ସରସ୍ଵତୀ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ : Ommtv

ସରସ୍ଵତୀ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

ସରସ୍ଵତୀ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ : Ommtv

ସରସ୍ଵତୀ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ : Ommtv

: ପଟିଆସ୍ଥିତ ସରସ୍ବତୀ ଇଣ୍ଟରନ୍ୟାସନାଲ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅତିଥିମାନଙ୍କଦ୍ବାରା ଦୀପ ପ୍ରଜ୍ଜ୍ଵଳନ ହେବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗୀତା ପାଠ କରାଯାଇଥିଲା । ଉପସ୍ଥିତ ଅତିଥିଗଣ ପାଠପଢ଼ା ପ୍ରତି ନିଷ୍ଠା ରଖିବାକୁ କହିବା ସହ ଭଲ ମଣିଷଟିଏ ହେବାକୁ ଉପଦେଶ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଡି.ଏ.ଭି ର ସଭାପତି ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଆଇଏଏସ ଅରୁଣ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଜୀବନ ଗଢିବାର ବହୁମୂଲ୍ୟ କଥା କହିଥିଲେ। ମୁଖ୍ୟବକ୍ତା ରୂପେ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସମ୍ମାନୀତ ଅତିଥି ରୂପେ କିଟ୍ ସାଇନ୍ସ କଲେଜର ସଭାପତି ଚ଼ିତ୍ତରଞ୍ଜନ ମିଶ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ପାଣି ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅନୁଷ୍ଠାନ ପ୍ରିନ୍ସପାଲ ସୌଦାମିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣକରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ।

JOIN NEW BHUBANESWAR PRESS CLUB : 9439177630