ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଦେଶିକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର : Ommtv

ଶିକ୍ଷକମାନେ ସମାଜର ମେରୁଦଣ୍ଡ : ସୌମ୍ୟରଞ୍ଜନ ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଦେଶିକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର

ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଦେଶିକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର : Ommtv

ଶିକ୍ଷକମାନେ ସମାଜର ମେରୁଦଣ୍ଡ : ସୌମ୍ୟରଞ୍ଜନ

ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଦେଶିକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର : Ommtv

: ଶିକ୍ଷକମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସୁଶିକ୍ଷା ଫଳରେ ସମାଜରେ ଅନେକ ମେଧାବି ସୃଷ୍ଟିହେଉଛନ୍ତି। ପ୍ରତ୍ୟେକ ଗୁରୁ ଜଣେ ମା’ର ଭୂମିକା ନିର୍ବାହ କରୁଥିବାରୁ ଆଜି ଶିକ୍ଷାକ୍ଷେତ୍ରରେ ସଂସ୍କାର ବଞ୍ଚିରହିଛିବୋଲି ମତପ୍ରକାଶ କରିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ପ୍ରାଦେଶିକ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କ ପ୍ରଶିକ୍ଷଣ ଶିବିର‌ର ସପ୍ତମ ଦିନରେ ଆଜି ଶ୍ରୀପଟ୍ଟନାୟକ ମୁଖ୍ୟ ଅତିଥିଭାବରେ ଯୋଗଦେଇ ନିଜର ଅଧ୍ୟାପକ ସମୟକୁ ସ୍ମରଣ କରିଥିଲେ। ସେ କହିଥିଲେ ସୁଯୋଗ ମିଳିଲେ ମୁଁ ଶିକ୍ଷକ ହେବାପାଇଁ ପସନ୍ଦକରିବି। ଆଜିର ଶିକ୍ଷକମାନେ ନିଜର ଆଖପାଖରେ ଘଟୁଥିବା ପରିସ୍ଥିତିକୁ ଜାଣିବା ଦରକାର ଓ ତାହାକୁ ଅନ୍ୟମାନଙ୍କୁ ଜଣାଇବା ଦରକାର। ଏହି ବୃତିକୁ ଆନନ୍ଦର ସହ ଗ୍ରହଣକଲେ ଆଗାମୀଦିନରେ ଅନେକ ଭଲ ମଣିଷ ତିଆରି ହେବେ। ଏହି ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା’ମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ନିଜର ଦକ୍ଷତାକୁ ବୃଦ୍ଧି କରିବା ନେଇ ଏକାଠି ହୋଇଛନ୍ତି। ପ୍ରାୟ ୩୦୦ରୁ ଅଧିକ ଶିକ୍ଷକ ଏହି ଶିବିରରେ ଶିକ୍ଷାଦାନ, ‌ଯୋଗ, ଚିତ୍ରାଙ୍କନ, କଳାତ୍ମକ, ଆଧ୍ୟାତ୍ମିକତା ଏବଂ ବ୍ୟକ୍ତିଗତର ବିକାଶ ପାଇଁ ପ୍ରଶିକ୍ଷଣ ପାଉଛନ୍ତି। ରାଜ୍ୟର ବହୁ ପ୍ରତିଷ୍ଠିତ ନାମକରା ବ୍ୟକ୍ତିତ୍ବମାନେ ଏହି ଶିବିରରେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଗତ ୩୦ ତାରିଖରୁ ଏହି ଶିବିର ଆରମ୍ଭ ହୋଇଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ। ଆଜିର ସଂଧ୍ୟାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶାର ମହାସଚିବ କରୁଣାକର ପ୍ରଧାନ ଏବଂ ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ପାଣି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଆଜିର ଶିବିରକୁ ଆଚାର୍ଯ୍ୟ ଗୌରାଙ୍ଗ କୁମାର ବିଶ୍ବାଳ ପରିଚାଳନା କରିଥିଲେ।