ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହାମହୋତ୍ସବ : Ommtv

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହାମହୋତ୍ସବ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହାମହୋତ୍ସବ : Ommtv

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହାମହୋତ୍ସବ : Ommtv

: ଆଜି ମଞ୍ଚେଶ୍ବର ରେଲୱେ ଖେଳ ପଡ଼ିଆରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ପ୍ରାୟ ୧୫ହଜାରରୁ ଅଧିକ ଗୁରୁଭାଇ ଭଉଣୀମାନଙ୍କ ସମାଗମ ହୋଇଥିଲା। ଆୟୋଜକ ଅନୁଷ୍ଠାନ ପକ୍ଷରୁ ସକାଳେ ହଜାର ହଜାର ସଂଖ୍ୟକ ଶ୍ରର୍ଦ୍ଧାଳୁ ଏକାଠିହୋଇ ଉଷା କିରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ସାମୋହିକ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଶ୍ରର୍ଦ୍ଧାଳୁମାନେ ମାଗଣା ସ୍ବାସ୍ଥ୍ୟ ଶିବିରରେ ନିଜର ସ୍ବାସ୍ଥ୍ୟପରୀକ୍ଷା କରାଇବା ସହ ଉପଚାର ନି‌ମନ୍ତେ ମାଗଣା ଓୗଷଧ ଓ ପରାମର୍ଶ ଗ୍ରହଣକରିଥିଲେ। ପରେ ତିନିଟି ପୃଥକ ପୃଥକ ମଞ୍ଚରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇଟି ଗୁରୁଭାଇ ଦଳ ହାତରେ ଝାଞ୍ଜ, ମୃଦଙ୍ଗ ଓ ଗିନି ଧରି ନାମ ସଂର୍କିତନ କରି ପଡ଼ିଆ ପରିଭ୍ରମଣ କରିଥିଲେ। ଏହାପରେ ତର୍ପଣ ଏବଂ ଦିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ସ୍ବତନ୍ତ୍ର ଏକ ମଞ୍ଚରେ ଅନୁଷ୍ଠିତ ହୋଇଥିଲା। ଗୋଟିଏ ମଞ୍ଚରେ ବଡ଼ ଦା, ସାନ ଦା ଓ ଲକ୍ଷ୍ମୀ ମା’ଙ୍କ ଦର୍ଶନ ହେଉଥିଲା ବେଳେ ଆଉ ଦୁଇଟି ସଂସ୍କୃତିକ ମଞ୍ଚରେ ସାମୋହିକ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଭଣ୍ଡାର ଖୋଲାଯିବାପରେ ସମସ୍ତ ଶ୍ରର୍ଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ସଂଧ୍ୟାରେ ସାମୋହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏହାପରେ ଭକ୍ତିକୃତ ପ୍ରବଚନ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ‌‌ଶେଷରେ ର୍କିତନ ଶେଷକରି ସମସ୍ତ ଶ୍ରର୍ଦ୍ଧାଳୁ ପ୍ରସାଦସେବନ କରିଥିଲେ। ଏହି ବିଶାଳ କାର୍ଯ୍ୟକ୍ରମକୁ ସତସଙ୍ଗ ପ୍ରେମୀ, ରିତିକ ଭାଇ ଓ ଗୁରୁଭାଇ ଭଉଣୀମାନେ ଶ୍ରର୍ଦ୍ଧା ସହିତ ବରିଷ୍ଠ ଗୁରୁଭାଇ ଅଭୟ କୁମାର ପରିଡ଼ାଙ୍କ ନେତୃତ୍ବରେ ପରିଚାଳନାକରିଥିଲେ। ଯେଉଁଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଶ୍ରର୍ଦ୍ଧାଳୁମାନେ ଯୋଗଦେଇଥିଲେ।