KIMS Cathlab Does Record 500 Plus EPS & RFA Cardiac Procedures, First in Odisha : Ommtv.in

KIMS Cathlab Does Record 500 Plus EPS & RFA Cardiac Procedures, First in Odisha

KIMS Cathlab Does Record 500 Plus EPS & RFA Cardiac Procedures, First in Odisha : Ommtv.in
KIMS Cathlab Does Record 500 Plus EPS & RFA Cardiac Procedures, First in Odisha : Ommtv.in

Bhubaneswar, September 28: The Department of Cardiology in Kalinga Institute of Medical Sciences (KIMS) under KIIT-DU celebrated a milestone today with crossing the 500 plus mark in Electro-Physiology Studies and Radio Frequency Ablation (EPS & RFA) procedure, that aims to control or correct an abnormal rhythm in human heart, in which KIMS is the leader and pioneer in Odisha.Dr Anupam Jena from the Cardiology Department, KIMS had taken a special course in EPS & RFA management from South Korea. The procedure first started in KIMS Cathlab on November 29, 2017 and it is still a major centre for EPS & RFA procedures in the entire Eastern Region in India.Medical Superintendent Prof Rama Chandra Das and Faculty members of Cardiology and Department of Cardio Thoracic and Vascular Surgery (CTVS) and staff of Cathlab were present during the special celebration.Dr Jena said “earlier for the treatment of the EPS & RFA people from Odisha had to travel to Hyderabad or Chennai for treatment. KIMS had started it for the first time in Odisha and now people are getting the service right from here. It is helping people of our state in a great way."He also added that KIMS is getting an average of 10 cases or more in a month for EPS & RFA procedure and such cases are in the rise. "During COVID-19 pandemic for two years we experienced almost nil on this account, but now we are getting more patients and serve them with the best of the facilities," added Dr Jena.Dr Jena thanked the authorities of KIMS and especially the Founder of KIIT & KISS Dr Achyuta Samanta for providing the infrastructure for the EPS & RFA procedure in KIMS Cathlab for which patients from Odisha are now getting the benefits.

 

କିମ୍‌ସ କ୍ୟାଥୋଲାବ୍‌ରେ ୫ଶହ ଅତିକ୍ରମ କଲା ଇପିଏସ୍ ଓ ଆର୍‌ଏଫ୍‌ଏ

ଭୁବନେଶ୍ୱର,୨୮ ।୯: ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ କିମ୍‌ସର କ୍ୟାଥୋଲାବ୍‌ରେ ଇଲେକ୍ଟ୍ରୋ ଫିଜିଓଲୋଜି ଷ୍ଟଡ଼ିଜ୍ ଓ ରେଡିଓ ଫ୍ରିକ୍ୱେନ୍‌ସୀ ଆବ୍ଲାସନ (ଇପିଏସ୍ ଓ ଆରଏଫ୍‌ଏ) ପଦ୍ଧତିରେ ଚିକିତ୍ସା କରାଯାଇ ୫ଶହରୁ ଅଧିକ ରୋଗୀଙ୍କ ଜୀବନ ବଂଚାଯାଇପାରିଛି । ବିଶେଷ କରି ଅସ୍ୱାଭାବିକ ହୃଦ୍‌ସ୍ପନ୍ଦନକୁ ନିୟନ୍ତ୍ରଣକୁ ଆଣିବାରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି କିମ୍‌ସକୁ ଓଡ଼ିଶା ତଥା ସମଗ୍ର ପୂର୍ବାଂଚଳରେ ଅଗ୍ରଣୀ ଡାକ୍ତରଖାନା ଭାବରେ ଅବସ୍ଥାପିତ କରିଛି । ପ୍ରଥମେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ୨୦୧୭ରେ କିମ୍‌ସରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାପରଠାରୁ ଏହି ବିଭାଗ କ୍ରମାଗତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି । ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ ଜେନା ଏବଂ କିମ୍‌ସ ଅନ୍ୟାନ୍ୟ ବିଶେଷଜ୍ଞ, ଡାକ୍ତର ଏବଂ ଟେକ୍ନିସିଆନ୍‌ଙ୍କ ନିଷ୍ଠା ଓ ଦକ୍ଷତା ଯୋଗୁଁ ଅତ୍ୟନ୍ତ ସଫଳତାର ସହ ଏଠାରେ ରୋଗୀ ଚିକିତ୍ସା ଆଗେଇ ଚାଲିଛି । ଏହି ପ୍ରକ୍ରୟା ଆରମ୍ଭ କରିବା ପାଇଁ ଡା. ଜେନା କୋରିଆରେ ବିଶେଷ ପ୍ରଶିକ୍ଷଣ ନେଇଛନ୍ତି । କିମ୍‌ସରେ ଏହି ପଦ୍ଧତିରେ ଚିକିତ୍ସା ଆରମ୍ଭ ହେବା ପରେ ଇପିଏସ୍ ଓ ଆରଏଫଏ ପାଇଁ ରୋଗୀମାନଙ୍କୁ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡୁନାହିଁ ।

ହୃଦ୍‌ରୋଗ ବିଭାଗର ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସମାନ୍ତ ଏହି ବିଭାଗୀୟ ସମସ୍ତ ବିଶେଷଜ୍ଞ ଡାକ୍ତର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୫ଶହ ରୋଗୀ ସେବା ଅତିକ୍ରମ କରିବା ପରିପ୍ରେକ୍ଷୀରେ ଆଜି ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, କାର୍ଡିଓଲୋଜି ଓ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗ (ସିଟିଭିଏସ୍‌)ର ଡାକ୍ତରମାନେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରିଥିଲେ ।