ଓଡ଼ିଶା ସାହିତ୍ୟ ଏକାଡ଼େମୀର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର : ଓମଟିଭି

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରତିନିଧି ଡଃ ପୁଷ୍ପଲତା ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ କବି

ଓଡ଼ିଶା ସାହିତ୍ୟ ଏକାଡ଼େମୀର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର : ଓମଟିଭି

ଓଡ଼ିଶା ସାହିତ୍ୟ ଏକାଡ଼େମୀର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର : ଓମଟିଭି

(ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକଙ୍କ ରିପୋର୍ଟ) : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରତିନିଧି ଡଃ ପୁଷ୍ପଲତା ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ କବି ବାହାଦୁର ପାଟ୍ଟଶାଣୀଙ୍କ ସଂଯୋଜନାରେ  ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ ବିଜୟ ଶତପଥୀ, ମୁଖ୍ୟବକ୍ତା ଭାବେ ଓଡ଼ିଶାର ବିଶିଷ୍ଠ ନାଟ୍ୟକାର ସୁବୋଧ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ନାଟ୍ୟ ନିର୍ଦେଶକ ଦିନେଶ ଦାସ ପ୍ରମୂଖ ଯୋଗଦାନ କରିଥିଲେ। ଅପରାହ୍ନରେ କବି ମନୋରଞ୍ଜନ ନନ୍ଦ ଙ୍କ ସଭାପତିତ୍ବରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ମଧ୍ୟରୁ ଶତାଧିକ କବି କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କବିମାନେ ନିଜର ଦକ୍ଷତା ତଥା ସାହିତ୍ୟ ସମାଜର ସାହାସ କିପରି ହେବ ଏବଂ ସମାଜରେ ବିଭିନ୍ନ ପ୍ରକାର ପରିବର୍ତନ କିପରି ଆଣିବ ତହାନେଇ ପିସ୍ତୃତ ଆଲୋଚନା କରାଯାଇଥିଲା। ଶେଷରେ ଏହି କବି ସମ୍ମଳନି ତଥା ଆଲୋଚନାରେ ସସମ୍ତ ସାହିତ୍ୟିକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।