ହିନ୍ଦୋଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର : Ommtv.in

ହିନ୍ଦୋଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ହିନ୍ଦୋଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର : Ommtv.in

ହିନ୍ଦୋଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର : Ommtv.in

(ରିପୋର୍ଟ: ରତିକାନ୍ତ ଗଡ଼ନାୟକ): ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଅଡିଟରିୟମରେ 27 ତାରିଖ ଦିନ ଜାତୀୟ ସେବା ଯୋଜନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଶିବିରରେ ସ୍ଥାନୀୟ ଡ଼. ଚୈତନ୍ୟ ଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନକରି ଉଦଘାଟନ କରିଥିଲେ l ଏଥିରେ ସ୍ୱଛାକୃତ ଭାବେ ସ୍ଥାନୀୟ ଅଂଚଳରୁ 50 ଜଣ ରକ୍ତଦାତା ସମାଜ କଲ୍ୟାଣ ନିମନ୍ତେ ରକ୍ତଦାନ କରିଥିଲେ l ଢେଙ୍କାନାଳ ରକ୍ତ ଭଣ୍ଡାରର ଟେକିନସିୟାନ ପରମାନନ୍ଦ ବେହେରା ଓ ସହାୟକ ଅଜୟ କୁମାର ସ୍ୱାଇଁ ରକ୍ତ ସଂଗ୍ରହ କରିଥିଲେ lଶିବିରରେ ଜାତୀୟ ସେବା ଯୋଜନାର ପୋଗ୍ରାମ ଅଫିସର ବ୍ରଜକିଶୋର ବେହେରା ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ l l କାର୍ଯ୍ୟ କ୍ରମରେ ଏନ ଏସ ଏସ, ଏନ ସି ସି, ଯୁବ ରେଡ଼କ୍ରସ ଓ ରୋଭର ଏବଂ ରେଞ୍ଜର ସ୍ବେଛାସେବୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ l