ରଙ୍ଗମାଟିଆ ଗ୍ରାମ ରେଳଧାରଣା କଡ଼ ରାସ୍ତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ : Ommtv

ରଙ୍ଗମାଟିଆ ଗ୍ରାମ ରେଳଧାରଣା କଡ଼ ରାସ୍ତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରଙ୍ଗମାଟିଆ ଗ୍ରାମ ରେଳଧାରଣା କଡ଼ ରାସ୍ତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ : Ommtv

ରଙ୍ଗମାଟିଆ ଗ୍ରାମ ରେଳଧାରଣା କଡ଼ ରାସ୍ତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ : Ommtv

: ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ନିକଟ ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଗ୍ରାମ ଉପର ସାହି ଠାରୁ ତଳ ସାହି ପର୍ଯ୍ୟନ୍ତ ରେଳଧାରଣା କଡ଼ ରାସ୍ତାକୁ ପକ୍କା କରିବାପାଇଁ ଆଜି ସ୍ଥାନୀୟ ଲୋକ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ଏକ କାର୍ଯ୍ୟକ‌୍ରମରେ ଯୋଗଦେବାପାଇଁ ଶ୍ରୀ ପ୍ରଧାନ ଆସିଥିଲା ବେଳେ ଗ୍ରାମ୍ୟାକମିଟି ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏକାଧିକ ଗ୍ରାମବାସୀ ଉପସ୍ଥିତରହି ସମସ୍ୟା ବିଷୟରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରତିଉତ୍ତରରେ ମନ୍ତ୍ରୀ ୧୫ ବର୍ଷର ଏହି ସମସ୍ୟାକୁ ନେଇ ରେଳ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାକରି ଉକ୍ତ ରାସ୍ତାକୁ ଗ୍ରାମବାସୀଙ୍କ ଚଳପ୍ରଚଳ ନିମନ୍ତେ ସ୍ଥାଇ ପକ୍କାରାସ୍ତା କରିବାପାଇଁ ପ୍ରତିଶୃତିଦେଇଥିଲେ। ସୂଚନାଥାଉକି ଏହି ରାସ୍ତା ଗତ ୧୫ ବର୍ଷ ପୂର୍ବେ ଏକପ୍ରକାର ଭଲ ରାସ୍ତା ଥିଲା। ମାତ୍ର କେବୁଲ ବିଛାଇବା, ଡ଼୍ରେନ୍ ଓ ସ୍ବରେଜ କାମ ପାଇଁ ଏହି ରାସ୍ତାକୁ ଖୋଳାଖୋଳି କରିଦିଆଯିବାପରେ ଆଉ ମରାମତି କରାଯାଇ ନଥିଲା। ଉକ୍ତ ରାସ୍ତାଟି ରେଳବାଇ ଅଧୀନରେ ଥିବାରୁ ଏହି ରାସ୍ତା କାମ ବିଏମସି ପକ୍ଷରୁ ହୋଇପାରିନଥିଲା। ଏଥିମଧ୍ୟରେ ଭାଗିରଥୀ ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର ଏବଂ ସୁଶାନ୍ତ କୁମାର ରାଉତ ବିଧାୟକ ଭାବେ ନିଜର କାର୍ଯ୍ୟକାଳ ଶେଷ କରିଆସିଛନ୍ତି ମାତ୍ର ସମସ୍ୟାର ସମାଧାନ ହୋଇ ପାରିନାହିଁ। ବର୍ତ୍ତମାନର ବିଧାୟକ ବାରମ୍ବାର ରେଳ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାକରି ବିଫଳ ହୋଇଛନ୍ତି। ଉକ୍ତ ରାସ୍ତା ଉପରେ ରଙ୍ଗମାଟିଆ, ଗାଡ଼କଣ, ଭୋଟପଡ଼ା ସମେତ ମଞ୍ଚେଶ୍ବର ଷ୍ଟେସନକୁ ଯାତାୟତ କରୁଥିବା ଯାତ୍ରୀ ଏବଂ କଲେଜ, ସ୍କୁଲ ଛାତ୍ରଛାତ୍ରୀମାନେ ନିର୍ଭର କରୁଥିଲେ ମଧ୍ୟ ଆଜିବି ଉକ୍ତ ରାସ୍ତା ମାଟି ରାସ୍ତା ହୋଇରହିଛି। ବର୍ଷାଦିନରେ ଏହି ରାସ୍ତାରେ ଚଳପ୍ରଚଳ କରିବା ଅସମ୍ଭବ ହେଉଥିବାରୁ ଲୋକମାନେ ଦୁଇ କିଲୋମିଟର ବୁଲି ଗାଡ଼କଣ ବାଟଦେଇ ଯାତାୟତ କରିଥାନ୍ତି। ଏପରି ସମସ୍ୟାକୁ ବାରମ୍ବାର ବିଭିନ୍ନ ଲୋକ ପ୍ରତିନିଧିଙ୍କ ଦୃ‌ଷ୍ଟିକୁ ଆଣିବାପରେ କୌଣସି ପ୍ରକାର ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀମାନେ ଏକାଠିହୋଇ ଆଜି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଗ୍ରାମ୍ୟ ସମସ୍ୟାକୁ ଦର୍ଶାଇ ଏକ ହାତଲେଖା ଚିଠି କରିଛନ୍ତି। ୨୦୦ ବର୍ଷର ଗ୍ରାମ ରଙ୍ଗମାଟିଆ ପାଇଁ ଏହି ରାସ୍ତା ଉକ୍ତ ଅଞ୍ଚଳର ଏକ ବଡ଼ ସମସ୍ୟା ହୋଇଥିବାରୁ ଏହାର ସମାଧାନପାଇଁ ଗ୍ରାମବାସୀମାନେ ବାରମ୍ବାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରି ଜଣାଇ ପ୍ରତିଥର କେବଳ ପ୍ରତିଶୃତି ପାଇଆସୁଛନ୍ତି।   

JOIN NEW BHUBANESWAR PRESS CLUB : 9439177630