଏ ଘଟଣାକୁନେଇ ଆଜି ଦିନତମାମ ଚର୍ଚ୍ଚା କରିଛନ୍ତି। ଏହି ଘଟଣା ପଛରେ ମୁଖ୍ୟ କାରପେଟଦାର ହେଉଛି ଆଉଜେଣ ଯୁବକ। ଯିଏ ଜଣେ କର୍ପୋରେଟରର ପୁଅ ବୋଲି ସ୍ଥାନୀୟଲୋକ ମତପ୍ରକାଶ କରିଛନ୍ତି। ଯେଉଁ ମୁଖ୍ୟ ନିକଟରେ ପୁଲିସ୍ ପହଞ୍ଚିପାରିନାହିଁ। ଗିରଫ ଯୁବକମାନେ ସେହି ମୁଖ୍ୟ ପାଇଁ ସୁପାରି କିଲରଭଳି କାମ କରିଥିଲେ ବୋଲି ଚର୍ଚ୍ଚା ହେଉଛି। କାହାକୁ ଧମକାଇବା, କାହାକୁ ଡ଼ରାଇବା ଓ କାହାକୁ ମାଡ଼ିମାରିବା ଭଳି ଉକ୍ତ  କର୍ପୋରେଟର ପୁଅ ପାଇଁ କାମ କରିଥାନ୍ତି ଗିରଫ ଯୁବକମାନେ। ସାମ୍ବାଦିକ ଜ୍ୟୋତି ଉକ୍ତ ନେତାଙ୍କ ପୁଅକୁ ଚ୍ୟାଲେଞ୍ଜ କଲାଭଳି କିଛି ଖବର ନେଇ ବଚସା କରିଥିବାରୁ ଏହି ଘଟଣାର ଆରମ୍ଭ ହୋଇଥିଲା। ହେଲେ ଏହି ଘଟଣା ଏକ ସାମାନ୍ୟ ଗାଡ଼ି ସାଇଡ଼ମରାକୁ ନେଇ ଘଟିଛି ବୋଲି ପ୍ରଚାର ହେଲା। ଗାଡ଼ି ସାଇଡ଼ ମାରିଲେ ଯଦି ଏମାନେ ମଣିଷ ମାରିବାକୁ ପଛାଉ ନାହାଁନ୍ତି ତେବେ ଧକ୍କା‌ମାରିଲେ ‌ଏମାନେ ମୁଣ୍ଡ ଗଡ଼ାଇଦେବା ସାହାସ ରଖନ୍ତି ଏହା ଏକ ପ୍ରକାର ପ୍ରମାଣିତ ହୋଇଛି। ଏସବୁ ବିଷୟରେ ପୁଲିସ୍ ସବୁକିଛି ଜାଣିଛି। ମାତ୍ର କେଉଁଠାରୁ ବୋଧେ ଚାପ ହେଉଥିବାରୁ ମୁଖ୍ୟ କିଙ୍ଗ କ‌ର୍ପୋରେଟର ପୁଅ କଥା ପୁଲିସ୍ ଉଠାଉନାହିଁ। ସୂଚନା ଥାଉକି ଉକ୍ତ ନେତା ପୁଅ ନାମରେ ପୂର୍ବରୁ ମଧ୍ୟ କିଛି ଆଖପାଖ ଥାନାରେ ମାମଲା ରହିଛି। ଯେ ନିଜକୁ ବାହୁବଳି ବୋଲି ଦେଖାଇହୋଇ ସ୍ଥାନୀୟ ଅଞ୍ଚଳରେ କଚେପୁଅ ବାର ଭଳି ବୁଲୁଛନ୍ତି। ତେଣୁ ପୁଲିସ୍ ଚାପଶୂନ୍ୟ ହୋଇ ଅଭିଯୁକ୍ତଙ୍କୁ କଠୋର ଦଫା ଲଗାଇଲେ ‌ଶଳେ ସାବାଡ଼ ହୋଇଯାଆନ୍ତେ।